ଭୋପାଳ, ୭।୬: ସାରା ଦେଶରରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପଶୁପକ୍ଷୀଙ୍କଠାରୁ ଆରମ୍ଭ କରି ମଣିଷ ବି ଏହି ଅସହ୍ୟ ତାତିରେ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶର ଉମରିଆ ଜିଲାର ଜିଲାପାଳ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସେ ନିଜ ଚାମ୍ବରରୁ ଏସି ହଟାଇ ଶିଶୁ ହସ୍ପିଟାଲକୁ ଦେଇଛନ୍ତି। ଜିଲାପାଳ ସ୍ବରୋଚିଷ ସୋମବଂଶୀଙ୍କ ଏଭଳି ଜନହିତକର କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ସୂଚନାଯୋଗ୍ୟ, ଉମରିଆରେ ଥିବା ପୋଷଣ ପୁନର୍ବାସ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଶିଶୁମାନଙ୍କୁ ଅସହ୍ୟ ଗରମରେ ଛଟପଟ ହେଉଥିବା ଦେଖି ସୋମବଂଶୀ ଏଭଳି ନିଷ୍ପତ୍ତି ନେଇଥିଲେ।