ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜୁନ କପୁର ନିଜର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏନେଇ ତାଙ୍କ କକା ଅନୀଲ କପୁର ଏକ ନିଆରା ଅନ୍ଦାଜରେ ତାଙ୍କୁ ବାର୍ଥ ଡେ ଓ୍ବିଶ ଜଣାଇଛନ୍ତି। ଅର୍ଜୁନଙ୍କ ସହ ବିତାଇଥିବା କିଛି ମୂହୁର୍ତ୍ତକୁ ଅନୀଲ ଫଟୋ ଜରିଆରେ ନିଜ ଇନ୍ଷ୍ଟାଗ୍ରାମରେ ଶେୟାର କରିବା ସହ ତାଙ୍କ ପାଇଁ ଏକ ପ୍ରେମ ଭରା ବାର୍ତ୍ତା ଲେଖିଛନ୍ତି। ଏହାକୁ ଦେଖିଲେ ଅନୀଲ କପୁର ଓ ଅର୍ଜୁନ କପୁରଙ୍କ ଭିତରେ ଥିବା ଭଲ ବଣ୍ଡିଂକୁ ଅନୁମାନ କରିହେବ। ରିଅଲ ହେଉ କି ରିଲ ଲାଇଫ୍ରେ କକା ପୁତୁରାଙ୍କ କେମେଷ୍ଟ୍ରୀକୁ ବେଶ୍ ପସନ୍ଦ କରିଛନ୍ତି ପ୍ରଶଂସକ। ଫିଲ୍ମ ମୁବାରଖାଁରେ ଦୁଇଜଣଙ୍କ ଅଭିନୟ ହିଟ୍ ହେବା ସହ ସମସ୍ତଙ୍କୁ ଏକାଠି ବାନ୍ଧିରଖିବାରେ ସଫଳ ହୋଇଥିଲା। ୧୯୮୫ ଜୁନ ୨୬ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଅର୍ଜୁନ। ୨୦୧୨ରେ ଅର୍ଜୁନ ଫିଲ୍ମ ଇଶ୍କଯାଦେରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ବେଳେ ଆଉ ପଛକୁ ଫେରି ଚାହିଁ ନଥିଲେ। ବଲିଉଡ୍ରେ ଅଭିନେତା ଭାବେ କାମ କରିବା ପୂର୍ବରୁ ଅର୍ଜୁନ ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେ ଫିଲ୍ମ ‘କଲ ହୋ ନା ହୋ’ରେ ନିଖିଲ ଆଡଭାନୀଙ୍କୁ ଆସିଷ୍ଟ କରିଥିଲେ। ଏଥିସହ ‘ସଲାମେ-ଇ-ଇସ୍କ’, ‘ଓ୍ବାଣ୍ଟେଡ’ ଓ ‘ନୋ ଏଣ୍ଟ୍ରି’ରେ ବି ସେ ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିସାରିଛନ୍ତି। ଅର୍ଜୁନ କପୁର ବୋନି କପୁରଙ୍କ ପ୍ରଥମ ପତ୍ନୀ ମୋନା କପୁରଙ୍କ ପୁଅ। ବୋନି ଶ୍ରୀଦେବୀଙ୍କୁ ବିବାହ କରିବା ପାଇଁ ମୋନାଙ୍କ ସହ ବିବାହ ବିଚ୍ଛେଦ କରିଥିଲେ। ବିବାହ ବିଚ୍ଛେଦ ପରେ ଅର୍ଜୁନ ତାଙ୍କ ମା’ଙ୍କ ସହ ରହୁଥିଲେ। ଅର୍ଜୁନ ଏବେ ନିଜ ଲଭ୍ ଲାଇଫକୁ ନେଇ ବିଟାଉନରେ ବେଶ୍ ଚର୍ଚ୍ଚିତ ରହିଛନ୍ତି। ଅରବାଜ ଖାଁଙ୍କ ଏକ୍ସ୍ ଓ୍ବାଇଫ ମଲାଇକାଙ୍କ ସହ ଅର୍ଜୁନଙ୍କ ପ୍ରେମ ସମ୍ପର୍କରେ ଥିବା ବେଳେ ଖୁବ୍ ଶୀଘ୍ର ଦୁହେଁ ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି।