ନକଲି କମର୍ସିଆଲ ଟ୍ୟାକ୍ସ ଅଫିସର ଗିରଫ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ନିଜକୁ ଜଣେ କମର୍ସିଆଲ ଟ୍ୟାକ୍ସ ଅଫିସର ଭାବେ ପରିଚୟ ଦେଉଥିଲେ। ମୋବାଇଲ୍‌ ନମ୍ବର ଟ୍ରୁ-କଲରରେ ନିଜର ଭିନ୍ନ ଭିନ୍ନ ନାମ ସହ କେତେବେଳେ ସରକାରୀ ଅଫିସର ତ ପୁଣି ଗୁଗୁଲ୍‌ର ସର୍କଲ ରିଜିଓନାଲ ମ୍ୟାନେଜର ବୋଲି ରଖୁଥିଲେ। ବଡ଼ ବଡ଼ ବ୍ୟବସାୟୀ ଓ ଶୋ’ରୁମ୍‌ ମାଲିକଙ୍କୁ ନାନା ଧମକ ଦେଇ କେତେବେଳେ ଟଙ୍କା ତ ଆଉ କେତେବେଳେ ଦାମୀ ସାମଗ୍ରୀ ନେଉଥିଲେ। ଏହି ନକଲି କମର୍ସିଆଲ ଟ୍ୟାକ୍ସ ଅଫିସରଙ୍କୁ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଗିରଫ କରିଛି। ସେ ହେଲେ କଳିଙ୍ଗନଗର ପ୍ଲଟ୍‌ ନଂ.କେ-୭ରେ ରହୁଥିବା ସୂର୍ଯ୍ୟକାନ୍ତ ଓରଫ ସୌମ୍ୟଜିତ୍‌ ତ୍ରିପାଠୀ। ତାଙ୍କ ନାମରେ ଶହୀଦନଗର ଥାନାରେ ୩ଟି ମାମଲା ରୁଜୁ ହୋଇଛି। ତାଙ୍କଠାରୁ ପୋଲିସ ୬ ଲାପ୍‌ଟପ୍‌, ୧୦ଲକ୍ଷ ଟଙ୍କାର ମୋବାଇଲ୍‌ ଫୋନ୍‌, ସିପିୟୁ, ପ୍ରିଣ୍ଟିଂ ମେଶିନ ଜବତ କରିଛି। ତାଙ୍କ ନାମରେ ଅଭିଯୋଗ ସଂଖ୍ୟା ବଢ଼ି ଚାଲିଥିବାବେଳେ ପୋଲିସ ପଚରାଉଚରା ପରେ କୋର୍ଟଚାଲାଣ କରିଛି।
ପୋଲିସ ସୂଚନାନୁଯାୟୀ, ସୌମ୍ୟଜିତ୍‌ ମେକାନିକାଲ ଇଞ୍ଜିନିୟରିଂ ପଢ଼ିଛନ୍ତି। ଚାକିରି ନ ପାଇବାରୁ ଏଭଳି ଠକେଇ କରିବାକୁ ଅଭିନବ ପନ୍ଥା ଆପଣାଇଥିଲେ। କମର୍ସିଆଲ ଟ୍ୟାକ୍ସ ଅଫିସର ବିପିନ ବିହାରୀ ତ୍ରିପାଠୀ ପରିଚୟ ଦେଇ ଇଲେକ୍ଟ୍ରୋନିକ୍ସ ଶୋ’ରୁମ୍‌ ମାଲିକଙ୍କୁ ଫୋନ୍‌ କରି ତାଙ୍କ ଅଫିସ ପାଇଁ ଆବଶ୍ୟକ ସାମଗ୍ରୀର ଅର୍ଡର ଦେଉଥିଲେ। ଜଣେ ପିଅନ୍‌ଙ୍କୁ ପଠାଉଛି, ଟଙ୍କା ପରେ ନେଇଯିବାକୁ କହୁଥିଲେ। ଶୋ’ରୁମ୍‌ ମାଲିକ ରାଜି ନ ହେଲେ ତାଙ୍କୁ ଟ୍ୟାକ୍ସ ଫାଙ୍କିଥିବା କେସ୍‌ରେ ଫସାଇଦେବାକୁ ଧମକ ଦେଉଥିଲେ। ଶୋ’ରୁମ୍‌ ମାଲିକମାନେ ତାଙ୍କ ମୋବାଇଲ୍‌ ନମ୍ବର ଟ୍ରୁ କଲର ଦେଖି ବିଶ୍ୱାସ କରି ନେଉଥିଲେ। ଏହାପରେ ଶୋ’ରୁମ୍‌ରୁ ମନଇଚ୍ଛା ବିଭିନ୍ନ ସାମଗ୍ରୀ ନେଇ ବାହାରେ ବିକ୍ରି କରୁଥିଲେ ସୌମ୍ୟଜିତ୍‌। ଟଙ୍କା ନ ଦେଇ ଡରାଉଥିଲେ। ଏହିଭଳି ସେ ବିଏମ୍‌ସି ମଲ୍‌ରେ ଥିବା ପ୍ରୋପ୍‌-ଦିଭା ଇଣ୍ଟରପ୍ରାଇଜେସ୍‌ ମାଲିକ ନିକୁଞ୍ଜ ଖେମାନୀଙ୍କଠାରୁ ଗତ ୧୯ ତାରିଖରେ ୧୧ ଆଇଫୋନ୍‌ ନେଇ ଟଙ୍କା ଦେଇ ନ ଥିଲେ। ସନ୍ଦେହ ହେବାରୁ ନିକୁଞ୍ଜ ଶହୀଦନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନଂ-୬୧୩/୧୯ ମାମଲା ରୁଜୁ କରିଥିଲା। ସେହିଭଳି ସମାନ ଠକେଇର ଶିକାର ହୋଇଥିବା ଏହି ଥାନାଞ୍ଚଳର ୩ ଶୋ’ରୁମ୍‌ ମାଲିକ ଅଭିଯୋଗ କରିବା ପରେ ଡିସିପି ସ୍ପେଶାଲ ସ୍କ୍ବାଡ୍‌କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ପୋଲିସ ମୋବାଇଲ୍‌ ନମ୍ବର ଯାଞ୍ଚ କରିବା ସହ କମର୍ସିଆଲ ଟ୍ୟାକ୍ସ ଅଫିସ୍‌କୁ ଯାଇ ଯାଞ୍ଚ କରାଯିବା ପରେ ଉକ୍ତ ବ୍ୟକ୍ତିଜଣକ ଠକ ବୋଲି ଜାଣିବାକୁ ପାଇଥିଲା। ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଆସିଥିବା ଅଫିସ ପକ୍ଷରୁ କୁହାଯିବା ପରେ ପୋଲିସ ଉକ୍ତ ମୋବାଇଲ୍‌ ନମ୍ବରକୁ ଟ୍ରେସ୍‌ କରି ତାଙ୍କୁ ଧରିବା ପରେ ଅସଲ ପରିଚୟ ଓ କାର୍‌ନାମା ପଦାକୁ ଆସିଥିଲା। ଟ୍ରୁ କଲରରେ ଆସୁଥିବା ବିପିନ ବିହାରୀ ତ୍ରିପାଠୀ ତାଙ୍କ ବାପାଙ୍କ ନାମ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବ୍ୟାଙ୍କରୁ ସୁଭଦ୍ରା ଟଙ୍କା ନ ଉଠାଇଲେ ସରକାର…’, ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ସୁଭଦ୍ରାକୁ ନେଇ ଭ୍ରମିତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି, ସୁଭଦ୍ରାକୁ ନେଇ ଅନେକ ଗୁଜବ ସୃଷ୍ଟି କରାଯାଉଛି, ଭ୍ରମିତ ହୁଅନ୍ତୁନି।...

ଭରତପୁର ଥାନା ଘଟଣା: ସାମ୍ନାକୁ ଆସିଲା ବଡ଼ ପ୍ରମାଣ , କ’ଣ ହୋଇଥିଲା ସେ ରାତିରେ… 

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଦନ ଗଡ଼ିବା ସହ ନୂଆନୂଆ ତଥ୍ୟ...

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

ନବୀନଙ୍କ କଥାରେ ଚିହିଁକି ଉଠିଲେ ସୁରେଶ ପୂଜାରୀ: କହିଲେ ଶହେ ଦିନର ସରକାରକୁ…

ଭୁବନେଶ୍ୱର,୨୦।୯: ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri