ରାଞ୍ଚି, ୧୨।୮:ଟିମ ଇଣ୍ଡିଆର ୱିକେଟକିପର ମହେନ୍ଦ୍ର ସିଂହ ଧୋନୀ ଏବେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ନେଉଛନ୍ତିି। ଧୋନୀ ୧୦୬ ଟେରିଟୋରିୟଲ ଆର୍ମି ବାଟାଲିୟନର କମାଣ୍ଡର ୟୁନିଟରେ ନିୟୋଜିତ ରହିଛନ୍ତି। ତାଙ୍କ ଅନୁପସ୍ଥିତ ଅନୁଭବ କରୁଛନ୍ତି ସ୍ତ୍ରୀ ସାକ୍ଷୀ। ସେ ସୋସିଆଲ ମିଡିଆରେ ଏକ ଫଟୋ ଛାଡି ଧୋନୀଙ୍କୁ ‘ମିସ୍’ କରୁଥିବା କଥା ଲେଖିଛନ୍ତି। ଏହାସହ ଧୋନୀଙ୍କ ପସନ୍ଦର ଜିପ୍ ଗ୍ରାଣ୍ଡ୍ ଶେରୋକି ଘରକୁ ଆସିଛି। କିନ୍ତୁ ସେ ଘରେ ଏବେ ନାହାନ୍ତି। ମାହି ତୁମ ଖେଳନା ଆସିଗଲା, ଏବେ ତୁମକୁ ଅପେକ୍ଷା ବୋଲି ସାକ୍ଷୀ ଲେଖିଛନ୍ତି। ସୂଚନାଯୋଗ୍ୟ, ଗ୍ରାଣ୍ଡ୍ ଶେରୋକି ଗାଡିର ମୂଲ୍ୟ ୮୦ରୁ ୯୦ ଲକ୍ଷ ହୋଇଥିବାବେଳେ ଭାରତରେ ଏହା ପ୍ରଥମ ଜିପ୍ ବୋଲି କୁହାଯାଉଛି।