ନଗଡ଼ାରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଭାରପ୍ରାପ୍ତ ଜିଲାପାଳ

କାଳିଆପାଣି,୨୯।୨(ଡିଏନଏ): ନଗଡ଼ା ପାଇଁ ସରକାର ମାଳ ମାଳ ଯୋଜନା କରି ଏଥିପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି। ମାତ୍ର ଏହି ଅଞ୍ଚଳର ବିକାଶ କେତେଦୂର ହୋଇଛି ତାହାର ତଦାରଖ କରିବାକୁ ଶୁକ୍ରବାର ନଗଡ଼ାରେ ପହଞ୍ଚତ୍ଥିଲେ ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ। ଜଳପରିମଳ ଓ ଜୀବନ ଜୀବିକା ପରିବର୍ତ୍ତନ, ପାନୀୟ ଜଳ ଯୋଗାଣକୁ ନେଇ ଉପସ୍ଥିତ ଥିବା ଅଧିକାରୀଙ୍କ ସହ ଆଲୋଚନା କରିବା ସହ କାର୍ଯ୍ୟ ସମ୍ପୂର୍ଣ କରିବା ଉପରେ ଜୋର ଦେଇଥିଲେ। ୨୦୧୬ ମସିହା ନଗଡ଼ାରେ ହୋଇଥିବା ଶିଶୁ ମୃତ୍ୟୁ ଘଟଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପାଣି ଭଳି ଅର୍ଥ ଖର୍ଚ୍ଚ କରି ଅପପୁଷ୍ଟି ରୋକିବା ଓ ଜୁଆଙ୍ଗଙ୍କ ବିକାଶ କାର୍ଯ୍ୟ ତ୍ୱରିତ ବେଗରେ କରାଯାଇଥିଲା। ନଗଡ଼ାରେ ପାନୀୟ ଜଳ ଯୋଗାଣ, ରାସ୍ତା ନିର୍ମାଣ ପାଇଁ ବିଭିନ୍ନ କ୍ଷେତ୍ରରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏହିସବୁ କାର୍ଯ୍ୟର ତଦାରଖ କରିବା ସହ ରାସ୍ତା କାର୍ଯ୍ୟରେ ଖର୍ଚ୍ଚ ହୋଇଥିବା ଅର୍ଥରୁ ବଳକା ରହିଥିବା ୧କୋଟି ୮୩ ଲକ୍ଷ ଟଙ୍କାରେ ମରାମତି କରିବା ସହ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟ ପୂର୍ବ ଟେଣ୍ଡରରେ କରିବାକୁ ରହିଥିବାବେଳେ କିପରି ହୋଇପାରିବ ସେ ନେଇ ଭାରପ୍ରାପ୍ତ ଜିଲାପାଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପାନୀୟ ଜଳ ପାଇଁ ହୋଇଥିବା ଭଙ୍ଗା ଟ୍ୟାପ୍‌, ଷ୍ଟାଣ୍ଡ ପୋଷ୍ଟ ମରାମତି କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗୁହିଆଶାଳକୁ ନିର୍ମାଣ ହେଉଥିବା ରାସ୍ତା କାର୍ଯ୍ୟରେ ଜୁଆଙ୍ଗଙ୍କୁ ଲଗାଇ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ମାଣ ହୋଇଥିବା ପାଇଖାନା ବ୍ୟବହାର, ସ୍ବଚ୍ଛତା ପରିମଳ ଅବଲମ୍ବନ, ଖାଦ୍ୟପେୟରେ ପରିବର୍ତ୍ତନ ନିମନ୍ତେ ସରକାର ନଗଡ଼ାରେ ବହୁ ଅର୍ଥ ବ୍ୟୟ କରି ଟ୍ରିକିଲ ଓ ୱଷ୍କା ଭଳି ଦୁଇ ଏନଜିଓକୁ ଆହୁରି ଅଧିକ ଧ୍ୟାନ ଦେଇ କାର୍ଯ୍ୟ କରିବାକୁ କହିଥିଲେ। ଏହି ଗସ୍ତ ସମୟରେ ଡିଏମଏଫ (ଜିଲା ଖଣିଜ ପାଣ୍ଠି ) ଯାଜପୁର ଜିଲା ମୁଖ୍ୟ ସୁଭାଶିଷ କୁମାର, ସୁକିନ୍ଦା ବିଡିଓ ବିଶ୍ୱଜିତ ଦାସଙ୍କ ସହ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri