ଇନ୍ଦୋର, ୨୯।୫: ଭାଜପା ସାଂସଦ ସ୍ବାଧୀ ପ୍ରଜ୍ଞା ଠାକୁରଙ୍କ ପରେ ଆଉ ଜଣେ ଭାଜପା ବିଧାୟକ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ରାଷ୍ଟ୍ରବାଦୀ କହି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଇନ୍ଦୋର ବିଧାୟିକା ଉଷା ଠାକୁର କହିଛନ୍ତି, ନାଥୁରାମ ଗଡସେ ଜଣେ ରାଷ୍ଟ୍ରବାଦୀ ଥିଲେ। କାରଣ ସେ ସାରା ଜୀବନ ଦେଶ ପାଇଁ ସମର୍ପି ଦେଇଥିଲେ। କୌଣସି କାରଣବଶତଃ ସେ ଗାନ୍ଧୀଙ୍କୁ ମାରିଥାଇପାରନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନ ପ୍ରଚାରବେଳେ ଗଡସେଙ୍କୁ ଦେଶଭକ୍ତ କହି ବିବାଦ ଘେରକୁ ଆସିଥିଲେ ଭୋପାଳ ଏମ୍ପି ସ୍ବାଧୀ ପ୍ରଜ୍ଞା ଠାକୁର।