ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁ ନିଜ ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ତାଙ୍କ ଉଦାରତା ପାଇଁ ମଧ୍ୟ ସେତିକି ଚର୍ଚ୍ଚିତ। ଏବେ କିନ୍ତୁ ତାଙ୍କ ପର୍ସନାଲିଟି ପାଇଁ ସେ ଟେଲିଭିଜନ ଜଗତରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି। ତାଙ୍କ ଉପସ୍ଥାପନାରେ ଟେଲିଭିଜନ ରିୟଲିଟି ଶୋ’ ବିଗ୍ ବସ୍ ଏବେ ବହୁ ଉପରକୁ ଯାଇଛି ବୋଲି ଚର୍ଚ୍ଚା ହେଉଛି। କୁହାଯାଏ ଯେତେବେଳେ ଜଣେ ନାମୀଦାମୀ ବ୍ୟକ୍ତିତ୍ୱ କୌଣସି ଶୋ’ ସହ ଜଡିତ ହୋଇଯାଆନ୍ତି ସେତେବେଳେ ତା’ର ବ୍ରାଣ୍ଡ ଭାଲ୍ୟୁ ଦ୍ୱିଗୁଣିତ ହୋଇଥାଏ। ଠିକ୍ ସେମିତି କିଛିବର୍ଷ ହେବ ବିଗ୍ ବସ୍ ସଫଳତା ହାତେଇ ଚାଲିଛି ବୋଲି ବାର୍କ(BARC) ରେଟିଂ ରିପୋର୍ଟରୁ ଜଣାପଡିଛି। ଏହାକୁ ଦେଖିବା ପରେ ଏବେ ଆଲୋଚନା ହେଉଛି କି ଟେଲିଭିଜନ ଦୁନିଆରେ ସଲମାନ କେବଳ ତାଙ୍କ ପର୍ସନାଲିଟି ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ରିୟଲିଟି ଶୋ’ର ଟିଆର୍ପି ମଧ୍ୟ ବୃଦ୍ଧି ହୋଇପାରିଛି।