ନିଜ ଉଦ୍ୟମରେ ରାସ୍ତା ତିଆରି କଲେ ଅନୁପଗଡବାସୀ

କୋମନା,୧୯।୯(ଡି.ଏନ.ଏ.) ଲୋକଙ୍କ ଗମନାଗମନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଅଧିକାରୀମାନଙ୍କ ଅବହେଳା ଯୋଗୁ ଯୋଜନାଗୁଡିକ ସବୁବେଳେ ଫେଲ ମାରୁଛି। ଫଳରେ ଜଙ୍ଗଲ ରାସ୍ତାରେ ୟାତାୟାତ କରିବା ଲୋକଙ୍କ ପ୍ରତି ବିପଦପୂର୍ଣ୍ଣ ହେଉଛି। ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଅନୁପଗଡ ଗ୍ରାମରେ ବାସ କରୁଥିବା ୪୦ ଆଦିବାସୀ ପରିବାର ଜଙ୍ଗଲ ରାସ୍ତାରେ ସବୁବେଳେ ଯିବା ଆସିବା କରିଥାନ୍ତି । ଏ ନେଇ ଅନେକ ଥର ପ୍ରଶାସନକୁ ରାସ୍ତାର ଏଭଳି ଅବସ୍ଥା ନେଇ ଅବଗତ କରିଥିଲେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଉନାହିଁ । ଯଦ୍ୱାରା ଗ୍ରାମବାସୀ ନିଜ ଉଦ୍ୟମରେ ଅଧ କି.ମି. ରାସ୍ତା ନିର୍ମାଣ କରି ଅଞ୍ଚଳରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ରାସ୍ତା ନିର୍ମାଣ ହେବା ଯୋଗୁ ଲୋକେ ସୁବିଧାରେ ୟାତାୟାତ କରୁଥିବା ଦେଖିବାକୁ ମିଳିଛି ।
ପଏଁର ହେଉଛି କୋମନା ବ୍ଲକର ନୂଆ ଗ୍ରାମପଞ୍ଚାୟତ। ପଞ୍ଚାୟତ ମୁଖ୍ୟରୁ ଅନୁପଗଡକୁ ମାତ୍ର ୨ କିଲୋମିଟର ରାସ୍ତା। ଏହି ରାସ୍ତାରେ ପୂର୍ବରୁ ବହୁ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ରାସ୍ତା ଅତି ଶୋଚାନୀୟ ହୋଇ ପଡିଥିଲା। ଅନେକ ଥର ପ୍ରଶାସନକୁ ରାସ୍ତା ନିର୍ମାଣ ପାଇଁ ଗାଁବାସୀ ଦାବି କରି ଆସୁଥିଲେ। ତଥାପି ଏହି ରାସ୍ତା ଉପରେ କାହାରି ନଜର ପଡୁ ନ ଥିଲା। ଶେଷରେ ଗ୍ରାମବାସୀ ଏକଜୁଟ ହୋଇ ୨୫ ଜଣଙ୍କ ପାରିଶ୍ରମିକରେ ରାସ୍ତା ନିର୍ମାଣ କରିଛନ୍ତ। ଏହି ରାସ୍ତା ନିର୍ମାଣରେ ଗ୍ରାମର କୌଳାସ ମାଝି, ପରମାନନ୍ଦ ମାଝି, ଲୋଚନ ମାଝି, ତୁକାରାମ ମାଝି, ଗୋବିନ୍ଦ ମାଝି, ଉଧବ ମାଝି, ଟିକମନ ମାଝି ପ୍ରମୁଖ ସହଯୋଗ କରି ସମତୁଳ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫାଉଡ଼ା ଧରି କାମ କଲେ ଜିଲାପାଳ

ନୂଆପଡ଼ା,୧୫ା୯(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସମରସିଂ ଓ ସିଲଭା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହେଉଥିବା ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବା ପାଇଁ ଯାଇ ଖୋଦ...

ସିନିୟରଙ୍କ ମାଡ଼ରେ ୨୨ ଜୁନିୟର ଛାତ୍ର ଗୁରୁତର

ନୂଆପଡ଼ା/କୋମନା,୭ା୯(ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼ ଜବାହର ନବୋଦୟ ବିଦ୍ୟାଳୟରେ ଏକ ଅଭାବନୀୟ ଚିତ୍ର ସାମ୍‌ନାକୁ ଆସିଛି। ସିନିୟର ଛାତ୍ରଙ୍କ...

କୂଅରେ ପଡ଼ିଗଲେ ୫ ବାର୍‌ହା ଛୁଆ, ଆଉ ତାପରେ…

ଖଡ଼ିଆଳ,୨୬ା୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଗଡ୍ରାମୁଣ୍ଡା ଅଞ୍ଚଳରେ ଗତ କିଛିଦିନ ହେଲା ବାର୍‌ହା ଉପଦ୍ରବ ଲାଗିରହିଛି। ବାର୍‌ହା ପଲ ଲୋକଙ୍କ ବାରିରେ...

ମୃତ ମହିଳା ଡାକ୍ତରଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବି ତେଜିଲା

ଖଡ଼ିଆଳ,୨୨ା୮(ସୁଜିତ କୁମାର ପ୍ରଧାନ): କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା...

ଭାରତ ବନ୍ଦକୁ ସମର୍ଥନ କରିବ ଏସ୍‌ସିଏସ୍‌ଟି ସଂଘ

ଖଡ଼ିଆଳ,୧୯ା୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ କଲ୍ୟାଣ ମଣ୍ଡପ ୨ରେ ଏସ୍‌ସିଏସ୍‌ଟି ସଂଘ ପକ୍ଷରୁ ସୋମବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା...

ଓଡ଼ିଶା: ଆଜିର ଫଟୋ ( ୮ ଅଗଷ୍ଟ, ୨୦୨୪)

ଭୁବନେଶ୍ୱର ଉପକୂଳ ଅଞ୍ଚଳରେ ବର୍ଷା ହେବାପରେ ଚାଷୀମାନେ ଧାନ ଚାରା ରୋପଣ କରୁଛନ୍ତି

ଦ୍ୱିତୀୟ ସ୍ତ୍ରୀଙ୍କ ବାଲ୍‌ଟି ମାଡରେ ପ୍ରଥମ ସ୍ତ୍ରୀଙ୍କ ଚାଲିଗଲା ଜୀବନ

ନୂଆପଡ଼ା/ବୋଡେନ, ୭ା୮ (ମକାରୁ ବେମାଲ/ଟିକେଶ୍ୱର ନାଗ):ନୂଆପଡ଼ା ଜିଲା ବୋଡେନ ଥାନା ଜାମଗାଁ ଠେଲାପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ସ୍ତ୍ରୀଙ୍କ ବାଲ୍‌ଟି ମାଡ଼ରେ ପ୍ରଥମ...

ନଦୀରେ ୩ କିମି ଭାସିଗଲେ ମହିଳା

ସିନାପାଲି,୨୧।୭(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅଧୀନ ଗଡ଼ରାମାଳ ଗ୍ରାମର ନମିତା ସାହୁ ନାମ୍ନୀ ଜଣେ ମହିଳା ରବିବାର ଉଦନ୍ତୀ ନଦୀରେ ଭାସିଯାଇ ୩କିମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri