ନୂଆଦିଲ୍ଲୀ,୧୧।୭: ତ୍ରୁଣ ମୂଳ କଂଗ୍ରେସ ଏମ୍ପି ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କୁ ଦିଲ୍ଲୀର ଏକ ସ୍ପେଶାଲ କୋର୍ଟ ନୋଟିସ ଜାରି କରିଛନ୍ତି। ନକଲି ଡିଗ୍ରୀ ମାମଲାରେ କୋର୍ଟ ଏହି ନୋଟିସ ଜାରି କରିଛନ୍ତି। ସୁପ୍ରିମକୋର୍ଟର ଓକିଲ ସାର୍ଥକ ଚତୁର୍ବେଦିଙ୍କ ଦ୍ୱାରା ଏହି ମାମଲା କରାଯାଇଥିବା ବେଳେ ଆସନ୍ତା ୨୫ ତାରିଖରେ କୋର୍ଟରେ ହାଜର ହେବାକୁ ନୋଟିସ ଦିଆଯାଇଛି।