ନିଖୋଜ ବ୍ୟକ୍ତିଙ୍କ ଗଳିତ ମୃତଦେହ ୯ଦିନ ପରେ କୂଅରୁ ଉଦ୍ଧାର: ହାତଗୋଡ ବନ୍ଧା ହୋଇଥିବାରୁ ହତ୍ୟା ସନ୍ଦେହ

ଖଣ୍ଡପଡା,୧୦।୮(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡା ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗ୍ରାମରେ ନିଖୋଜ ଥିବା ଜନୈକ ବ୍ୟକ୍ତିଙ୍କ ଗଳିତ ମୃତଦେହ ଦୀର୍ଘ ୯ଦିନ ପରେ ଶୁକ୍ରବାର ପୋଲିସ ହାତଗୋଡ ବନ୍ଧା ଅବସ୍ଥାରେ ଏକ କୂଅ ମଧ୍ୟରୁ ଉଦ୍ଧାର କରିଛି ା ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି। ମୃତକ ହେଲେ ଯୋଗିଆପଲ୍ଲୀ ପଞ୍ଚାୟତ ତେନ୍ତୁଳିଆପଲ୍ଲୀ ଗ୍ରାମର ଧୋବା ପ୍ରଧାନ(୪୭)। ଗତ ଅଗଷ୍ଟ ୧ ତାରିଖ ସକାଳ ୭ଟାରୁ ସେ ଘରୁ ନିଖୋଜ ଥିବା ନେଇ ପରିବାରବର୍ଗ ଖଣ୍ଡପଡା ଥାନାରେ ଅଭିଯୋଗ କରିଥିଲେ। ୯ ଦିନ ପରେ ତେନ୍ତୁଳିଆପଲ୍ଲୀ ଗ୍ରାମର କୁନିଆ ନାୟକଙ୍କ ଘର ପଛପାର୍ଶ୍ୱରେ ଥିବା ଏକ କୂଅରୁ ଧୋବାଙ୍କ ମୃତଦେହ ପୋଲିସ ଉଦ୍ଧାର କରିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର କେତେକ ଅସାମାଜିକ ଲୋକ ତାଙ୍କୁ ହତ୍ୟା କରି କୂଅରେ ପକାଇ ଦେଇଛନ୍ତି ବୋଲି ମୃତକଙ୍କ ପରିବାର ଲୋକ ଖଣ୍ଡପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ସମ୍ପୃକ୍ତ ଅସାମାଜିକ ଲୋକମାନେ ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଗ୍ରାମଛାଡି ଫେରାର ହୋଇଯାଇଛନ୍ତିି ା କୂଅ ମଧ୍ୟରୁ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଖଣ୍ଡପଡା ଗୋଷ୍ଠୀ ସ୍ବସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ବେଳେ ଏ ସମ୍ପର୍କରେ ଖଣ୍ଡପଡା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ବିମଳ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ା ଅନ୍ୟପକ୍ଷେ ଏ ଘଟଣା ନେଇ ଉତ୍ତେଜନା ପ୍ରକାଶ ପାଇଥିବାରୁ ଗ୍ରାମରେ ପୋଲିସ ମୁତୟନ ଅଛନ୍ତି। ପୋଲିସ ଭୟରେ ଗ୍ରାମ ପୁରୁଷଶୂନ୍ୟ ହୋଇଯାଇଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକଙ୍କ ଦେହାନ୍ତ, ମୃତ୍ୟୁ ପରେ ଅଙ୍ଗଦାନ

ବୁଗୁଡା,୨୮।୭(କାଳିଚରଣଦାଶ): ବୁଗୁଡ଼ା ବ୍ଲକ ବି.କରଡ଼ାବାଡ଼ି ଗ୍ରାମସ୍ଥିତ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠର ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ପ୍ରଫୁଲ୍ଲ କୁମାର ମହାପାତ୍ର(୭୨)ଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।...

ଆକ୍ସନରେ ସରକାର: ଏହି ସବୁ ଚାଷୀଙ୍କୁ ହେଲା ନୋଟିସ, ଚେକ୍‌ କରିନିଅନ୍ତୁ ଆପଣଙ୍କ ନାଁ ଅଛି କି!

ଭୁବନେଶ୍ୱର,୨୮ା୭: ରବି ଋତୁ ଧାନ ସଂଗ୍ରହରେ ଚାଷୀଙ୍କ ମିଥ୍ୟା ତଥ୍ୟ ଧରାପଡ଼ିବା ଘଟଣା। ମିଥ୍ୟା ତଥ୍ୟ ଦେଇଥିବା ଚାଷୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି...

ଏମ୍ସରୁ ଆସିଲା ବଡ଼ ଖବର: ଡ୍ୟୁଟିରେ ଥିବା ମହିଳା ଆଟେଣ୍ଡାଣ୍ଟ୍‌ଙ୍କୁ ଡାକ୍ତର ଚାମ୍ବରକୁ ଡାକି…

ଭୁବନେଶ୍ୱର,୨୮।୭(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ହସ୍ପିଟାଲରେ ଜଣେ ମହିଳା ଆଟେଣ୍ଡାଣ୍ଟ୍‌ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା...

‘ଟ୍ରମ୍ପଙ୍କ ସାମ୍ନାରେ ୫୬ ଇଞ୍ଚର ଛାତି ୩୬ ଇଞ୍ଚକୁ ଖସିଯାଏ’: ତୃଣମୂଳ ସାଂସଦଙ୍କ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ

ନୂଆଦିଲ୍ଲୀ,୨୮।୭: ସଂସଦର ମୌସୁମୀ ଅଧିବେଶନରେ ଲୋକସଭାରେ ଅପରେଶନ ସିନ୍ଦୁର ଉପରେ ତୀବ୍ର ବିତର୍କ ସମୟରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଦୁର୍ନୀତି କରି ଯନ୍ତ୍ରୀ ଠିକାଦାର ମାଲାମାଲ, ୧୫ ଦିନରେ ଧୋଇଗଲା ୧୦ ଲକ୍ଷ ଟଙ୍କାର ପୋଲ

ଥୁଆମୂଳ ରାମପୁର,୨୮।୭(ଦୁର୍ଗା କୀର୍ତ୍ତି): ସରକାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ କାମ...

ଗୋଳାବାରୁଦ କାରଖାନାକୁ ବିରୋଧ, ୧୫୦ ଜଣଙ୍କ ପାଇଁ ବିପଦରେ ପଡ଼ିବେ ଦେଢ଼ ଲକ୍ଷ

ଭଞ୍ଜନଗର,୨୮।୭(ବାବୁଲା ପ୍ରଧାନ): ମହାରାଷ୍ଟ୍ରର ଏକ ଘରୋଇ ବିସ୍ଫୋରକ ଉତ୍ପାଦନ କମ୍ପାନୀ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଘାଟିପଲ୍ଲୀ ଓ ଲଣ୍ଡେଇହିଲଠାରେ ଗୋଳାବାରୁଦ କାରଖାନା ନିର୍ମାଣ ଯୋଜନା...

ୟୁନିଫାଏଡ ଅଟୋମେଶନ ସିଷ୍ଟମକୁ ଶିକ୍ଷକଙ୍କ ତୀବ୍ର ବିରୋଧ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଦାବିପତ୍ର

ଭଞ୍ଜନଗର,୨୮।୭(ବାବୁଲା ପ୍ରଧାନ): ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗ ପକ୍ଷରୁ ଗତ ସପ୍ତାହର ଗୁରୁବାର ଠାରୁ ୟୁନିଫାଏଡ ଅଟୋମେଶନ ସିଷ୍ଟମ ଲାଗୁ ହୋଇଛି। ଏହି ସିଷ୍ଟମ...

ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ସମ୍ପର୍କ, ଗର୍ଭବତୀ ଜାଣିବା ପରେ…

ଖଡ଼ିଆଳ,୨୮।୭(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା କରାଯାଇଥିବା ନେଇ ଗତ ଜୁନ ୧୭ ତାରିଖ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image