Posted inଖେଳ

ଧୋନୀଙ୍କୁ ପଛରେ ପକାଇଲେ କୋହଲି

ବେଙ୍ଗାଲୁରୁ,୨୦।୧ – ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତ ପାଇଁ ୮୯ (୯୧ ବଲ, ୮ ଚୌକା) ରନ ଇନିଂସ ଖେଳିଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି। ଏଥିସହ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ, ମହମ୍ମଦ ଆଝରୁଦ୍ଦିନ, ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ଦେଇଛନ୍ତି। ଟିମ୍‌ ଇଣ୍ଡିଆର କ୍ୟାପଟେନ ଭାବେ କୋହଲି କ୍ରିକେଟର ସମସ୍ତ ତିନୋଟିଯାକ ଫର୍ମାଟରେ ସର୍ବାଧିକ ରନ କରିବାର ରେକର୍ଡ କରିଛନ୍ତି। ସେ ମୋଟ ୧୯୯ ଇନିଂସରେ ୧୧,୨୦୮ ରନ ସଂଗ୍ରହ କରିଛନ୍ତି। ଏହିଧାରାରେ ମହେନ୍ଦ୍ର ସିଂ ଧୋନୀ ୩୩୦ ଇନିଂସ୍‌ରୁ ୧୧,୨୦୭ ରନ୍‌ କରିଥିଲେ। ତାଙ୍କ ପଛକୁ ମହମ୍ମଦ ଆଝାରୁଦ୍ଦିନ (୨୩୦ ଇନିଂସ୍‌ରୁ ୮୦୯୫) ଓ ସୌରଭ ଗାଙ୍ଗୁଲି (୨୧୭ ଇନିଂସରୁ ୭୬୪୩) ରହିଛନ୍ତି। ଅବଶ୍ୟ ଆଝାରୁଦ୍ଦିନ ଓ ଗାଙ୍ଗୁଲି ଟି୨୦ କ୍ରିକେଟ ଖେଳି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିଅନ୍ସ ଟ୍ରଫି ଖେଳିବ ନାହିଁ ପାକିସ୍ତାନ! ପିସିବିକୁ ନେଇ ଆସିଲା ବଡ଼ ଖବର…

ନୂଆଦିଲ୍ଲୀ,୧୨।୧୧: ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ନେଇ ବଡ଼ ନିଷ୍ପତ୍ତି ନେଇପାରେ ପାକିସ୍ତାନ। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଆଇସିସିକୁ ଚିଠି ଲେଖି ସିଧାସିଧା ଧମକ ଦେଇଛି। କାହିଁକି...

ପଛରେ ପଡ଼ିଲେ କୋହଲି, ଟପିଗଲେ ମୋଦି

ନୂଆଦିଲ୍ଲୀ,୧୨।୧୧: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ପଛରେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକପ୍ରିୟତା ମାମଲାରେ ଅନ୍ତର୍ଜାତୀୟସ୍ତରରେ ଉଭୟଙ୍କ ଦବ୍‌ଦବା ବାରି ହୋଇଯାଏ। ଏମିତିରେ ଏସିଆ...

ଜିଦ୍‌ରେ ଅଟଳ ପାକିସ୍ତାନ: ଚାମ୍ପିଅନ୍ସ ଟ୍ରଫିକୁ ନେଇ ଘନଉଛି ବିବାଦ, ଆସିଲା ବଡ଼ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୧୨।୧୧: ୨୦୨୫ ଚାମ୍ପିଅନ୍ସ ଟ୍ରଫିକୁ ନେଇ ବିବାଦ ଲାଗିରହିଛି। ବିସିସିଆଇ ଆଇସିସିକୁ କହିଛି ଯେ, ଟିମ ଇଣ୍ଡିଆ କୌଣସି ପରିସ୍ଥିତିରେ ପାକିସ୍ତାନ ଯିବ ନାହିଁ। ତଥାପି...

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ବିଶ୍ୱର ନମ୍ବର-୧ ଖେଳାଳି

କାବୁଲ,୧୨।୧୧: ଆଫଗାନିସ୍ତାନ କ୍ରିକେଟ ଦଳକୁ ଉଚ୍ଚ ସ୍ଥାନକୁ ନେବାରେ ମହମ୍ମଦ ନବି ଏକ ମହତ୍ୱପୂର୍ଣ ଅବଦାନ ରଖିଛି। କିନ୍ତୁ ହଠାତ୍‌ ସେ କ୍ରିକେଟ୍‌କୁ ଅଲବିଦା କହିଛନ୍ତି।...

ଫିଟ୍‌ ହେଲେଣି ଶାମି, ବର୍ଷେ ପରେ ଏହିଦିନ ଖେଳିବେ ତାଙ୍କର ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ,୧୨।୧୧: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି ସମ୍ପୂର୍ଣ୍ଣ ଫିଟ ହୋଇଛନ୍ତି। ଏବେ ସେ...

ରେଫରିଙ୍କୁ ମୁଥ ମାରି ଜେଲ୍‌ ଗଲେ ଫୁଟ୍‌ବଲ କ୍ଲବ ସଭାପତି

ଆଙ୍କାରା (ତୁର୍କୀ), ୧୨ା୧୧: ରେଫରିଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ତୁର୍କୀର ଏକ କୋର୍ଟ ଦେଶର ଜଣେ ଆଗାଧାଡ଼ିର ଫୁଟ୍‌ବଲ କ୍ଲବ ସଭାପତିଙ୍କୁ ୩ ବର୍ଷ ଓ...

କେକେଆରର ନୂଆ ଅଧିନାୟକଙ୍କ ନାଁ ଶୁଣି କରିପାରିବେନି ବିଶ୍ୱାସ, ଜାଣନ୍ତୁ ଆୟରଙ୍କ ସ୍ଥାନରେ କାହାକୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୧୨।୧୧: ଆଇପିଏଲ ୨୦୨୫ ସମ୍ବନ୍ଧରେ ପ୍ରତିଦିନ ଅନେକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁୁ ଆସୁଛି । ଏବେ କୋଲକାତା ନାଇଟ ରାଇଡର୍ସ କ୍ୟାମ୍ପରୁ ଏକ ବଡ଼ ଖବର...

ବୁମ୍‌ରାଙ୍କୁ ଡରିଗଲେ ଏହି ଅଷ୍ଟ୍ରେଲିଆ କ୍ରିକେଟର୍‌: କହିଦେଲେ ଏମିତି କଥା

ସିଡନୀ,୧୨।୧୧: ଅଷ୍ଟ୍ରେଲିଆ ନାଥନ ମ୍ୟାକସ୍ବେନି ଭାରତ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ଡେବ୍ୟୁ କରିବାର ସମ୍ଭାବନା ରହିଛି। କଙ୍ଗାରୁକୁ ଭଲ ଆରମ୍ଭ କରିବାର ଦାୟିତ୍ୱ ନାଥାନ ମ୍ୟାକସ୍ବେନିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri