ଛତିଶଗଡ଼ ବସ୍ତର ଜିଲାରେ ଥିବା କାଣ୍ଡଗାଁରେ ଦେଖିବାକୁ ମିଳେ ଏକ ନିଆରା ପରମ୍ପରା। ଏହି ଗାଁର ଅଧିବାସୀମାନେ କୌଣସି ଅଭିଯୋଗର ଶୁଣାଣି ପାଇଁ କୋର୍ଟ ଅବା ଥାନାର ଦ୍ୱାରସ୍ଥ ହୋଇ ନ ଥାଆନ୍ତି। ଗାଁ ମଧ୍ୟରେ ବସୁଥିବା ଈଶ୍ୱର ବା ଦେବତାଙ୍କ ଅଦାଲତରେ ସବୁ ସମସ୍ୟାର ସମାଧାନ କରାଯାଇଥାଏ। କେହି କେହି ଏହାକୁ ମାଟି କୋର୍ଟ, ଭିମା କୋର୍ଟ ମଧ୍ୟ କହିଥାଆନ୍ତି। ଆଉ ଏହି କୋର୍ଟର ପ୍ରତିନିଧି ଭାବେ ଗାଁ ମୁଖିଆ ସମସ୍ତ ଅଭିଯୋଗର ଶୁଣାଣି କରି ଥାଆନ୍ତି। ଗାଁ ବାହାରେ ଗଛମୂଳେ ଏହି କୋର୍ଟ ବସିଥାଏ। ଆଉ ଭୁଲ୍ କରିଥିବା ବ୍ୟକ୍ତି ସର୍ବସମ୍ମୁଖରେ ଗଛ ମୂଳରେ ଠିଆ ହେବା ଭୟରେ ଏଠାରେ ଲୋକେ ଅପରାଧ କରିବାକୁ ଭୟ କରିଥାଆନ୍ତି ବୋଲି କୁହାଯାଏ। ସୁପ୍ରିମକୋର୍ଟ ଭଳି ଏହା ଗାଁର ସର୍ବୋଚ୍ଚ କୋର୍ଟ ବୋଲି ଗ୍ରାମବାସୀ ମାନିଥାଆନ୍ତି। ଏହାସର ଗାଁର ସମସ୍ତ ଶୁଭକାର୍ଯ୍ୟ ଏହି ମାଟି ଦେବତାଙ୍କୁ ପୂଜା କରି ଆରମ୍ଭ କରିବାର ମଧ୍ୟ ପରମ୍ପରା ରହିଛି। ଏହାକୁ ନେଇ ଅନେକ ଲୋକ କଥା ମଧ୍ୟ ରହିଛି।