ରାଞ୍ଚି, ୧୮।୭: ଆଇସିସି ବିଶ୍ୱକପରେ ଭାରତ ସେମିଫାଇନାଲରୁ ବିଦା ହେବା ପରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରିକେଟ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଧୋନୀଙ୍କ କ୍ରିକେଟରୁ ସନ୍ନ୍ୟାସକୁ ନେଇ ଆଲୋଚନା ଚାଲିଥିବାବେଳେ ତାଙ୍କ ପିତା ପାନ୍ ସିଂ ଏବଂ ମାତା ଦେବକୀ ଦେବୀ ସେ ଆଉ କ୍ରିକେଟ ଖେଳନ୍ତୁ ବୋଲି ଚାହଁୁନାହାନ୍ତି। ଧୋନୀଙ୍କ ପିଲାଦିନର କୋଚ କେଶବ ବାନାର୍ଜୀ ଏକଥା ଖୁଲାସା କରିଛନ୍ତି। ବିଶ୍ୱକପ ପରେ ରବିବାର ଧୋନୀଙ୍କ ଘରକୁ ବୁଲିବାକୁ ଯାଇଥିଲେ କେଶବ। ସେଠାରେ ଧୋନୀଙ୍କ କ୍ରିକେଟ ଭବିଷ୍ୟତକୁ ନେଇ ଆଲୋଚନା ହେବାରୁ ତାଙ୍କ ମାତାପିତା କହିଥିଲେ, ଗତ କିଛିଦିନ ହେଲାଣି ମିଡିଆରେ ଧୋନୀକୁ ନେଇ ଯାହା ଆଲୋଚନା ଚାଲିଛି ସେସବୁକୁ ଦୃଷ୍ଟିରେ ରଖି ସେ ସନ୍ନ୍ୟାସ ନେଇଯିବା ଉଚିତ। କିନ୍ତୁ କୋଚଙ୍କ କହିବା ଅନୁଯାୟୀ, ଧୋନୀ ଆଗାମୀ ଟି-୨୦ ବିଶ୍ୱକପ୍ ଯାଏ ଖେଳିବା ଉଚିତ ହେବ। ସୂଚନାଯୋଗ୍ୟ, କୋଚ କେଶବ ବାନାର୍ଜୀଙ୍କ ପାଇଁ ହଁି ଧୋନୀ ଫୁଟବଲ୍ ଖେଳ ଛାଡି କ୍ରିକେଟରେ କ୍ୟାରିୟର ଆରମ୍ଭ କରିଥିଲେ।