ନକଲି ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର କାରବାର: ୩ ଗିରଫ

ରାଇରଙ୍ଗପୁର,୯।୯(ଡି.ଏନ.ଏ.)-ନୂଆ ମୋଟର ଯାନ ଆଇନ ଲାଗୁ ପରେ ବିଭିନ୍ନ ଗାଡିର ନକଲି ପ୍ରମାଣପତ୍ର କାରବାର ବୃଦ୍ଧି ପାଇଛି। ଗାଡି ଚାଳକଙ୍କୁ ନକଲି ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ଯୋଗାଇବା ଅଭିଯୋଗ କ୍ରମେ ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ମଡେଲ ଥାନା ପୋଲିସ ଚଢାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ବାଇକ ଲାଗି ୫ ହଜାର ଏବଂ ୪ ଚକିଆ ଯାନ ଲାଗି ୧୦ ହଜାରଟଙ୍କା ଜରିମାନା ଆଦାୟ କରାଯାଉଥିବାରୁ ଗାଡିଚାଳକମାନେ ବିଭିନ୍ନ ପ୍ରଦୂଷଣଯାଞ୍ଚ କେନ୍ଦ୍ରରେ ଭିଡ ଜମାଉଛନ୍ତି। ଏହାର ସୁଯୋଗ ନେଇ ମୟୂରଭଞ୍ଜ ଜିଲାରେ ଲୋକଙ୍କୁ ନକଲି ପ୍ରମାଣପତ୍ର ଯୋଗାଇ ଅର୍ଥ ରୋଜଗାର କରାଯିବା ଘଟଣା ପଦାକୁ ଆସିଛି। ପୋଲିସ ଏ ସଂକ୍ରାନ୍ତରେ ସୂଚନା ପାଇବା ପରେ ଚଢାଉ କରି ସ୍ଥାନୀୟ ବିକାଶନଗର ବସ୍ତି ଅଞ୍ଚଳରୁ ରୂପକ କୁମାର ମହାନ୍ତ, ଦୁର୍ଗାଚରଣ ମହାନ୍ତ ଏବଂ ବହଳଦା ଥାନା ତିଖିଆ ଗ୍ରାମର ସିପୁନ ମହାନ୍ତଙ୍କୁ ଗିରଫ କରିଛି। ସେମାନେ ନକଲି ସାର୍ଟିଫିକେଟ ଦେବା ଲାଗି ବ୍ୟବହାର କରୁଥିବା ଏକ କମ୍ପ୍ୟୁଟର ଓ ବିଭିନ୍ନ କାଗଜପତ୍ର ଜବତ କରାଯାଇଛି। ଅଭିଯୁକ୍ତମାନେ ମହୁଲଡିହା ବସ୍ତି ଅଞ୍ଚଳରେ ଏକ ଘରେ କାଉଣ୍ଟର ଖୋଲି ବିଭିନ୍ନ ଯାନବାହନ ସକାଶେ ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ଯୋଗାଥିଲେ। ସେମାନେଅନେକ ଗାଡି ଚାଳକଙ୍କୁ ନକଲି ପ୍ରମାଣପତ୍ର ଦେଇ ଠକିଥିବା ସନ୍ଦେହ କରି ଯାଞ୍ଚ କରାଯାଉଛି ବୋଲି ମଡେଲ ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରେ ଯୋଗଦାନ ପରେ ପ୍ରକଳ୍ପ ପରିଦର୍ଶନ କଲେ ପ୍ରକଳ୍ପ ପ୍ରଶାସକ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ନୂତନ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ବୁଧବାର କାର୍ଯ୍ୟରେ ଯୋଗଦାନ କରିବା...

ସ୍ବାବଲମ୍ବୀ ଲକ୍ଷ୍ୟରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା

ପଞ୍ଚଲିଙ୍ଗେଶ୍ୱର,୧ା୧(ଲେଲିନ କୁମାର ଦେ): ବାଲେଶ୍ୱର ଜିଲା ଔପଦା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ସନ୍ତରାଗଡ଼ିଆ ଏବଂ ଆଖପାଖ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ମହିଳା ବିଗତ ଦେଢ଼ବର୍ଷ...

ବୀଭତ୍ସ ହତ୍ୟା: ଗାଁ ଦାଣ୍ଡରେ ଯୁବକଙ୍କୁ ହାଣିଲେ, ପଣାଖୁଣ୍ଟିରେ ବଳିଦେଲେ ପିଶାଚ ଯୁବକ

ପରଜଙ୍ଗ,୧ା୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବସୋଇ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ଯୁବକଙ୍କୁ ଖଣ୍ଡାରେ ହାଣି ଗାଁ ଚୌପାଢ଼ିରେ ଥିବା ଠାକୁରାଣୀଙ୍କ...

ବାଲିଗୁଡ଼ା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଭାବେ କାର୍ଯ୍ୟରେ ଯୋଗଦେଲେ ଗଦାଧର ପାତ୍ର, କହିଲେ ଜନଜାତି…

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ନୂଆ ପ୍ରକଳ୍ପ ପ୍ରଶାସକ ଭାବେ ଗଦାଧର ପାତ୍ର ନୂତନ ବର୍ଷ ବୁଧବାରରେ...

ନୂଆବର୍ଷରେ ବାବା ଆଖଣ୍ଡଳମଣିକୁ ଦର୍ଶନ କଲେ ଶ୍ରଦ୍ଧାଳୁ

ଧୂଷୁରୀ,୧ା୧(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ନୂଆବର୍ଷ ଉପଲକ୍ଷେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା। ଭୋର୍‌ ୪.୩୦ରେ ମନ୍ଦିର ପହଡ଼ ଖୋଲିବା ପରେ...

ବଜାରରେ ଜଳିଗଲା ଚଳନ୍ତା ଗାଡ଼ି

ଲୋଇସିଂହା ୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ପଦ୍ମପୁର ରାସ୍ତା କନ୍ଦାଜୁରୀ ସାପ୍ତାହିକ ବଜାର ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ଚଳନ୍ତା ଗାଡ଼ିରେ...

ବିଧାୟକଙ୍କ ନବବର୍ଷ ଶୁଭେଚ୍ଛା ପୋଷ୍ଟର ଚିରିଦେଲେ ଦୁର୍ବୁତ୍ତ

ପାଟଣା,୧।୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ନବବର୍ଷ ଶୁଭେଚ୍ଛା ବାର୍ତ୍ତା ସମ୍ବଳିତ ପୋଷ୍ଟର ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ...

ନୂଆବର୍ଷରେ ବଡ଼ ଅଘଟଣ: ଜଳିପୋଡ଼ି ଛାରଖାର ହେଲା…

କଟକ,୧।୧: କଟକ ଜିଲା ନିଆଳି ମାଧବ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟଇଛି। ନିଆଁରେ ୧୨ ବଖରା ଘର ଜଳି ଯାଇଛି। ନିଆଳି ଥାନା ଅନ୍ତଗର୍ତ ମାଧବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri