ବଅଁରପାଳ, ୧୫।୮(ଡି.ଏନ୍.ଏ.)-ଅନୁଗୋଳ ଜିଲା ନାଲ୍କୋ ଶ୍ରମିକ କଂଗ୍ରେସ ୟୁନିୟନ କାର୍ଯ୍ୟାଳୟରେ ଗୁରୁବାର ଆଡ଼ମ୍ବର ସହକାରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସଙ୍ଗଠନର ସଭାପତି ରମେଶ ଚନ୍ଦ୍ର ଜେନା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ମାନବ ସମ୍ବଳ ମହାପ୍ରବନ୍ଧକ ସତ୍ୟାନନ୍ଦ ସାହୁ ୟୁନିୟନ କାର୍ଯ୍ୟାଳୟର ନୂତନ ଫାଟକକୁ ଉଦ୍ଘାଟନ କରିଥିଲେ। ସାଧାରଣ ସମ୍ପାଦକ ପରେଶ ଚନ୍ଦ୍ର ଜେନା, କାର୍ଯ୍ୟକାରୀ ସଭାପତି ହେମନ୍ତ ପ୍ରଧାନ, ସମ୍ପାଦକ ଏସ.କେ ମହାରଣା, ସୁଜିତ ସେଠ୍ ପ୍ରମୁଖ ଉପସ୍ଥିତ ଥିଲେ।