ନାବାଳିକା ଗର୍ଭବତୀ, ଅଭିଯୁକ୍ତଙ୍କୁ ଜେଲ ଦଣ୍ଡ

ନିରାକାରପୁର,୨୨ା୯(ଡି.ଏନ.ଏ.): ବିବାହ ପାଇଁ ଦୁଇ ପରିବାର ମଧ୍ୟରେ ଆଲୋଚନା ହେଲା। ଝିଅ ନାବାଳିକା ଥିବାରୁ ସାବାଳିକା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଦୁଇ ପରିବାର ସହମତି ପ୍ରକାଶ କରିଥିଲେ। ଏପରିସ୍ଥଳେ ଝିଅପୁଅଙ୍କ ଅବାଧ ମିଳାମିଶା ଯୋଗୁ ନାବାଳିକା ଏବେ ଗର୍ଭବତୀ। ଏ ନେଇ ନାବାଳିକାଙ୍କ ଅଭିଯୋଗକ୍ରମେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଆଲୋଡନ ସୃଷ୍ଟି କରିଛି। ଗିରଫ ଅଭିଯୁକ୍ତ ହେଲେ ଏହି ଥାନା ଭଗବତୀପଡାର ପ୍ରଶାନ୍ତ କାଣ୍ଡି (୨୧)।

ପୀଡିତାଙ୍କ ମା’ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ପ୍ରାୟ ୬ମାସ ପୂର୍ବେ ପ୍ରଶାନ୍ତ ଓ ତାଙ୍କ ଝିଅଙ୍କ ମଧ୍ୟରେ ବିବାହ ପାଇଁ ସ୍ଥିର ହୋଇଥିଲା। ହେଲେ ଝିଅର ୧୫ବର୍ଷ ହୋଇଥିବାରୁ ସେ ସାବାଳିକା ହେବା ପର୍ଯ୍ୟନ୍ତ ଉଭୟ ପରିବାର ଅପେକ୍ଷା କରିବା ପାଇଁ କଥାବାର୍ତ୍ତା ହୋଇଥିଲେ। କିନ୍ତୁ ଏପରି ସମୟରେ ପ୍ରଶାନ୍ତ ତାଙ୍କ ଝିଅ ସହ ମିଳାମିଶା କରିଥିଲେ। ଫଳରେ ନାବାଳିକା ଚାରି ମାସର ଗର୍ଭବତୀ ହୋଇଥିଲେ। ଏହା ଜାଣିବା ପରେ ନାବାଳିକାଙ୍କ ମା’ ପ୍ରଶାନ୍ତଙ୍କ ପରିବାରକୁ ଜଣାଇଥିଲେ। ହେଲେ ସେମାନେ ଏହାକୁ ଗୁରୁତ୍ୱ ନ ଦେବାରୁ ସେ ପ୍ରଶାନ୍ତଙ୍କ ସମେତ ତାଙ୍କ ବାପା ଓ ଭାଇଙ୍କ ନାମରେ ଶୁକ୍ରବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଆଇପିସି ଦଫା ୩୩୬,(୩),(୨),(ଏନ୍‌),୨୯୪/୫୦୬, ୩୪ରେ ମାମଲା (ନଂ.୯୦/୧୯) ରୁଜୁ କରି ପ୍ରଶାନ୍ତଙ୍କୁ ଗିରଫ କରିଥିଲା। ଟାଙ୍ଗୀ କୋର୍ଟରେ ପ୍ରଶାନ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ଖୋର୍ଦ୍ଧା ଜେଲକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷେ ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ ଖୋର୍ଦ୍ଧା ସରକାରୀ ମେଡିକାଲକୁ ପଠାଯାଇଥିବା କହିଛନ୍ତି ଥାନା ଏଏସ୍‌ଆଇ ଶରତ କୁମାର ପାଇକରାୟ।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକଙ୍କ ଦେହାନ୍ତ, ମୃତ୍ୟୁ ପରେ ଅଙ୍ଗଦାନ

ବୁଗୁଡା,୨୮।୭(କାଳିଚରଣଦାଶ): ବୁଗୁଡ଼ା ବ୍ଲକ ବି.କରଡ଼ାବାଡ଼ି ଗ୍ରାମସ୍ଥିତ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠର ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ପ୍ରଫୁଲ୍ଲ କୁମାର ମହାପାତ୍ର(୭୨)ଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।...

ଦୁର୍ନୀତି କରି ଯନ୍ତ୍ରୀ ଠିକାଦାର ମାଲାମାଲ, ୧୫ ଦିନରେ ଧୋଇଗଲା ୧୦ ଲକ୍ଷ ଟଙ୍କାର ପୋଲ

ଥୁଆମୂଳ ରାମପୁର,୨୮।୭(ଦୁର୍ଗା କୀର୍ତ୍ତି): ସରକାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ କାମ...

ଗୋଳାବାରୁଦ କାରଖାନାକୁ ବିରୋଧ, ୧୫୦ ଜଣଙ୍କ ପାଇଁ ବିପଦରେ ପଡ଼ିବେ ଦେଢ଼ ଲକ୍ଷ

ଭଞ୍ଜନଗର,୨୮।୭(ବାବୁଲା ପ୍ରଧାନ): ମହାରାଷ୍ଟ୍ରର ଏକ ଘରୋଇ ବିସ୍ଫୋରକ ଉତ୍ପାଦନ କମ୍ପାନୀ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଘାଟିପଲ୍ଲୀ ଓ ଲଣ୍ଡେଇହିଲଠାରେ ଗୋଳାବାରୁଦ କାରଖାନା ନିର୍ମାଣ ଯୋଜନା...

ୟୁନିଫାଏଡ ଅଟୋମେଶନ ସିଷ୍ଟମକୁ ଶିକ୍ଷକଙ୍କ ତୀବ୍ର ବିରୋଧ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଦାବିପତ୍ର

ଭଞ୍ଜନଗର,୨୮।୭(ବାବୁଲା ପ୍ରଧାନ): ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗ ପକ୍ଷରୁ ଗତ ସପ୍ତାହର ଗୁରୁବାର ଠାରୁ ୟୁନିଫାଏଡ ଅଟୋମେଶନ ସିଷ୍ଟମ ଲାଗୁ ହୋଇଛି। ଏହି ସିଷ୍ଟମ...

ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ସମ୍ପର୍କ, ଗର୍ଭବତୀ ଜାଣିବା ପରେ…

ଖଡ଼ିଆଳ,୨୮।୭(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା କରାଯାଇଥିବା ନେଇ ଗତ ଜୁନ ୧୭ ତାରିଖ ଦିନ...

ବିଶ୍ବ ମାନବ ଚାଲାଣ ବିରୋଧୀ ଦିବସକୁ ନେଇ ସଚେତନତା

ରାଇକିଆ,୨୮।୭(ପ୍ରଦୀପ ବେହେରା): ଆସନ୍ତା ଜୁଲାଇ ୩୦ ତାରିଖ ହେଉଛି ବିଶ୍ବ ମାନବ ଚାଲାଣ ବିରୋଧୀ ଦିବସ ମାନବ ଚାଲାଣର ଶିକାର ହୋଇଥିବା ଲୋକଙ୍କ ପରିସ୍ଥିତି ବିଷୟରେ...

ସାକ୍ଷୀଗୋପାଳ ନିକଟରେ ଦ୍ରୁତଗତିରେ ଆସୁଥିଲା ଟ୍ରେନ, ପାର୍‌ ହେବା ବେଳେ ଟ୍ରାକ୍‌ରେ ଅଟକିଗଲା ଟ୍ରାକ୍ଟର,ତା’ପରେ…

ସାକ୍ଷୀଗୋପାଳ,୨୮।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସୋମବାର ଅପରାହ୍ନରେ ସାକ୍ଷୀଗୋପାଳ ରେଳଷ୍ଟେସନ ଠାରୁ କିଛି ଦୂରରେ ଏକବଡ଼ ଧରଣର ରେଳ ଦୁର୍ଘଟଣାରୁ ପୁରୀ -ପାଟନା ଏକ୍ସପ୍ରେସ ଅଳ୍ପକେ...

ଜମିଜମା ବିବାଦକୁ ନେଇ ଖଣ୍ଡାରେ ମରଣାତ୍ମକ ଆକ୍ରମଣ ଘଟଣା: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୨୮।୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହାଣ୍ଡିଘର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରିବାର ଉପରେ ସମ୍ପର୍କିୟ ଦାଦାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image