ନଳକୂପରେ ନାହିଁ ପିଣ୍ଡି

ଘସିପୁରା,୧୧।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଗୋହିରା ପଞ୍ଚାୟତ ଓସ୍ତପୁରା ଗ୍ରାମରେ ଦୀର୍ଘଦିନ ହେବ ପାନୀୟଜଳ ସମସ୍ୟା ଲାଗି ରହିଛି। ଏହା ଏକ ବଣପାହାଡ଼ଘେରା ଅଞ୍ଚଳ। ବ୍ଲକ ଠାରୁ ଏହାର ଦୂରତା ପାଖାପାଖି ୫ କି.ମି. ହେବ। କହିବାକୁ ଗଲେ ଗ୍ରାମଟି ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଗ୍ରାମେରେ ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଥିବାବେଳେ ପାନୀୟ ଜଳ ସମସ୍ୟା ହେଉଛି ମୁଖ୍ୟ। ଲୋକମାନେ ପାଣି ପାଇଁ ଦୂଷିତ ଜଳକୁ ବ୍ୟବହାର କରୁଛନ୍ତି। ଏଥିଲାଗି ନାହିଁ ନ ଥିବା ଅସୁବିଧା ମଧ୍ୟ ଭୋଗୁଛନ୍ତି। ପାନୀୟ ଜଳ ଯୋଗାଣ ପାଇଁ ସରକାର ବିଭିନ୍ନ ଯୋଜନାରେ ନଳକୂପ ଖନନ ଠାରୁ ଆରମ୍ଭ କରି ତାହାର ରକ୍ଷଣାବେକ୍ଷଣା ଓ ପ୍ଲାଟଫର୍ମ (ପିଣ୍ଡି) ନିର୍ମାଣ ପାଇଁ ପଞ୍ଚାୟତ ସ୍ତରରେ ସ୍ବତନ୍ତ୍ର ଅନୁଦାନ ଦେଉଛନ୍ତି। କିନ୍ତୁ ସରକାରଙ୍କ ଏହି ଅନୁଦାନର ସଦୂପଯୋଗ କରାଯାଇ ନ ପାରିବା ପରିତାପର ବିଷୟ। ଏଠାରେ ନଳକୂପ ଅଛି ସତ କିନ୍ତୁ ବ୍ୟବହାର କରାଯାଇପାରୁନି। ଏନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଶୁଣିବାକୁ କେହି ନାହାନ୍ତି।
ଓସ୍ତପୁରା ଗ୍ରାମରେ ବର୍ଷବର୍ଷ ଧରି ଲୋକଙ୍କ ଦାବି ପରେ ନଳକୂପ ଖନନ ହେଲା। ମାତ୍ର ଇତି ମଧ୍ୟରେ ଏକ ବର୍ଷ ବିତିଥିଲେ ମଧ୍ୟ ଉକ୍ତ ନଳକୂପରେ ପ୍ଲାଟଫର୍ମ ନିର୍ମାଣ କରାଯାଇ ନଥିବା ବେଳେ ରକ୍ଷଣାବେକ୍ଷଣା ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇ ନାହିଁ। ଫଳରେ ବିଶୁଦ୍ଧ ପାନୀୟ ଜଳ ପାଇ ପାରୁ ନଥିବା ୩ନଂ ୱାର୍ଡ ମଙ୍ଗଳାଶାଳର ଲୋକେ ଅଭିଯୋଗ କରିଛନ୍ତି। ବିଶେଷ କରି ବର୍ଷା ଦିନ ହୋଇଥିବାରୁ ନଳକୂପ ଭିତରେ ଆଖପାଖ ଅଞ୍ଚଳର ଗୋଳିଆ ପାଣି ଜମି ରହୁଛି। ଯାହା ବ୍ୟବହାର ଅନୂପଯୋଗୀ। ଏହାକୁ ବ୍ୟବହାର କରି ନାନା ରୋଗର ସମ୍ମୁଖୀନ ହେଉଛନ୍ତି। ପ୍ଲାଟଫର୍ମ ନିର୍ମାଣ ପାଇଁ ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ । ତୁରନ୍ତ ସମସ୍ୟାର ସମାଧାନ ଦିଗରେ ପଦକ୍ଷକ୍ଷେପ ନେବାକୁ ଗ୍ରାମବାସୀ କୃଷ୍ଣଚନ୍ଦ୍ର ନାୟକ, ନାଳୁ ମହାକୁଡ଼, ସୁର ମହାକୁଡ଼, କୈଳାଶ ନୟକ, ନନ୍ଦିଆ ନାୟକ, ତପୁ ମହାକୁଡ଼, ରଞ୍ଜନ ନାୟକ, ବାୟାଧର ନାୟକ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri