ନାଁକୁ କଟକଣା ପାଳନ: କଣ୍ଟାପଡ଼ାରେ ଅସାଧୁ ବ୍ୟବସାୟୀଙ୍କ ଢାଲ ପାଲଟିଛି ପରିବା ଓ ଗ୍ରୋସରୀ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

କଣ୍ଟାପଡା, ୧୮।୪(ଡି.ଏନ୍‌.ଏ.): କରୋନାର ଗୋଷ୍ଠୀ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ କେନ୍ଦ୍ର ଓ ରାଜ୍ୟସରକାର ଲକ୍‌ଡାଉନ୍‌ କଟକଣା ଲଗାଇଛନ୍ତି। ଏହି ସମୟରେ କେବଳ କିଛି ନିର୍ଦ୍ଦିଷ୍ଟ ଦୋକାନ ଖୋଲାଯିବ ବୋଲି ନିର୍ଦ୍ଦେଶ ରହିଛି। ବିଶେଷକରି ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଔଷଧ, ପନିପରିବା, ଗ୍ରୋସରୀ, ମାଛମାଂସ ଆଦି ଦୋକାନ ଖୋଲା ରଖିବାପାଇଁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ତେବେ ଏହି ଗାଇଡ୍‌ ଲାଇନ୍‌କୁ କଣ୍ଟାପଡା ବ୍ଳକ ଅଞ୍ଚଳରେ ବହୁ ଅସାଧୁ ବ୍ୟବସାୟୀ ପାଳନ କରିବା ପରିବର୍ତ୍ତେ ଉଲ୍ଲଂଘନ ପାଇଁ ନୂଆ କୌଶଳ ଆପଣାଇଛନ୍ତି। ଏବେ ଏହି ବ୍ୟବସାୟୀମାନେ ନିଜ ଦୋକାନ ସମ୍ମୁଖରେ ପରିବା ଡାଲାରଖି ସେଥିରେ ଅଳ୍ପ ପରିମାଣର ପରିବା ରଖି ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି। ଏହି ଅଞ୍ଚଳରେ କେତେକ ଚା’ ଦୋକାନ ମଧ୍ୟ ବଢ଼ିଭୋରୁ ଖୋଲୁଥିବା ଦେଖାଯାଉଛି। ଫଳରେ ଉକ୍ତ ଦୋକାନରେ ବିଭିନ୍ନ ଗ୍ରାମରୁ ଯୁବକମାନେ ଆସି ଖଟି କରୁଥିବା ଦେଖାଯାଉଛି। ସେହିପରି ଗ୍ରୋସରୀ ଦୋକାନ ଖୋଲା ରଖବାକୁ ନିର୍ଦ୍ଦେଶ ଥିବାରୁ ବ୍ୟବସାୟୀମାନେ ଗ୍ରୋସରୀ ସହ ସେଥିରେ ଅନ୍ୟାନ୍ୟ ସାମଗ୍ରୀ ରଖି ବିକ୍ରି କରୁଛନ୍ତି। ସେହିପରି ବିଭିନ୍ନ ବଜାରରେ ଥିବା ଜଳଖଆ ଦେକାନ ବନ୍ଦ ଥିବାରୁ ଏହି ବ୍ୟବସାୟୀ ମାନେ ଗଁାଭିତରେ ପସରା ଖୋଳିବା ଆରମ୍ଭ କରିଛନ୍ତି। ଫଳରେ ଗାଁ ଭିତରକୁ ବାହାର ଲୋକ ଅବାଧରେ ପ୍ରବେଶ କରୁଛନ୍ତି। ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବାପାଇଁ ସତର୍କ କରାଯାଉଥିଲେ ମଧ୍ୟ ଉକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ କୌଣସି ଗାଇଡ୍‌ ଲାଇନ୍‌ ଜାରି କରାଯାଉ ନଥିବାରୁ ବ୍ୟବସାୟୀ ମାନେ ବେଧଡକ ଭାବେ ନିଜର ବ୍ୟବସାୟ ଚଳାଇଛନ୍ତି। ପ୍ରଶାସନ ଏଥିରେ ତୁରନ୍ତ ହସ୍ତକ୍ଷେପ ନ କଲେ ଆଗାମୀ ଦିନରେ ଲକ୍‌ଡାଉନ୍‌ର ଉଦ୍ଦେଶ୍ୟ ଗୁରୁତ୍ୱହୀନ ହୋଇପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri