ନବଜ୍ୟୋତିଙ୍କ ମୁଣ୍ଡରେ ସର୍ବାଧିକ ଋଣ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚଳିତ ମାସ ୨୯ରେ ଅନୁଷ୍ଠିତ ହେବ। ରାଜ୍ୟରେ ଏକସଙ୍ଗରେ ଲୋକ ସଭା ସହ ବିଧାନସଭା ନିର୍ବାଚନ ହେଉଛି। ଇତିମଧ୍ୟରେ ୪ର୍ଥ ପର୍ଯ୍ୟାୟରେ ପ୍ରାର୍ଥୀ ପ୍ରତିଦ୍ୱଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଆୟ, ଆପରାଧିକ ପୃଷ୍ଠଭୂମି ଏବଂ ଋଣଭାରକୁ ନେଇ ବୁଧବାର ରିପୋର୍ଟ ପ୍ରକାଶ ପାଇଛି।
ରାଜ୍ୟର ୬ ଲୋକ ସଭା ଆସନର ୫୨ ପ୍ରାର୍ଥୀଙ୍କ ଦାଖଲ ସତ୍ୟପାଠ ତଥ୍ୟକୁ ଆସୋସିଏଟ୍‌ ଫର ଡେମୋକ୍ରେଟିକ ରିଫର୍ମ (ଏଡିଆର) ପକ୍ଷରୁ ବିଶ୍ଳେଷଣ କରାଯାଇଛି। ଏଥିରେ ବାଲେଶ୍ୱର ଲୋକ ସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ଋଣଭାର ସର୍ବାଧିକ ବୋଲି ଜଣାପଡିଛି। ତାଙ୍କ ଋଣର ପରିମାଣ ୧୦୭,୯୫,୮୨,୦୦୦ଟଙ୍କା ରହିଛି। ସେହିପରି ତାଙ୍କ ସମ୍ପତ୍ତିର ପରିମାଣ ୧୦୪,୨୦,୦୫,୦୦୦ ରହିଛି। ଆୟରେ ନବଜ୍ୟୋତି ଏହି ପର୍ଯ୍ୟାୟରେ ପଞ୍ଚମ ସ୍ଥାନରେ ରହିଛନ୍ତି। କେନ୍ଦ୍ରାପଡାରୁ ଭାଜପା ପ୍ରାର୍ଥୀ ହୋଇଥିବା ବୈଜୟନ୍ତ ପଣ୍ଡା ଦେଶର ସର୍ବାଧିକ ତୃତୀୟ ଆୟକାରୀ ପ୍ରାର୍ଥୀ ବୋଲି ଜଣାପଡିଛନ୍ତି। ଗତ ଆର୍ଥିକ ବର୍ଷରେ ବୈଜୟନ୍ତ ୯ କୋଟି ଟଙ୍କା ଆୟ କରିଥିଲେ। ଜାତୀୟସ୍ତରରେ ବୈଜୟନ୍ତଙ୍କଠାରୁ କଂଗ୍ରେସର ପ୍ରିୟା ଦତ୍ତ ଏବଂ ବିବେକ କ୍ରିଷ୍ଣା ତନ୍‌ଖା ଅଧିକ ଆୟକାରୀ ବୋଲି ଜଣାପଡିଛି। ରାଜ୍ୟର ୫୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୭ ଜଣ କୋଟିପତି ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ବିରୋଧରେ ଆପରାଧିକ ମାମଲା ଥିବା ରହିଛିି। ତନ୍ମଧ୍ୟରୁ ୬ ଜଣଙ୍କ ବିରୋଧରେ ସଙ୍ଗିନ ଆପରାଧିକ ମାମଲା ଦରଜ କରାଯାଇଛି। ଚତୁର୍ଥ ପର୍ଯ୍ୟାୟରେ ହେବାରୁ ଥିବା ଯାଜପୁର ଲୋକ ସଭା ଆସନକୁ ଏଡିଆର ପକ୍ଷରୁ ରେଡ ଆଲର୍ଟ ଶ୍ରେଣୀଭୁକ୍ତ କରାଯାଇଛି। ହାରାହାରି ବିଜେଡି ପ୍ରାର୍ଥୀଙ୍କ ସମ୍ପତ୍ତିର ପରିମାଣ ୧୪ କୋଟି ଟଙ୍କା ରଖାଯାଇଛି। ନବଜ୍ୟୋତି ଏବଂ ବୈଜୟନ୍ତଙ୍କ ବ୍ୟତୀତ କୋଟିପତି ତାଲିକାରେ ଅନେକ ନେତା ମଧ୍ୟ ରହିଛନ୍ତି। ସେମାନେ ହେଉଛନ୍ତି- ବିଜେଡିରୁ ରବୀନ୍ଦ୍ର ଜେନା, ମଞ୍ଜୁଲତା ମଣ୍ଡଳ, ଅନୁଭବ ମହାନ୍ତି, ଶର୍ମିଷ୍ଠା ସେଠୀ ଏବଂ ଦେବାଶିଷ ମାରାଣ୍ଡି। ସେହିପରି କଂଗ୍ରେସରୁ ଧରଣୀଧର ନାୟକ, ମାନସ ଜେନା ଏବଂ ମଧୁସ୍ମିତା ସେଠୀଙ୍କ ସମ୍ପତ୍ତିର ପରିମାଣ କୋଟିଏରୁ ଅଧିକ। ଅନ୍ୟମାନଙ୍କ ମଧ୍ୟରେ ଭାଜପାରୁ ଅଭିମନ୍ୟୁ ସେଠୀ, ଅମିୟ ମଲିକ, ଜେଏମ୍‌ଏମ୍‌ରୁ ଅଞ୍ଜଳି ସୋରେନ୍‌ ମଧ୍ୟ କୋଟିପତି ପ୍ରାର୍ଥୀ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri