ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ : ସ୍ବାମୀଙ୍କ ପରେ ଶାଶୁ,ଶ୍ୱଶୁର ଗଲେ ଜେଲ

ଦିଗପହଣ୍ଡି,୧୪।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଏସ୍‌. ଗୋପାଳପୁର ଗ୍ରାମରେ ଗତ ଡ଼ିସେମ୍ବର ୨୪ ତାରିଖ ରାତିରେ ଜଣେ ନବବଧୂଙ୍କ ସନ୍ଦେହଜନକ ମତ୍ୟୁଘଟିଥିଲା। ଗ୍ରାମର ବିକ୍ରମ ବରାଡଙ୍କ ସ୍ତ୍ରୀ ନିଶା ପ୍ରଧାନଙ୍କ ମୃତ୍ୟୁପରେ ନିଶାଙ୍କ ମା’ ଦିଗପହଣ୍ଡି ଥାନା ଭୁଶୁଣ୍ଡା ଗ୍ରାମର କୁମାରୀ ପ୍ରଧାନ ପାଟପୁର ଥାନାରେ ଏତଲା ଦେଇଥିଲେ। ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଘଟଣାର ପରଦିନ ମାମଲା ନଂ.୫୮୫/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ପୋଲିସ ଟିମ ଆଡ଼ାପଡ଼ା ଗୋଷ୍ଠୀ ସୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମଙ୍ଗଳବାର ମାମଲାର ତଦନ୍ତକାରୀ ଅଧିକାରୀ ଆଇଆଇସି ଅଭିଯୁକ୍ତ ନିଶାଙ୍କ ଶାଶୁ ଭାସିନି ବରାଡ଼ ଏବଂ ଶ୍ୱଶୁର ଭଗବାନ ବରାଡଙ୍କୁ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୋର୍ଟକୁ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ପୂର୍ବରୁ ନିଶାଙ୍କ ସ୍ବାମୀ ବିକ୍ରମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟିରେ ଓଲୋଟିଲା ଖମ୍ବେଶ୍ୱରୀ ବସ୍, ୧୦ ଆହତ

ଭଞ୍ଜନଗର,୧୪ା୩(ବାବୁଲା ପ୍ରଧାନ/ଚିନ୍ମୟ କୁମାର ସେଠୀ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଶୁକ୍ରବାର ପ୍ରତ୍ୟୁଷରେ ଖମ୍ବେଶ୍ୱରୀ ବସ୍ ଓଲୋଟି ପଡିଛି। ଏଥିରେ ୧୦...

କରାଟେ କଲର ବେଲ୍ଟ ପରୀକ୍ଷା: ୨୦ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ

ଲାଞ୍ଜିଗଡ଼,୧୩ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ବେଦାନ୍ତ କଲୋନୀ କ୍ଲବ ହାଉସଠାରେ କରାଟେ କଲର ବେଲ୍ଟ ପରୀକ୍ଷା ଗୁରୁବାର ଅନୁଷ୍ଠିତ ହୋଇଯାଇଛି।...

ସିଦ୍ଧ ବାଙ୍କେଶ୍ବରୀଙ୍କ ଡିମ୍ବୁଳା ଯାତ୍ରା ଆରମ୍ଭ, ଯାତ୍ରା ପୀଠ ଲୋକାରଣ୍ୟ

ଦିଗପହଣ୍ଡି,୧୩ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ତତ୍କାଳୀନ ବଡଖେମୁଣ୍ଡି ଗଡ଼ ତଥା ଦିଗପହଣ୍ଡି ବ୍ଲକ ବଡଡିମ୍ବୁଳା ଗ୍ରାମରେ କେଉଁ ଆବହମାନ କାଳରୁ...

୧୭ରେ କୃଷକ ମହାପଞ୍ଚାୟତ

ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୭ତାରିଖରେ ବରଗଡ ଜିଲା ସୟାଁ ଖେଳ ପଡ଼ିଆରେ କୃଷକ ମହାପଞ୍ଚାୟତ ହେବ। ଏଥିପାଇଁ ଜିଲାର ସମସ୍ତ ଗାଁ ଗାଁରେ ଜୋରଦାର ପ୍ରସ୍ତୁତି...

ଓଡ଼ିଆ ଅସ୍ମିତା ପାଇଁ ଭାଜପା ୫୦ ବର୍ଷ ଶାସନ କରିବ: ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଉଦ୍‌ଯାପିତ ଅବସରରେ ଏମିତି କହିଲେ ବିଧାୟକ

ଭଞ୍ଜନଗର,୧୩।୩(ବାବୁଲା ପ୍ରଧାନ): କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି ଭଞ୍ଜନଗର ନିକଟସ୍ଥ କୁଲାଡରେ ଦୁଇ ଦିନ ଧରି ଚାଲିଥିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ...

ବାଇକରେ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଯାଉଥିବାବେଳେ ଧରିଲା ପୋଲିସ, ଯାଞ୍ଚବେଳେ ମିଳିଲା…

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଗୁରୁବାର ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୨ ଜଣ ଯୁବକଙ୍କୁ ଗିରଫ କରି ବ୍ରହ୍ମପୁର ଜିଲା ଦୌରା...

ଗଞ୍ଜେଇ ସହ ଧରାପଡିବା ପରେ ମାରିଥିଲେ ଚମ୍ପଟ, ଗୋଡାଇ ଗୋଡାଇ ଧରିଲା ଅବକାରୀ

ଛତ୍ରପୁର, ୧୩।୩(ସନ୍ତୋଷ ପାଢ଼ୀ ): ଛତ୍ରପୁର ସ୍ଥିତ ଭ୍ରାମ୍ୟମାଣ ଅବକାରୀ ଟିମ ଗୁରୁବାର ଗଞ୍ଜାମ ବ୍ରିଜ ନିକଟରୁ ୮ କିଗ୍ରା ଗଞ୍ଜେଇ ସହ ଜଣଙ୍କୁ ଗିରଫ...

କନ୍ଧମାଳ ମହୋତ୍ସବ, ପଲ୍ଲୀଶ୍ରୀ ମେଳା-୨୦୨୫: ମଶାଲ ଶୋଭାଯାତ୍ରାରେ ସାମିଲ ହେଲେ ଅଞ୍ଚଳବାସୀ, ବ୍ଲକ କର୍ମଚାରୀ

ଦାରିଙ୍ଗବାଡି, ୧୩।୩ (ଅରୁଣ ସାହୁ ): ଆସନ୍ତା ୨୧ ଠାରୁ ୨୫ ପର୍ଯ୍ୟନ୍ତ ଫୁଲବାଣୀଠାରେ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା -୨୦୨୫ ହେବାକୁ ଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image