ନଳକୂପ ଖନନରେ ହେରାଫେରି ମାମଲା: ଆଜି ଲୋକାୟୁକ୍ତରେ ଚୂଡ଼ାନ୍ତ ଶୁଣାଣି

ଯାଜପୁର ଅଫିସ,୯ା୧: ଧର୍ମଶାଳା ବ୍ଲକ ସୁନ୍ଦରିଆ ପଞ୍ଚାୟତ ହରଦେଈପୁର ଗ୍ରାମରେ ଏକ ପାନୀୟ ଜଳ ପ୍ରକଳ୍ପ(ନଳକୂପ) ଖନନରେ ବ୍ୟାପକ ହେରାଫେରି ଅଭିଯୋଗ ଉପରେ ଗୁରୁବାର ଲୋକାୟୁକ୍ତରେ ଶୁଣାଣି କରାଯିବ। ଏଥିପାଇଁ ଧର୍ମଶାଳା ବିଡିଓ ଓ ଅଭିଯୋଗକାରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ସୁନ୍ଦରିଆ ପଞ୍ଚାୟତ ହରଦେଈପୁର ଗ୍ରାମରେ ୨୦୧୬-୧୭ ଆଥିକ ବର୍ଷରେ ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନରୁ ୨ଲକ୍ଷ ଟଙ୍କା ବ୍ୟୟରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଜାଣିବାକୁ ପାଇଥିଲେ। ଏନେଇ ସମିତି ସଭ୍ୟା ରିଲୁ ବେହୁରା ଧର୍ମଶାଳା ବିଡିଓଙ୍କ ସମେତ ଯାଜପୁର ଜିଲାପାଳ ଓ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଜଣାଇଥିଲେ। ହେଲେ କେହି ଏହି ଅଭିଯୋଗ ଉପରେ ତଦନ୍ତ କରି ନ ଥିଲେ। ବାଧ୍ୟ ହୋଇ ବେହୁରା ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ଲୋକାୟୁକ୍ତଙ୍କ କୋର୍ଟରେ ଏଲ୍‌ୱାଇ ୪୧୪/୨୦୧୯ରେ ଏକ ମାମଲା ରୁଜୁ ହୋଇ ଶୁଣାଣି ଆରମ୍ଭ ହୋଇଥିଲା। ତେବେ ଗତ ନଭେମ୍ବର ମାସ ୨୮ ତାରିଖରେ ଧର୍ମଶାଳା ବିଡିଓ, ପିଇଓ, କନିଷ୍ଠ ଯନ୍ତ୍ରୀ ଓ ସରପଞ୍ଚଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ନିଜ ପକ୍ଷ ରଖିବାକୁ ସମନ ହୋଇଥିଲା। ତେବେ ବ୍ଲକ ପ୍ରଶାସନ ପକ୍ଷରୁ ସହକାରୀ ଯନ୍ତ୍ରୀ ଲୋକାୟୁକ୍ତରେ ହାଜର ହୋଇ ଉକ୍ତ ପ୍ରକଳ୍ପରେ ୬୫ମିଟର ବୋରିଂ କରାଯାଇ ସେଥିରେ ନଳକୂପ ଲଗାଯାଇଛି ବୋଲି ପକ୍ଷ ରଖିଥିଲେ। ହେଲେ ଅଭିଯୋଗକାରିଣୀ ବେହୁରା ଦୃଢ ଭାବେ ଖଣ୍ଡନ କରି ଉକ୍ତ ନଳକୂପରୁ କେହି ବି ଏଯାଏ ପାଣି ବ୍ୟବହାର କରି ନାହାନ୍ତି ବୋଲି ସୂଚନା ଦେଇଥିଲେ। ଏହାପରେ ଉକ୍ତ ନଳକୂପ ପ୍ରକଳ୍ପର ଗଭୀରତା ଉପରେ ନୀରିକ୍ଷଣ କରି ରିପୋର୍ଟ ପ୍ରଦାନ କରିବାକୁ ଲୋକାୟୁକ୍ତଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। ଏହିକ୍ରମରେ ୯ା୧୨ା୨୦୧୯ରେ ସହକାରୀ ଯନ୍ତ୍ରୀ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ଯେ, ୬୫ ମିଟର ବଦଳରେ ୩୬.୪୦ ମିଟର ଖନନ ହୋଇଛି। ଏହାପରେ ଗତ ୨୮ା୧୨ା୨୦୧୯ରେ ଧର୍ମଶାଳା ବିଡିଓ ଲୋକାୟୁକ୍ତଙ୍କ ନିକଟରେ ସବିଶେଷ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ରିପୋର୍ଟରେ ସୁନ୍ଦରିଆ ପଞ୍ଚାୟତର ପିଇଓ ମାନଗୋବିନ୍ଦ ବରାଳ ଏହି ପ୍ରକଳ୍ପର କାର୍ଯ୍ୟକାରୀ କରାଇଥିଲେ। ତତ୍‌କାଳୀନ ଜିପିଟିଏ ତଥା ରସୁଲପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୁଷ୍ପାଞ୍ଜଳି ସାହୁ ପ୍ରକଳ୍ପର ମାପିବା ପ୍ରକ୍ରିୟା ସମ୍ପାଦନ କରିଥିଲେ। ତତ୍‌କାଳୀନ ଧର୍ମଶାଳା ସହକାରୀ ନିର୍ବାହୀ ଯନ୍ତ୍ରୀ ଦେବଦତ୍ତ ରାୟ(ବର୍ତ୍ତମାନ ପୁରୀ ପୌରାଞ୍ଚଳର ସହକାରୀ ନିର୍ବାହୀ ଯନ୍ତ୍ରୀ) ଏହି କାର୍ଯ୍ୟର ନୀରିକ୍ଷଣ କରି ହସ୍ତାକ୍ଷର କରିଥିଲେ। ସୁନ୍ଦରିଆ ସରପଞ୍ଚ ଗାୟତ୍ରୀ ପରିଡା ଏହି ପ୍ରକଳ୍ପର ପ୍ରଶାସନିକ ପ୍ରାଧିକାରିଣୀ ରହିଥିଲେ। ଜିପିଟିଏ ପୁଷ୍ପାଞ୍ଜଳି ସାହୁଙ୍କୁ କାରଣଦର୍ଶାଅ ନୋଟିସ ଜାରି ହୋଇଥିଲା। ଏହାସହ ଆରଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀଙ୍କୁ ସବିଶେଷ ନୀରିକ୍ଷଣ ରିପୋର୍ଟ ଦେବାକୁ ଅନୁରୋଧ କରାଯାଇଥିଲା ବୋଲି ବିଡିଓ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ। ଏହିସବୁ ରିପୋର୍ଟକୁ ଭିତ୍ତିକରି ଗୁରୁବାର ଲୋକାୟୁକ୍ତଙ୍କ ଶୁଣାଣି ବହୁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଖାଲି ଭାତ ଦେବା ପଡ଼ିଲା ମହଙ୍ଗା

ଭୁବନେଶ୍ୱର,୨ା୧୧: ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ପୁଷ୍ଟିକର ସ୍ବାଦିଷ୍ଟ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ପିଏମ୍‌-ପୋଷଣ ଅଭିଯାନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରକାର...

ଅଘଟଣ ଘଟାଇବା ପାଇଁ କରୁଥିଲେ ଉଦ୍ୟମ, ଯବାନଙ୍କ ଦେଖି…

ନୂଆପଡ଼ା,୨ା୧୧(ମକାରୁ ବେମାଲ): ନୂଆପଡ଼ା ପୋଲିସ ଓ ଏସ୍‌ଓଜି ଯବାନଙ୍କ ମିଳିତ କୋମ୍ବିଂ ବେଳେ ଶନିବାର ଏକ ମାଓବାଦୀ କ୍ୟାମ୍ପ୍‌ ଠାବ କରାଯାଇଛି। ଏହି ସମୟରେ ମାଓବାଦୀମାନେ...

ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଅଗ୍ନିକାଣ୍ଡ

ଛତ୍ରପୁର,୨।୧୧(ଦିଲୀପ ସାମଲ): ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଶନିବାର ଅଗ୍ନିକାଣ୍ଡ ଘଟିଛି । ବ୍ୟାଙ୍କର ତୃତୀୟ ମହଲାରେ ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗି...

ବଲାଙ୍ଗୀର ନୂଆ ସର୍କିଟ ହାଉସ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

ବଲାଙ୍ଗୀର,୨।୧୧: (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ନବନିର୍ମତ ଦୁଇ ମହଲା କୋଠା ବିଶିଷ୍ଟ ସର୍କିଟ ହାଉସକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର ସାରେ ଉଦ୍‌ଘାଟନ...

ଆମ୍ବ ଟାକୁଆ ଖାଇ ୬ ଗୁରୁତରଙ୍କ ମଧ୍ୟରୁ ୨ ହେବେ କଟକ ରେଫର: ସରପଞ୍ଚ କହିଲେ…

ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ): ମାଣ୍ଡିପଙ୍କା ଗ୍ରାମର ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଏବେ ମଧ୍ୟ ବ୍ରହ୍ମପୁର ବଡ଼ ମେଡିକାଲରେ...

ଆମ୍ବ ଟାକୁଆ ଖାଇ ମୃତ ଓ ଗୁରୁତରଙ୍କୁ ମିଳିଲା ସହାୟତା ରାଶି: ମୃତକଙ୍କୁ ୨୦, ଗୁରୁତରଙ୍କୁ ୧୦ ହଜାର

ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୨ ମୃତ ଓ ୬ ଗୁରୁତରଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ରାଶି...

ପଖାଳ ସହ ୨/ ୩ ଦିନର ବାସି ଆମ୍ବ ଟାକୁଆ ଯାଉ ନେଲା ଜୀବନ, ଭୋକ ଉପାସ ଯୋଗୁ ନୁହଁ ଏହା ପାରମ୍ପରିକ କହିଲେ ଜିଲାପାଳ

ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ୨ ଜଣଙ୍କ ମୃତ୍ୟୁ ଘଟିଛି। ୬ ଜଣ ଏବେ ମଧ୍ୟ...

ବଲାଙ୍ଗୀରରେ ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ:ଘାଡ଼ାକୁ ଘାସର ଦାୟିବ ଦିଆଗଲେ…

ଭୁବନେଶ୍ୱର,୨।୧୧: ବଲାଙ୍ଗୀର ବେଲପଡ଼ାରେ ଆୟୋଜିତ ସାଧାରଣସଭାରେ ଉଦ୍‌ବୋଧନ ଦେଇ ପୂର୍ବ ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri