ନାଗରିକ ମଞ୍ଚ ତରଫରୁ ଚାରାରୋପଣ

ରାଇକିଆ,୧୨ା୮(ଡି.ଏନ୍‌.ଏ.)-ରାଇକିଆ ନାଗରିକ ମଞ୍ଚ ତରଫରୁ ଷ୍ଟେଟବ୍ୟାଙ୍କ ରୋଡ଼ଠାରେ ଶନିବାର ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ବିଭିନ୍ନ ପ୍ରକାର ଚାରାରୋପଣ କରାଯିବା ସହ ଏହାର ସୁରକ୍ଷା ପାଇଁ ତାରବାଡ଼ ଲଗାଯାଇଛି। ରାସ୍ତାର ଉଭୟ ପାର୍ଶ୍ୱ ସଫେଇ କରାଯାଇଥିଲା। ବନ ବିଭାଗ ତରଫରୁ ରେଞ୍ଜର ସୋନୁରାଗ ବଞ୍ଚର, ଫରେଷ୍ଟର ମାଣିକେଶ୍ୱର ପଟ୍ଟନାୟକ, ଅଜିତ ପ୍ରଧାନ ଏବଂ ଫରେଷ୍ଟ ଗାର୍ଡ଼ମାନେ ଏଥିରେ ସହଯୋଗ କରିଥିଲେ। ସହରକୁ ସବୁଜ ସୁନ୍ଦର କରିବା ପାଇଁ ନାଗରିକ ମଞ୍ଚ ପ୍ରୟାସ କରି ଆସୁଛି ବୋଲି ମଞ୍ଚ ସଭାପତି ସୁଶାନ୍ତ କୁମାର ଜେନା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ମେନେଶ୍ୱର ଦିଗାଳ, ଯୁଗ୍ମ ସମ୍ପାଦକ ମୋସେସ ଦିଗାଳ, ପରାମର୍ଶଦାତା ନଳିନୀ ନାୟକ, ଦୁର୍ଯ୍ୟୋଧନ ଲେଙ୍କା, ଶ୍ରୀବତ୍ସ ନାୟକ, ବାଇନାଥ ଦାସ, ଅକ୍ଷୟ ପ୍ରଧାନ, ଶରତ ନାୟକ, ରାଜୁ ପରିଚ୍ଛାଙ୍କ ସମେତ ସଦସ୍ୟମାନେ ଚାରାରୋପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଉଥିଲେ ଅତିରିକ୍ତ ତହସିଲଦାର: ଛକିରହିଥିଲା ଭିଜିଲାନ୍ସ ,ପରେ ଯାହା ହେଲା…

ସମ୍ବଲପୁର,୧୯।୪: ଲାଞ୍ଚ ନେଇ ଧରାପଡ଼ିଲେ ସମ୍ବଲପୁର ଜିଲା ମାନେଶ୍ବର ଅତିରିକ୍ତ ତହସିଲଦାର। ମାନେଶ୍ବର ଅତିରିକ୍ତ ତହସିଲଦାର ଭୁବନାନନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ଚାଷଜମିର କିସମ...

ଘଟଗାଁ ମା’ ତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟସଚିବ ଶକ୍ତିକାନ୍ତ ଦାସ

କେନ୍ଦୁଝର,୧୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ଓଡ଼ିଶାକୁ ତିନି ଦିନିଆ ଗସ୍ତରେ ଆସିଥିବା ବେଳେ ଶନିବାର କେନ୍ଦୁଝର ଗ୍ରସ୍ତରେ...

ଦାରିଙ୍ଗବାଡି ବନାଞ୍ଚଳରେ ଅବାଧ ଗଛକଟା ଘଟଣା: ବନ ବିଭାଗ ସେଣ୍ଟ୍ରିଙ୍ଗ ଭାଙ୍ଗି ଜବତ କଲା କାଠ

ଦାରିଙ୍ଗବାଡି,୧୯।୪ (ଅରୁଣ ସାହୁ): ପୋଲ ନିର୍ମାଣରେ ମୂଲ୍ୟବାନ ଶାଳ କାଠକୁ ସେଣ୍ଟ୍ରିଙ୍ଗରେ ବ୍ୟବହାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଖବର ଧରିତ୍ରୀରେ...

ପେଟ ପାଇଁ ଗାଁ ବୁଲୁଛି ଓଟ

ମହାକାଳପଡ଼ା, ୧୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ସୁଦୂର ରାଜସ୍ଥାନ ଓ ଉତ୍ତରପ୍ରଦେଶରୁ କେତେଜଣ ବ୍ୟକ୍ତି ଓଟକୁ ଧରି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଗାଁକୁ ଗାଁ ବୁଲି...

ଚୋରିଯାଇଥିବା ଜେସିବି ଜବତ: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡି,୧୯।୪ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ କୁ ମିଳିଛି ବଡ଼ ସଫଳତା। ଚୋରିଯାଇଥିବା ଏକ ଜେସିବିକୁ ପୋଲିସ ଉଦ୍ଧାର କରିବା ସହ ଚୋରି କରିଥିବା...

ଯୌତୁକ ପାଇଁ ୯ ମାସର ଗର୍ଭବତୀଙ୍କୁ ମାରିଦେଲେ ଶାଶୁଘର ଲୋକେ

ରାଜନଗର,୧୯।୪(କୃତିବାସ ପ୍ରଧାନ): ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ। କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ବାଲିସାହିପାଟଣା ଗାଁ ରେ ଘଟିଛି ଏହି ଅଭାବନୀୟ ଘଟଣା। ଅଭିଯୋଗ...

ଦାରିଙ୍ଗବାଡ଼ି ବନାଞ୍ଚଳରେ ଅବାଧ ଗଛକଟା ଘଟଣା: ଖବର ପ୍ରକାଶ ପରେ ବନବିଭାଗର ନିଦ ଭାଙ୍ଗିଲା

ଦାରିଙ୍ଗବାଡ଼ି,୧୯ା୪(ଅରୁଣ ସାହୁ): ଗଞ୍ଜାମ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳର ସିମନବାଡ଼ି ସେକ୍ସନ ବୁରାଙ୍ଗିଆଠାରୁ ବୁଡ଼ାଗୁଡ଼ାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଉକ୍ତ ରାସ୍ତାରେ...

ବୃଦ୍ଧଙ୍କ ସନ୍ଦେହଜନକ ମୃତ୍ୟୁ: ମୃତଦେହ ଜବତ

ଦିଗପହଣ୍ଡି,୧୯।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଗୋଲା ସାହିର ବି. ଜୁରିଆ(୬୦)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image