ନାଲ୍‌କୋରେ କୋଇଲା ସଙ୍କଟ: କିଣା ବିଦ୍ୟୁତ୍‌ରେ ଚାଲୁଛି ପ୍ଲାଣ୍ଟ

ବଅଁରପାଳ, ୧୧।୯-ନବରତ୍ନ ପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ଏବେ କୋଇଲା ସଙ୍କଟ ଦେଇ ଗତି କରୁଛି। ଏମ୍‌ସିଏଲ୍‌ରୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁ ନ ଥିବାରୁ ନିଜସ୍ବ ବିଦ୍ୟୁତ୍‌ କେନ୍ଦ୍ର (ସିପିପି)ର ୩ଟି ୟୁନିଟ୍‌ ବନ୍ଦ ରହିଛି। ଫଳରେ ଶକ୍ତି ଉତ୍ପାଦନ ହ୍ରାସ ପାଇଛି। ବର୍ତ୍ତମାନ ଉତ୍ପାଦିତ ବିଦ୍ୟୁତ୍‌ ପ୍ଲାଣ୍ଟ ଚଳାଇବାକୁ ପର୍ଯ୍ୟାପ୍ତ ହେଉ ନ ଥିବାରୁ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଚଢ଼ା ଦରରେ ବାହାରୁ ବିଦ୍ୟୁତ୍‌ କିଣୁଥିବା ଜଣାପଡ଼ିଛି। ମଙ୍ଗଳବାର ସୁଦ୍ଧା ୨୧୦ ୟୁନିଟ୍‌ କିଣା ସରିଥିବା ପ୍ଲାଣ୍ଟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
୧୨ ଶହ ମେଗାୱାଟ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ନାଲ୍‌କୋ ନିଜସ୍ବ ବିଦ୍ୟୁତ୍‌ କେନ୍ଦ୍ରରେ ମୋଟ୍‌ ୧୦ଟି ୟୁନିଟ୍‌ ରହିଛି। ଗୋଟିଏ ୟୁନିଟ୍‌ରୁ ୧୨୦ ମେଗାୱାଟ ଶକ୍ତି ଉତ୍ପାଦନ ହୋଇଥାଏ। ମାତ୍ର କୋଇଲା ଅଭାବ ଯୋଗୁ ଏବେ ଉକ୍ତ ୟୁନିଟ୍‌ ଗୁଡ଼ିକରୁ ଆବଶ୍ୟକ ପରିମାଣର ଶକ୍ତି ଉତ୍ପାଦନ ହୋଇପାରୁନାହିଁ। ୩ଟି ୟୁନିଟ୍‌କୁ ବନ୍ଦ ରଖାଯାଇଥିବା ବେଳେ ବାକି ୭ଟିରୁ ୮୪୦ ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନ ହେବା କଥା। କିନ୍ତୁ ମଙ୍ଗଳବାର ମାତ୍ର ୪୪୩ ମେଗାୱାଟ ଶକ୍ତି ଉତ୍ପାଦନ ହୋଇପାରିଛି। ପ୍ଲାଣ୍ଟରେ ଶକ୍ତି ଉତ୍ପାଦନ ପାଇଁ ଦୈନିକ ୧୫ରୁ ୧୬ ହଜାର ମେଟ୍ରିକ ଟନ୍‌ କୋଇଲା ଆବଶ୍ୟକ ହୋଇଥାଏ। ମାତ୍ର ଏମ୍‌ସିଏଲ୍‌ ଏବେ ଦୈନିକ ୫ରୁ ୬ ହଜାର ମେଟ୍ରିକ ଟନ୍‌ କୋଇଲା ଯୋଗାଣ କରୁଛି। ସେହିପରି ପ୍ଲାଣ୍ଟ ଷ୍ଟକୟାର୍ଡରେ ପ୍ରାୟ ୬ ଲକ୍ଷ ମେଟ୍ରିକ୍‌ ଟନ୍‌ ପରିବର୍ତ୍ତେ ୧ ଲକ୍ଷ ମେଟିକ୍ର ଟନ୍‌ କୋଇଲା ଗଚ୍ଛିତ ରହିଛି। ସେଥିମଧ୍ୟରୁ ବହୁ ପରିମାଣର କୋଇଲା ଜାଳେଣି ଅନୁପଯୋଗୀ। ସିପିପିରେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଥିବାରୁ ଏହାର କୁପ୍ରଭାବ ପଟ୍‌ଲାଇନ ଉପରେ ପଡ଼ିବା ସମ୍ଭାବନା ରହିଛି। କାରଣ ପଟ୍‌ଲାଇନରେ ଥିବା ୯୬୦ ପଟ୍‌ରୁ କାର୍ଯ୍ୟକ୍ଷମ ୮୯୦ ପଟ୍‌ ଲୋ ଆମ୍ପିୟରରେ ଚାଲୁଛି। ଏଭଳି ସ୍ଥିତି କିଛି ଦିନ ଲାଗି ରହିଲେ ଅବସ୍ଥା ଦୟନୀୟ ହୋଇପଡ଼ିବ ବୋଲି ଶ୍ରମିକ ମହଲରେ ଆଲୋଚନା ହେଉଛି।
ଏ ସମ୍ପର୍କରେ ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନ କାର୍ଯ୍ୟକାରୀ ସଭାପତି ବିଭବ ଜେନା କହିଛନ୍ତି, ଏମ୍‌ସିଏଲ୍‌ରୁ ଯୋଗାଣ ହ୍ରାସ ପରେ ସିପିପିରେ କୋଇଲା ସଙ୍କଟ ଦେଖାଦେଇଛି। ବିଦ୍ୟୁତ୍‌ ଉତ୍ପାଦନ କମିଯିବାରୁ କର୍ତ୍ତୃପକ୍ଷ ଚଢ଼ା ଦରରେ ଗ୍ରୀଡ୍‌ରୁ ଶକ୍ତି କିଣୁଛନ୍ତି। ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଦରକାର। ବିଦ୍ୟୁତ୍‌ ମଜଦୁର ସଂଘ ସାଧାରଣ ସମ୍ପାଦକ ମନୋଜ ଅମାନ୍ତ କହିଛନ୍ତି, ଏପରି ସ୍ଥିତିରୁ ବର୍ତ୍ତିବା ପାଇଁ ନାଲ୍‌କୋ ତାହାର ନିଜସ୍ବ କୋଇଲା ଖଣିକୁ କାର୍ଯ୍ୟକାରୀ କରିବା ନିହାତି ଆବଶ୍ୟକ ରହିଛି। ନେସ୍‌ ସାଧାରଣ ସମ୍ପାଦକ ନିର୍ମଳ ସାମଲ କହିଛନ୍ତି, ଆବଶ୍ୟକ ଶକ୍ତି ଅଭାବରୁ ନାଲ୍‌କୋ ପଟ୍‌ ଗୁଡ଼ିକ ଲୋଆମ୍ପିୟରରେ ଚାଲୁଛି। ଜାଣିଶୁଣି ପଟ୍‌ଗୁଡ଼ିକୁ ବନ୍ଦ କରିବା ଏବଂ ନାଲକୋକୁ ଘରୋଇକରଣ ଦିଗରେ କେନ୍ଦ୍ର ସରକାରଙ୍କ ଏହା ଚକ୍ରାନ୍ତ। ନେପୁ ସାଧାରଣ ସମ୍ପାଦକ ମାଙ୍ଗିଲାଲ ସାମଲ କହିଛନ୍ତି, ଏଭଳି ସମସ୍ୟା ସୃଷ୍ଟି କରି ଆହୁରି ଶହେ ପଟ୍‌ ବନ୍ଦ ପାଇଁ ମସୁଧା କରାଯାଉଛି। ନାଲ୍‌କୋକୁ ଘରୋଇକରଣ ପାଇଁ ଏହା ଏକ ଷଡ଼ଯନ୍ତ୍ର। ଅପରପକ୍ଷରେ ଏପରି କୋଇଲା ସଙ୍କଟକୁ ପ୍ଲାଣ୍ଟର ଜଣେ ବରିଷ୍ଠ ଅଧିକାରୀ ସ୍ବୀକାର କରିଛନ୍ତି। କୋଇଲା ସଙ୍କଟ ଓ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଥିବାରୁ ବାହାରୁ ବିଦ୍ୟୁତ୍‌ କିଣାଯାଉଥିବା ସମ୍ପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି।

(ଉପେନ୍ଦ୍ର ରାଉତ)


Enter your email to get our daily news in your inbox.

All Right Reserved By Dharitri.Com

ମା’ ଶାରଳାଙ୍କ ମନ୍ଦିରରେ ବଦଳିଲା ଘିଅ

ଜଗତସିଂହପୁର,୫ା୧୦: ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରେ ବ୍ୟବହୃତ ଘିଅ ବଦଳାଯାଇଛି। ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଫେରସ୍ତ ପରେ ମନ୍ଦିର...

ଏହି ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୫।୧୦: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ୨ ଦିନ ବନ୍ଦ ରହିବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ତାତିଲେ ମହିଳା, ଏକାଠି ହୋଇ ନଷ୍ଟ କଲେ ବିପୁଳ ପରିମାଣର ମଦ

ବରଗଡ଼,୫ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଖଲିଆପାଲି ସ୍କୁଲପଡ଼ାରେ ଚାଲିଥିବା କୁଚିଆ ମଦ ବିକ୍ରି ଉପରେ ପୋଲିସ କିମ୍ବା ଅବକାରୀ କିଛି ପଦକ୍ଷେପ ନ ନେବା...

ଦାରିଙ୍ଗବାଡ଼ିରେ ହେଲା ପ୍ରଚଣ୍ଡ ଶବ୍ଦ: ହଠାତ୍‌ ଥରିବାକୁ ଲାଗିଲା….

ଦାରିଙ୍ଗବାଡି, ୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ପ୍ରଚଣ୍ଡ ଶବ୍ଦ ସହ...

ମୁଖ୍ୟମନ୍ତ୍ରୀ ଗୋଟିଏ ନିଷ୍ପତ୍ତି ପାଇଁ କେଉଁ ଚାରିଜଣଙ୍କୁ ପଚାରୁଛନ୍ତି? ତେର୍ଚ୍ଛାବାଣ ମାରିଲେ ପ୍ରସନ୍ନ, କହିଲେ…

ସମ୍ବଲପୁର,୫।୧୦: ପଶ୍ଚିମ ଓଡ଼ିଶାରେ ଜନସମ୍ପର୍କ ପଦଯାତ୍ରା ଚାଲିଥିବା ବେଳେ ଭାଜପାକୁ ଟାର୍ଗେଟ କରିଛନ୍ତି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ। ଦଳକୁ ମଜଭୁତ କରିବାକୁ ଜନସମ୍ପର୍କ ପଦଯାତ୍ରା କରୁଥିବା...

ପିଏମ୍‌ ଓ ସିଏମ କିଷାନକୁ କୃଷି ସଚିବଙ୍କ ବଡ଼ ବୟାନ : ଶୀଘ୍ରଶୀଘ୍ର କରନ୍ତୁ…

ଭୁବନେଶ୍ୱର, ୫।୧୦: ପିଏମ୍‌ ଓ ସିଏମ କିଷାନକୁ ନେଇ ଖୁସି ଖବର। ବଡ ବୟାନ ଦେଲେ କୃଷି ସଚିବ ଅରବିନ୍ଦ ପାଢୀ। ସଚିବ ପାଢ଼ୀ କହିଛନ୍ତି,ଯୋଜନାରୁ...

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କଡ଼ା ଟାର୍ଗେଟ୍‌, କହିଲେ ଲୋକେ ଯେଉଁ ଭୂମିକା ଦେଇଛନ୍ତି…

ଭୁବନେଶ୍ୱର,୫ା୧୦: ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। କିଛିଦିନ ତଳେ ଭାଜପା...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ରାଜ୍ୟରେ…

ଭୁବନେଶ୍ୱର,୫ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଶହୀଦ ବାଜି ରାଉତଙ୍କ ଜୟନ୍ତୀକୁ ଏଣିକି ସରକାରୀସ୍ତରରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri