ବାରଙ୍ଗ,୫ା୧୦(ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଦିନକୁ ଦିନ ବନ୍ୟପ୍ରାଣୀ ସଂଖ୍ୟା କମିବାରେ ଲାଗିଛି। ଗତ ମାସରେ ୪ଟି ହାତୀର ମୃତ୍ୟୁକୁ ନେଇ କର୍ତ୍ତୃପକ୍ଷ ନାନା ଆଶଙ୍କାରେ ଥିବାବେଳେ ଶୁକ୍ରବାର ସକାଳେ ଏକ ମାଈ ଜଳହସ୍ତୀର ମୃତ୍ୟୁ ଘଟିଛି। ଏନକ୍ଲୋଜର ନଂ ୬୨ରେ ରହୁଥିବା ଏହି ଜଳହସ୍ତୀ ପାଟିର ବାମପାର୍ଶ୍ୱରୁ ଗତ ୩୦ତାରିଖଠାରୁ ରକ୍ତସ୍ରାବ ହେଉଥିଲା। ଏ ନେଇ କର୍ମଚାରୀମାନେ ଡାକ୍ତରଙ୍କୁ ଜଣାଇବା ପରେ ସେମାନେ ଆସି ଦେଖିବା ସହ ଓୟୁଏଟି ବିଶେଷଜ୍ଞଙ୍କୁ ଜଣାଇଥିଲେ। ଶୁକ୍ରବାର ସକାଳେ ୯ଟାରେ ବିଶେଷଜ୍ଞମାନେ ଚିକିତ୍ସା ପାଇଁ ନନ୍ଦନକାନନ ପହଞ୍ଚତ୍ଥିଲେ। ପାଣି ଶୁଖାଯାଇ ଜଳହସ୍ତୀଟିକୁ ଉପରକୁ ଅଣାଯାଇ ଚିକିତ୍ସା କରାଯାଉଥିବାବେଳେ ତା’ର ମୃତ୍ୟୁ ହୋଇଥିଲା। ଚିକିତ୍ସାର ପ୍ରାଥମିକ ରିପୋର୍ଟ ଆସିବା ପରେ ଜଳହସ୍ତୀର ଅନ୍ତନଳୀରେ ରକ୍ତସ୍ରାବ ସହ ନିମୋନିଆ ହୋଇଥିବା ଜଣାପଡିଛି। ଅଧିକ ତଥ୍ୟ ଜାଣିବା ପାଇଁ ରକ୍ତ ନମୁନାକୁ ଓୟୁଏଟି ପଠାଯାଇଥିବା ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି। ଏହାର ମୃତ୍ୟୁ ପରେ ଜଳହସ୍ତୀ ସଂଖ୍ୟା ହ୍ରାସପାଇ ୧୩ରେ ପହଞ୍ଚତ୍ଛି। ସେଥିମଧ୍ୟରେ ୩ ଅଣ୍ଡିରା, ୮ମାଈ ଓ ୨ଟିର ଲିଙ୍ଗ ନିରୂପଣ ହୋଇପାରି ନାହିଁ।