ନାଟ୍ୟ କଳା ମହାସଂଘର ସାଙ୍ଗଠନିକ ସଭା: ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯାଉ

ଜୁନାଗଡ,୨୬।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ଆରଏମ୍‌ସି ଗୋଦାମଠାରେ ଶୁକ୍ରବାର ନାଟ୍ୟ କଳା ମହାସଂଘର ଏକ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି। ଜୁନାଗଡ ଓ ଗୋଲାମୁଣ୍ଡା ବ୍ଲକ ଜୋନ ନାଟ୍ୟ କଳାସଂଘ ପକ୍ଷରୁ ଏହାକୁ ଆୟୋଜନ କରାଯାଇଥିଲା। ଏଥିରେ କଳାହାଣ୍ଡି ଜିଲା ସମେତ ପଡୋଶୀ ନୂଆପଡା, ନବରଙ୍ଗପୁର ଓ ଛତିଶଗଡ ଅଞ୍ଚଳର ନାଟ୍ୟ କଳାକାରମାନେ ଯୋଗଦେଇଥିଲେ। ଜୟପାଟଣା ବ୍ଲକ ସଭାପତି ନବିନ ଧଙ୍ଗଡାମାଝିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ମହାସଂଘ ସଭାପତି ପ୍ରିୟ ରଞ୍ଜନ ପଣ୍ଡା, ମୁଖ୍ୟବକ୍ତା ଭାବେ ମହାସଂଘ ସମ୍ପାଦକ ଡମ୍ବରୁଧର ବାଗ, ସମ୍ମାନିତ ଅତିଥି ଭାବେ ମହାସଂଘର ଉପସଭାପତି ପଦ୍ମକିଶୋର ଦୁର୍ଗା, ମହାସଂଘର ଉପଦେଷ୍ଟା ମନୋଜ କୁମାର ଦାସ, ନାଟ୍ୟଗୁରୁ ହୁକମତ୍‌ ନାଗେଶ, କୋକସରା ବ୍ଲକ ସଭାପତି ଭିକାରୀ ଦୁର୍ଗା, ସମ୍ପାଦକ କମଲ କୁମାର, କଲମପୁର ସଭାପତି ଅଶୋକ କର, କୃଷ୍ଣଚନ୍ଦ୍ର ଲେଞ୍ଜିଆ ପ୍ରମୁଖ ଯୋଗଦେଇଥିଲେ। ନାଟ୍ୟ କଳାକାରଙ୍କୁ ସରକାରଙ୍କ ପକ୍ଷରୁ କୌଣସି ପ୍ରୋତ୍ସାହନ ଯୋଗାଇ ଦିଆଯାଉ ନ ଥିବାରୁ ସେମାନେ ଏବେ ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି। ଅନେକ କଳାକାର ବାଧ୍ୟ ହୋଇ ପେଟ ପାଇଁ ନିଜ ବୃତ୍ତିକୁ ଛାଡି ଦାଦନ ଖଟିଯିବା ସହ ଅନ୍ୟାନ କାମଧନ୍ଦା କରୁଛନ୍ତି। ଫଳରେ ଓଡିଶାର ସର୍ବପ୍ରାଚୀନ ନାଟ୍ୟ କଳା ଦିନକୁ ଦିନ ଲୋପ ପାଇବାକୁ ବସିଛି। ସରକାରଙ୍କ ପକ୍ଷରୁ ନାଟ୍ୟ କଳାକାରଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ପୁଣିଥରେ ଉକ୍ତ କଳାକାରମାନେ ନିଜର ବୃତ୍ତିକୁ ଆପଣାଇ ଲୋକଙ୍କୁ ମନୋରଞ୍ଜନ କରିପାରିବେ ବୋଲି ସଭାରେ ବକ୍ତାମାନେ ଉଦ୍‌ବୋଧନ ଦେଇଥିଲେ। ସେହିପରି ନାଟ୍ୟକଳାକାରଙ୍କୁ ଏକତ୍ର ହୋଇ ସଙ୍ଗଠନକୁ ମଜଭୁଥ୍‌ କରିବା ସହ କଳାକୁ ପ୍ରସାରିତ କରିବା ପାଇଁ ଆହ୍ବାନ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ବେଦବର ଡୋଙ୍ଗରୀ ପରିଚାଳନା କରିଥିଲେ। ନାଟ୍ୟଗୁରୁ ସୁଧାଂଶୁ ଶେଖର ନାଏକ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତ୍ର ଜଗୁଆଳିଙ୍କ ଭରସାରେ ଅବକାରୀ ଥାନା: ଖବର ପ୍ରକାଶ ପରେ ମଧ୍ୟ ଅବକାରୀ ବିଭାଗର ଭାଙ୍ଗୁନି ନିଦ

ଥୁଆମୂଳ ରାମପୁର,୨୨।୧୧(ଦୁର୍ଗା କୀର୍ତ୍ତି) କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଥିବା ଅବକାରୀ ଅଫିସ ବାହାର ଓ ଭିତର ଗେଟ ପ୍ରାୟ ଅଧିକାଂଶ ମାସ ହେବ...

ଜିଜ୍ଞାସା ବାର୍ଷିକୋତ୍ସବରେ କୃତି ଛାତ୍ରୀଛାତ୍ର ପୁରସ୍କୃତ

ଥୁଆମୂଳ ରାମପୁର,୨୨।୧୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ୭ତମ ଜିଜ୍ଞାସା ବାର୍ଷିକ ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧକ୍ଷ...

ବାର୍‌ହା ଉପଦ୍ରବ: ୨୦ ଏକର କଦଳୀ ଚାଷ କ୍ଷତିଗ୍ରସ୍ତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତ ବୋରିଆ ଗ୍ରାମର ଭିମା ପାଣି ପଞ୍ଚାୟତ ଅଧୀନରେ ଚାଷୀମାନେ କରିଥିବା କଦଳୀ ଚାଷ ଉପରେ...

ବାଇକ ଦୁର୍ଘଟଣାରେ ଯୁବକ ମୃତ, କାରଣ ଅସ୍ପଷ୍ଟ

କୋକସରା,୨୦।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଜାତୀୟ ରାଜପଥ ୨୬ କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଧାନ ମଣ୍ଡି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ବାଇକ ଦୁର୍ଘଟଣାରେ...

କେସିଙ୍ଗାରେ ବାଏପାସ ନିର୍ମାଣ ପାଇଁ ସହରର ଜନସାଧାରଣଙ୍କ ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି

କେସିଙ୍ଗା,୨୦।୧୨(ତୁମେଶ୍ୱର ସାହୁ): କେସିଙ୍ଗା ସହରରେ ଏକ ନୂତନ ବାଏପାସ ରାସ୍ତା ନିର୍ମାଣ ପାଇଁ ସହରର ଅନେକ ସଂଗଠନର ମିଳିତ ଉଦ୍ୟମରେ ଜିଲାପାଳଙ୍କୁ ଶୁକ୍ରବାର ସାକ୍ଷାତ କରି...

ଥୁଆମୂଳ ରାମପୁର ବ୍ଲକ୍ ପ୍ରାଣୀ ଚିକିତ୍ସାଳୟରେ ପ୍ରାୟ ସମୟ ତାଲା, ପ୍ରଭାବିତ ହେଉଛି ପ୍ରାଣୀଧନ ଚିକିତ୍ସା

ଥୁଆମୂଳ ରାମପୁର,୨୦।୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ସମ୍ପୂର୍ଣ୍ଣ ଅବହେଳାର ଚିତ୍ର ଦେଖିବାକୁ ମିଳିଛି। ଥୁଆମୂଳ ରାମପୁର ଗୋଷ୍ଠୀ...

ରାସ୍ତାରେ ଠିଆ ହୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା ପିକଅପ୍‌: ଚାଲିଗଲା ଜଣଙ୍କ ଜୀବନ, ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଚିତ୍ର

ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ ବନ୍ଧୋପଲା ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ:ଧାରଣା ଦେଲେ ପଞ୍ଚାୟତବାସୀ

ଲାଞ୍ଜିଗଡ଼,୨୦।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ କୁମଖାଳ ଗ୍ରାମ ପଞ୍ଚାୟତରେ ଥିବା ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ, କର୍ମଚାରୀ ନିୟମିତ ରହୁ ନ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri