ନନ୍ଦନକାନନରେ କଲରାପତରିଆ ବାଘ ‘ସୂରଜ’ର ମୃତ୍ୟୁ, ଆସିଲେ ୬ ନୂଆ ଅତିଥି

ବାରଙ୍ଗ,୧୮।୩(ଡି.ଏନ୍‌.ଏ.): ନନ୍ଦନକାନନର ଅନ୍ୟତମ ଆକର୍ଷକ କଲରାପତରିଆ ବାଘ ସୂରଜର ଗତକାଲି ରାତିରେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାକୁ ୧୬ବର୍ଷ ହୋଇଥିଲା । ଦେଢମାସ ହେବ ସେ ଅସୁସ୍ଥ ଥିଲା। ରକ୍ତଜନିତ ରୋଗ ସହ ଯକୃତ ଖରାପ ହେବା ଯୋଗୁ ତା’ର ଚିକିତ୍ସା କରାଯାଉଥିଲା।

୨୦୦୪ ଜୁଲାଇରେ ଭଞ୍ଜନଗରରୁ ୩/୪ମାସର ହୋଇଥିବା ସୂରଜ ନନ୍ଦନକାନନକୁ ଆସିଥିଲା। ଏହାର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୩ ଅଣ୍ଡିରା, ୨ଟି ମାଈ କଲରାପତାରିଆ ବାଘ ରହିଛନ୍ତି। ନନ୍ଦନକାନନକୁ ୪ ଅଣ୍ଡିରା ଏସୀୟ ସିଂହ ଓ ଏକ ହଳ କୋକିଶିଆଳି କାନନପେଣ୍ଡାରୀ ଚିଡ଼ିଆଖାନା ବିଳାସପୁର, ଛତିଶଗଡ଼ରୁ ଆସି ମଙ୍ଗଳବାର ରାତିରେ ପହଞ୍ଚିଛନ୍ତି। ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ଏମାନେ ଆସିଥିବା ଜଣାପଡ଼ିଛି। ଏହା ବଦଳରେ ନନ୍ଦନକାନନକୁ ଦୁଇଟି ଜଳହସ୍ତୀ ଦେବାକୁ ପଡ଼ିବ। ଫଳରେ ନନ୍ଦନକାନନରେ ସିଂହ ସଂଖ୍ୟା ବୃଦ୍ଧି ପାଇ ୧୫ ଓ କୋକିଶିଆଳି ସଂଖ୍ୟା ୫ରେ ପହଞ୍ଚିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କୁ କ୍ଷମା ମାଗିଲେ କଂସ, ମହୋଦଧିରେ ବୁଡ ପକାଇ…

ପୁରୀ,୧୪।୧: ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ଉଦଯାପିତ ହୋଇଛି। ଦୀର୍ଘ ୧୧ଦିନ ବ୍ୟାପି ହୋଇଥିବା ଏହି ମହୋତ୍ସବରେ ଗତକାଲି କଂସବଧ ହୋଇଛି। କଂସବଧ ପରେ ଉଗ୍ରସେନଙ୍କ...

ବୁଧବାର ୫ ଘଣ୍ଟା ବନ୍ଦ ସର୍ବସାଧାରଣ ଦର୍ଶନ

ପୁରୀ,୧୪।୧: ଆସନ୍ତାକାଲି ତା୧୫.୧.୨୦୨୫ରିଖ, ବୁଧବାର ମାଘ:କୃଷ୍ଣ ଦ୍ୱିତୀୟା ତିଥି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ...

ବିଏସ୍‌କେୱାଇକୁ ନେଇ ବର୍ଷିଲେ ଆଇନମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୧୪।୧: ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ଲାଗି ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ପୂର୍ବ ସରକାରଙ୍କ ଉପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ...

ଧନୁଯାତ୍ରା ଦେଖିବାକୁ ଆସି ନିଖୋଯ ଥିଲେ ଯୁବତୀ: ୪୮ ଘଣ୍ଟା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର, ଗଣ ବଳାତ୍କାର ସନ୍ଦେହ

ବରଗଡ଼ ୧୪।୧(ପ୍ରେମାନନ୍ଦ ଖମାରୀ):ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ଉଦ୍‌ଯାପିତ ହୋଇଛି। ତେବେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ। ଯାହା...

ଠେଲିପେଲି ପକାଉଛନ୍ତି ବିଧାୟକ: ଭାଇରାଲ ହେଉଛି ଭିଡିଓ

ନିଶ୍ଚିନ୍ତକୋଇଲି,୧୩।୧(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ପୁଷ୍ୟାଭିଷେକ ଉତ୍ସବ ଓ ପୀଠର ଉନ୍ନତିକରଣ ନିମନ୍ତେ ଶିଳାନ୍ୟାସ କାର୍ଯ୍ୟକ୍ରମ...

ପରକିଆ ପ୍ରୀତି: ରାତିରେ ଘରୁ ଆସିଥିଲେ ସକାଳୁ ମିଳିଲା ଟାଙ୍ଗିଆରେ ହଣା ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

କେନ୍ଦୁଝର,୧।୧୪:(ନରେଶ ଚନ୍ଦ୍ର ପଟ୍ଟନାୟକ): ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପାଣୁପଶି ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା କରାଯାଇଛି।...

ବୈତରଣୀରେ ୭ଥର ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ

ପାଟଣା,୧୪।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଦେଇ ପ୍ରବାହିତ ହେଉଥିବା ବୈତରଣୀ ପରମେଶ୍ବର ମହାଦେବ ମନ୍ଦିର ସଂଲଗ୍ନ ଅନୁସୟା ଘାଟରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ...

ବାବା ଆଖଣ୍ଡଳମଣିଙ୍କୁ ମକର ପୋଡପିଠା ସମର୍ପଣ

ଧୂଷୁରୀ, ୧୪।୧, (ଦୀପ୍ତି ରଞ୍ଜନ ନାୟକ) : ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image