ମୁମ୍ବାଇ,୧୩।୧: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ନେଇ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଦେଇଥିବା ମନ୍ତବ୍ୟକୁ ଶିବସେନା ପକ୍ଷରୁ ପ୍ରଶଂସା କରାଯାଇଛି। ଏନେଇ ଶିବସେନା ମୁଖପତ୍ର ସାମନାରେ ଲେଖା ପ୍ରକାଶ ପାଇଛି। ଦାୟିତ୍ୱ ଗ୍ରହଣ ପରେ ନରାଓ୍ବଣେ ଜଣେ ମରାଠା ହେବାର ପରିଚୟ ଦେଇଥିବା ସାମନାରେ କୁହାଯାଇଛି। ସୂଚନାଯୋଗ୍ୟ, ନରାଓ୍ବଣେ କହିଥିଲେ ଯେ, ପିଓକେ ଅଧିକାର ପାଇଁ ସରକାର ଆଦେଶ ଦେଲେ ତୁରନ୍ତ କାର୍ଯ୍ୟକାରୀ କରାଯିବ। ଏହାକୁ ନେଇ ବେଶ୍ ଚର୍ଚ୍ଚା ଜାରି ରହିଛି।