ନାବାଳିକାଙ୍କୁ ଗଣବଳାତ୍କାର, ୩ ଗିରଫ

ବାରିପଦା ଅଫିସ,୧୩ା୫- ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଧୀନ ମଧୁବନ ପଡ଼ିଆ ନିକଟସ୍ଥ ଏକ ଗ୍ୟାରେଜରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଯୁବକ ହେଲେ ବାରିପଦା ଷ୍ଟେଶନ ବଜାରର ଏସ୍‌.କେ ସାଫିକ, ମଧୁବନ ୱାର୍ଡ଼ ନଂ.୭ର ରବୀନ୍ଦ୍ର ଦାଶ ଓ ଶୂନଗାଡ଼ିଆ ୱାର୍ଡ଼ ନଂ. ୧୪ର ଏସ୍‌.କେ ନିଆଜୁ।
ପୋଲିସ ସୂଚନା ଅନୁଯାୟୀ, ବାରିପଦା ସହରର ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଅଭିଯୁକ୍ତ ସାଫିକ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଆଣିବା ପାଇଁ ଘରୁ ଡାକି ନେଇଥିଲେ। ଏହା ପରେ ସେ ନାବାଳିକାଙ୍କୁ ଘରକୁ ନ ଆଣି ମଧୁବନପଡ଼ିଆ ନିକଟସ୍ଥ ଏକ ଗ୍ୟାରେଜକୁ ନେଇ ଯାଇଥିଲେ। ଗ୍ୟାରେଜରେ ଥିବା ଅନ୍ୟ ଦୁଇ ବନ୍ଧୁଙ୍କ ସହ ସେ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଭୋର ସମୟରେ ନାବାଳିକାଙ୍କୁ ୩ ବନ୍ଧୁ ଛାଡ଼ି ଦେଇଥିଲେ। ବୁଧବାର ସକାଳେ ନାବାଳିକା ଜଣକ ଘରକୁ ଫେରି ପରିବାର ଲୋକଙ୍କୁ ଏ ବିଷୟରେ କହିଥିଲେ। ପରିବାର ପକ୍ଷରୁ ଏ ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ଏନେଇ ଏକ ମାମଲା(ନଂ.୩୧୧/୨୦୨୦) ରୁଜୁ କରି ଅଭିଯୁକ୍ତ ୩ ଯୁବକଙ୍କୁ ଗିରଫ କରିଥିବା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରୁପାଶଙ୍ଖ ଦାନ କଲେ ନଳିନୀପ୍ରଭା: ଓଜନ ଜାଣିଲେ…

ପୁରୀ,୭ା୧(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୋମବାର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମ୍ବଲପୁର ନନ୍ଦପଡ଼ାର ନଳିନୀପ୍ରଭା ଦାସ ଓ ତାଙ୍କ ପରିବାରବର୍ଗ ରୁପାଶଙ୍ଖ ଦାନ କରିଛନ୍ତି। ରୁପା ଶଙ୍ଖଟିର...

ପୁରୀରେ ଜମୁଛି ପ୍ରବାସୀ ଭାରତୀୟଙ୍କ ଭିଡ଼: ମହାପ୍ରଭୁଙ୍କୁ ଦର୍ଶନ କଲେ, ବେଳାଭୂମି ବୁଲିଲେ ପ୍ରବାସୀ ଭାରତୀୟ

ପୁରୀ,୭ା୧(ଅଜିତ୍‌ କୁମାର ମହାନ୍ତି):ଚଳିତ ମାସ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ...

ଆଦିବାସୀ ମେଳାରେ ଲୋକଙ୍କ ମନ ଜିଣୁଛି କନ୍ଧମାଳ ସାମଗ୍ରୀ: ଆକର୍ଷଣ ପାଲଟିଛି କୁଟିଆ କନ୍ଧଙ୍କ ଘର

ଦାରିଙ୍ଗବାଡି,୭।୧(ଅରୁଣ ସାହୁ): ରାଜ୍ୟ ଆଦିବାସୀ ମେଳାରେ କନ୍ଧମାଳ ଜିଲା ଦାରିଙ୍ଗବାଡିର ପାରମ୍ପରିକ ସାମଗ୍ରୀ ବିକ୍ରୀ ହେଉଛି। ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ...

ସମ୍ବଲପୁର ଡବଲ ମର୍ଡର: ୩ ଦିନିଆ ରିମାଣ୍ଡରେ ଗଲେ ଅଭିଯୁକ୍ତ

ସମ୍ବଲପୁର,୭ା୧: ସମ୍ବଲପୁର ଜିଲା ବୁର୍ଲା ଥାନା ଆ.କଟାପାଲିରେ ଗତ ଶନିବାର ବିଳମ୍ବିତ ରାତିରେ ଟ୍ରକ୍‌ ମଡ଼ାଇ ୨ ବରିଷ୍ଠ ଭାଜପା ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ...

ଦେଶ ଖୁବ୍‌ଶୀଘ୍ର ବୁଲେଟ୍‌ ଟ୍ରେନ ଦେଖିବ: ମୋଦି

ରାୟଗଡ଼ା,୭ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଡିଭିଜନ ହେଡକ୍ୱାର୍ଟର୍ସ ପାଇଁ ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୨୦୨୫ ବର୍ଷରେ ଯୋଗାଯୋଗ ଦ୍ରୁତଗତିରେ ହେବ। ବିକଶିତ...

୯୦ ବାଂଲାଦେଶୀ ଗଲେ, ୯୫ ଭାରତୀୟ ମତ୍ସ୍ୟଜୀବୀ ଫେରିଲେ

ପାରାଦୀପ,୭।୧(ଶରତ ରାଉତ):ପାରାଦୀପରେ ଡିସେମ୍ବର ୧୦ରୁ ଅଟକ ଥିବା ୭୮ ବାଂଲାଦେଶୀ ମତ୍ସ୍ୟଜୀବୀ ଓ ୨ ବୋଟ ସୋମବାର ପ୍ରତ୍ୟୁଷରେ ସ୍ବଦେଶ ଫେରିଯାଇଛନ୍ତି। ସେମାନଙ୍କ ସହ ପୂର୍ବରୁ...

ଯାଜପୁର ଚଣ୍ଡିଖୋଲରେ ହେବ ଅଶୋଧିତ ତୈଳ ରିଜର୍ଭ, ରାଜ୍ୟ ସରକାର ଦେଲେ ଅନୁମତି

ଭୁବନେଶ୍ୱର,୬।୧: ଯାଜପୁରରେ ହେବାକୁ ଥିବା ବହୁ ପ୍ରତିକ୍ଷିତ ଅଶୋଧିତ ତୈଳ ସଂରକ୍ଷଣକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ସୋମବାର ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି(HLCA) ବୈଠକରେ ଏହି...

୧୦ମ ଶ୍ରେଣୀ ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର: ସୁଧାର ଗୃହକୁ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୬ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ଘଟଣାର ଅଭିଯୁକ୍ତଙ୍କୁ ସୋମବାର ବ୍ରହ୍ମପୁରସ୍ଥିତ ଜୁଭେନାଇଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri