ଅନୁଗୋଳ ଅଫିସ, ୧୪।୮-ଅନୁଗୋଳ ବସ୍ଷ୍ଟାଣ୍ଡ ନିକଟରେ ବଳାତ୍କାରର ଶିକାର ହୋଇଥିବା ନାବାଳିକାଙ୍କୁ ଥଇଥାନ କରିବା ନେଇ ପୋଲିସ ଓ ଜିଲା ଶିଶୁ ମଙ୍ଗଳ ସମିତି ମଧ୍ୟରେ ବିବାଦ ଜଟିଳ ହେବାରେ ଲାଗିଛି। ପୋଲିସ କିଶୋର ନ୍ୟାୟ ଆଇନ ୨୦୧୫ (ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା)କୁ ଉଲ୍ଲଂଘନ କରିଥିବା ଜିଲା ଶିଶୁ ମଙ୍ଗଳ ସମିତି ଅଭିଯୋଗ କରୁଥିବା ବେଳେ ପୋଲିସ ପକ୍ଷରୁ ତାହାକୁ ଖଣ୍ଡନ କରାଯାଇ ଆସୁଛି। ତେବେ ନାବାଳିକା ଏବେ କେଉଁଠି ରହିବେ ସେ ନେଇ ଦ୍ୱନ୍ଦ୍ୱ ଉପୁଜିଥିବା ବେଳେ ମଙ୍ଗଳବାର ନାବାଳିକାଙ୍କ ବାପା ଝିଅକୁ ପାଖରେ ରଖିବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ମଙ୍ଗଳବାର ଜିଲାସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଆଠମଲ୍ଲିକରେ ଥିବାବେଳେ ଜିଲା କାର୍ଯ୍ୟାଳୟ କୋର୍ଟ ରୁମ୍ରେ ଅତିରିକ୍ତ ଜିଲାପାଳ ଜନଶୁଣାଣି କରୁଥିଲେ। ଅପରାହ୍ନ ଗୋଟାଏରେ ନାବାଳିକାଙ୍କୁ ତାଙ୍କ ବାପା ଓ ପିଉସୀ ଧରି ଜିଲା କାର୍ଯ୍ୟାଳୟରେ ପହଞ୍ଚତ୍ ପ୍ରଶାସନର ଅନୁମତି ଲୋଡ଼ିଥିଲେ। ତେବେ ଜିଲାପାଳ ଆସିଲେ ଆଲୋଚନା କରାଯିବ ବୋଲି ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ନାବାଳିକାଙ୍କ ପରିବାର ଲୋକଙ୍କୁ କହିବା ସହ ବୁଧବାର ପୂର୍ବାହ୍ନରେ ଜିଲାପାଳଙ୍କ ନିକଟକୁ ଆସିବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଅପରପକ୍ଷରେ ପୋଲିସ ବିବାଦରୁ ବର୍ତ୍ତିବା ପାଇଁ ନାବାଳିକାଙ୍କ ବାପାଙ୍କୁ ପ୍ରଶାସନ ନିକଟକୁ ପଠାଇଥିବା ଚର୍ଚ୍ଚା ହେଉଛି। କିନ୍ତୁ ଏହାକୁ ଅନୁଗୋଳ ଥାନା ଆଇଆଇସି ରମେଶ ଚନ୍ଦ୍ର ବିଶୋଇ ଖଣ୍ଡନ କରିଛନ୍ତି। ପୋଲିସ ପକ୍ଷରୁ ଏପରି କିଛି କରାଯାଇ ନ ଥିବା ଆଇଆଇସି କହିଛନ୍ତି। ସୂଚନାଯୋଗ୍ୟ ଯେ, ନାବାଳିକା କଟକରୁ ଚିକିତ୍ସିତ ହୋଇ ଆସିବା ପରେ ପୋଲିସ ତାଙ୍କୁ ଜିଲା ଶିଶୁ ସୁରକ୍ଷା ସମିତିରେ ହାଜର କରିଥିଲା। କିନ୍ତୁ ସୁସ୍ଥତା ନେଇ କୌଣସି ରିପୋର୍ଟ ସିଡବ୍ଲ୍ୟୁସିକୁ ପ୍ରଦାନ କରି ନ ଥିଲା। ଫଳରେ ସିଡବ୍ଲ୍ୟୁସି ତୁରନ୍ତ ନାବାଳିକାକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। କିନ୍ତୁ ସେଠାରେ ନାବାଳିକା ସୁସ୍ଥ ହେବା ପରେ ଅନୁଗୋଳ ପୋଲିସ ତାଙ୍କୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର ନ କରି ତାଙ୍କ ବାପାଙ୍କ ଜିମାରେ ଛାଡ଼ି ଦେଇଥିଲା। ଏହାକୁ ନେଇ ସିଡବ୍ଲ୍ୟୁସି ଓ ପୋଲିସ ମଧ୍ୟରେ ବିବାଦ ଦେଖାଦେଇଥିଲା। ଜିଲା ଶିଶୁ ମଙ୍ଗଳ ସମିତି ପକ୍ଷରୁ ନାବାଳିକା ଓ ତାଙ୍କ ବାପାଙ୍କୁ ଆଣି ସମିତିର କାର୍ଯ୍ୟାଳୟରେ ହାଜିର କରିବାକୁ ଶନିବାର ଚିଠି (ନଂ. ୪୨୬/୧୯) କରାଯାଇଥିଲେ ମଧ୍ୟ ପୋଲିସ ତାହା ପାଳନ କରି ନ ଥିଲା।
ନାବାଳିକାଙ୍କୁ ନେଇ ସିଡବ୍ଲ୍ୟୁସି-ପୋଲିସ ବିବାଦ ଘଟଣା: ଝିଅକୁ ପାଖରେ ରଖିବାକୁ ବାପା ପ୍ରଶାସନର ଦ୍ୱାରସ୍ଥ
Posted inଅନୁଗୋଳ, ଆମ ଜିଲା ଖବର View All
ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ
ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...
ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ
ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...
ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍ ଗଲେ ମହିଳା ଅଭିଯୁକ୍ତ
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...
ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ
ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...
ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ
ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...
ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...
ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…
ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...
ସରକାରୀ ଜମି ଛାଡିଲେ ନାହିଁ : ଜିଦ୍ରେ ଅଟଳ ଅନକ ଡୁଙ୍ଗୁରୁ ଗ୍ରାମବାସୀ, ଲାଗିଲା ୧୬୩ ଧାରା
ମୋହନା,୧୩।୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନକଡୁଙ୍ଗୁରୁ ଗାଁ ନିକଟରେଥିବା ବିବାଦୀୟ ସରକାରୀ ଜମିରେ ଲାଗିଲା ବିଏନ୍ଏସ୍ ଧାରା ୧୬୩ । କିଛିଦିନ ହେଲା...
Archives


