ପାଟଣା,୧୪।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ ନମ୍ବର ରାଞ୍ଚି ବିଜୟୱାଡା ଜାତୀୟ ରାଜପଥର ସ୍ବାମ ନାଳର ବାଇପାସ ନିକଟରେ ଏକ ଦୁର୍ଘଟଣା ଘଟିଛି। ମଙ୍ଗଳବାର ସକାଳୁ ଏକ କାରର ପଛ ଚକା ଫାଟିଯିବାରୁ କାରଟି ଭାରସାମ୍ୟ ହରାଇ ନାଳ ତଳକୁ ଖସି ପଡିଛି। ବାଇପାସ୍ ଦେଇ କାରଟି ମଙ୍ଗଳପୁର ଅଭିମୁଖେ ଯାଉଥିବାବେକେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ କାରର ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ। ଚାଳକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।