ନାବାଳିକାଙ୍କୁ ବଳାତ୍କାର

ଅନୁଗୋଳ ଅଫିସ୍‌, ୨୨ା୭: ଅନୁଗୋଳରେ ଲଜ୍ଜା। ପରିବାର ସହ ଶୋଇଥିବା ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ଉଠାଇ ନେଇ ଦୁର୍ବୃତ୍ତ କରିଛନ୍ତି ବଳାତ୍କାର। ଶନିବାର ବିଳମ୍ବିତ ରାତିରେ ସ୍ଥାନୀୟ ବସ୍‌ଷ୍ଟାଣ୍ଡସ୍ଥିତ ଆହାର କେନ୍ଦ୍ର ପଛପାଖରେ ଘଟିଛି ଏପରି ସ୍ପର୍ଶକାତର ଘଟଣା। ରବିବାର ସକାଳୁ ବସଷ୍ଟାଣ୍ଡ ନିକଟ ଅଳିଆ ଗଦାରୁ ସଂଜ୍ଞାହୀନ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏପରି ସଙ୍ଗିନ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବାବେଳେ ପୋଲିସ ନିଜଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁଇଦିନ ତଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ମୃତ ନାବାଳିକାଙ୍କ ଆଖି ଗାଏବ ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ସହରରେ ଏହି ବଳାତ୍କାର ଘଟଣା ଆଲୋଡ଼ନ ସୃଷ୍ଟି କରିଛି।
ଘଟଣାରୁ ଜଣାପଡିଛି, ମହାରାଷ୍ଟ୍ର ନାଗପୁର ଅଞ୍ଚଳର ଏକ ଶ୍ରମିକ ପରିବାର ଅନୁଗୋଳରେ କାମ କରିବା ସହ ବାଳସୁଧାର ଗୃହ ନିକଟରେ ରହୁଥିଲେ। ଶନିବାର ରାତିରେ ବର୍ଷା ହେବାରୁ ଘରକୁ ଯାଇ ନ ପାରି ବସ୍‌ଷ୍ଟାଣ୍ଡ ନିକଟରେ ଫାଣ୍ଡିଠାରୁ ୪ ଶହ ମିଟର ଦୂରରେ ଏକ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଥିଲେ। ନାବାଳିକା ଜଣକ ମଧ୍ୟ ପରିବାର ସହ ସେଠାରେ ଶୋଇଥିଲେ। ରାତି ପ୍ରାୟ ୨ଟା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ବସ୍‌ଷ୍ଟାଣ୍ଡରେ ଥିବା ଆହାର କେନ୍ଦ୍ର ନିକଟକୁ ଉଠାଇ ନେଇ ବଳାତ୍କାର ପରେ ହତ୍ୟା ଉଦ୍ୟମ କରିଥିଲେ। ନାବାଳିକା ଜଣକ ସଂଜ୍ଞାହୀନ ହୋଇଯିବାରୁ ତାଙ୍କୁ ମୃତ ଭାବି ସେଠାରେ ଥିବା ଏକ ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ। ସକାଳେ ଖୋଜାଖୋଜି ପରେ ପରିବାର ଲୋକ ଅଳିଆଗଦାରୁ ନାବାଳିକାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସିଡିଏମ୍‌ଓ ପ୍ରତାପ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ, ଶଲ୍ୟ ଚିକିତ୍ସକ ଏବଂ ଜଣେ ନିଶ୍ଚେତକ ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍‌ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ପୀଡିତାଙ୍କୁ ୨ ଘଣ୍ଟା ଅବଜରଭେଶନରେ ରଖାଯାଇଥିଲେ ମଧ୍ୟ ଅବସ୍ଥାରେ ସୁଧାର ଆସି ନ ଥିଲା। ଅପରାହ୍ନରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣାସ୍ଥଳରେ ଏସ୍‌ପି ମିତ୍ରଭାନୁ ମହାପାତ୍ର, ଏସ୍‌ଡିପିଓ ଅଶ୍ୱିନୀ ସାହୁ, ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ପହଞ୍ଚି ତଦନ୍ତ କରିଛନ୍ତି। ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରୁ ସିମେନ୍‌, ରକ୍ତ ଛିଟା ସହ ତଦନ୍ତ ପାଇଁ ଆବଶ୍ୟକ ନମୁନା ସଂଗ୍ରହ କରିଛନ୍ତି। ଉତ୍ତରକେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ପରସ୍ଥିତି ଅନୁଧ୍ୟାନ କରିବା ସହ ଜିଲା ମେଡିକାଲକୁ ଯାଇ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏ ସଂକ୍ରାନ୍ତରେ ଡିଆଇଜି କୁହନ୍ତି, ଘଟଣା ଅତି ସମ୍ବେଦନଶୀଳ। ଏସ୍‌ପି ନିଜେ ତଦନ୍ତର ମନିଟରିଂ କରୁଛନ୍ତି। ଘଟଣାସ୍ଥଳରୁ ଅପରାଧୀଙ୍କ ସୁରାକ ମିଳିଛି। ସନ୍ଦେହରେ ୫ ଜଣଙ୍କୁ ଅଟକ ରଖି ପଚରାଉଚୁରା ଚାଲିଛି। ଖୁବ୍‌ ଶୀଘ୍ର ମୁଖ୍ୟ ଅଭିଯୁକ୍ତ ଧରାପଡିବେ ବୋଲି ସେ କହିଛନ୍ତି। ଶେଷ ଖବର ସୁଦ୍ଧା ରାତି ପ୍ରାୟ ସାଢେ ୧୧ଟାରେ ପୋଲିସ ଅମଲାପଡାରୁ ଜଣଙ୍କୁ ତାଙ୍କ ଘରୁ ଥାନାକୁ ଉଠାଇନେଇଥିଲା। ସେ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିବା ସତ୍ତ୍ୱେ ଏ ନେଇ ପୋଲିସ କୌଣସି ତଥ୍ୟ ଦେବାକୁ ମନା କରିଛି। ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ନିଜ ପକ୍ଷରୁ ନଂ. ୫୫୨/୧୯ରେ ଏକ ମାମଲା ରୁଜୁ କରିଥିଲା। ପରେ ନାବାଳିକାଙ୍କ ମାଇଁ ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ

ସମ୍ବଲପୁର, ୨୮ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ବଡ଼ଡୁଙ୍ଗୁରୀ ଗ୍ରାମରେ ୨୦୨୦ ନଭେମ୍ବର ୮ ରେ ଘଟିଥିବା ନାବାଳିକା ବଳାତ୍କାର ମାମଲାର ରାୟ...

ନର୍ସିଂ ଆନ୍ଦୋଳନକୁ ନେଇ ବଡ଼ ଖବର, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୮।୯: ୪ଦିନର କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ ଶନିବାର ନର୍ସିଂ କର୍ମଚାରୀଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଲୋଚନା କରିଛନ୍ତି। ସରକାର ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର...

ମୋହନ ସରକାରଙ୍କ ବଡ଼ ଘୋଷଣା, ବଢିଲା ଅବଧି…

ଭୁବନେଶ୍ୱର,୨୮।୯: ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି...

ଥମୁନି ଦାଦନ ଦୁଃଖ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଥୁଆମୁଳ ରାମପୁର,୨୮।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡିରେ ପୁଣି ଦାଦନ ଦୁଃଖ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି...

ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ଗୋପାଳକ ଓ ଦୁଗ୍ଧଚାଷୀଙ୍କୁ ମିଳିବ…

ଭୁବନେଶ୍ୱର,୨୮।୯: ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି...

ଆର୍‌ଏସ୍‌ପିରେ ବଡ଼ ଧରଣର ବିସ୍ଫୋରଣ

ରାଉରକେଲା,୨୮।୯(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଷ୍ଟିଲ୍‌ ମେଲ୍‌ଟିଂ ଶପ୍‌ (ଏସ୍‌ଏମ୍‌ଏସ୍‌)-୧ କନଭର୍ଟରରେ ଶନିବାର ବିସ୍ପୋରଣ ଘଟିଛି। ଫଳରେ ୪ଜଣ ସ୍ଥାୟୀ ଏବଂ ଜଣେ...

ଭଦ୍ରକ ତୁମୁଳକାଣ୍ଡର ୭ ଅଭିଯୁକ୍ତ ଗିରଫ: ଏସ୍‌ପି କହିଲେ…

ଭଦ୍ରକ,୨୮।୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼...

ଭାଜପାର ମାଷ୍ଟର ଗେମ୍‌: ପାର୍ବଣରେ ନୂଆ ପ୍ଲାନ୍‌, ହାତେଇ ନେବକି…

ଭୁବନେଶ୍ୱର,୨୮।୯: ଧରାପୃଷ୍ଠକୁ ଆସୁଛନ୍ତି ମା’ ଜଗତଜନନୀ ଦୁର୍ଗା। ଏନେଇ ଚଳଚଞ୍ଚଳ ହୋଇଉଠୁଛି ପୂଜା ମଣ୍ଡପ। ଏହି ପରିପ୍ରେକ୍ଷୀରେ ଭାଜପା ଏକ ବଡ଼ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri