ନିଯୁକ୍ତି କ୍ଷେତ୍ରକୁ ଚରିଯିବ ଭାଇରସ୍‌

ଜେନେଭା,୧୦।୪: ମହାମାରୀ କରୋନା(କୋଭିଡ୍‌-୧୯) ଯୋଗୁ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଚାଲିଛି ଲକ୍‌ଡାଉନ। ଏହି ଭାଇରସ୍‌ ମୁକାବିଲା ଯୋଗୁ ବ୍ୟାପକ ସଂଖ୍ୟାରେ ନିଯୁକ୍ତି ଦେଇଥିବା ଶିଳ୍ପ, କାରଖାନା, ବ୍ୟବସାୟ ପ୍ରତିଷ୍ଠାନ, ସେବାକ୍ଷେତ୍ର ଅଚଳ ହୋଇପଡ଼ିଛି। ଏହା ଅର୍ଥନୀତିକୁ ସର୍ବାଧିକ ପ୍ରଭାବିତ କରିବା ସହ ୨୦୨୦ର ଦ୍ୱିତୀୟ ତ୍ରୈମାସିକରେ ବିଶ୍ୱର ୬.୭% କାର୍ଯ୍ୟ ସମୟ (ଓ୍ବାର୍କିଂ ଆଓ୍ବାର୍ସ)କୁ ବିଲୋପ କରିବ, ଯାହା ୧୯୫ ନିୟୁତ ପୂର୍ଣ୍ଣକାଳୀନ କର୍ମଚାରୀଙ୍କ ସହ ସମାନ ବୋଲି ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍‌ଓ) କହିଛି।
ଆରବ ଦେଶଗୁଡ଼ିକରେ ୮.୧%(୫ ନିୟୁତ ପୂର୍ଣ୍ଣକାଳୀନ କର୍ମଚାରୀଙ୍କ ସହ ସମାନ), ୟୁରୋପରେ ୭.୮% (୧୨ ନିୟୁତ ପୂର୍ଣ୍ଣକାଳୀନ କର୍ମଚାରୀ), ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୭.୨%(୧୨୫ ନିୟୁତ ପୂର୍ଣ୍ଣକାଳୀନ କର୍ମଚାରୀ) କାର୍ଯ୍ୟ ସମୟ ହ୍ରାସ ଘଟିବା ପୂର୍ବାନୁମାନ କରାଯାଉଛି। ବିଭିନ୍ନ ଆୟକାରୀ ଗୋଷ୍ଠୀ ବିପୁଳ କ୍ଷତି ସହିବା ଆଶଙ୍କା ରହିଛି। ବିଶେଷକରି ଉଚ୍ଚ-ମଧ୍ୟମ ଆୟକାରୀ ଦେଶଗୁଡ଼ିକ ୭% ଅର୍ଥାତ୍‌ ୧୦୦ ନିୟୁତ ପୂର୍ଣ୍ଣକାଳୀନ କର୍ମଚାରୀଙ୍କ କାର୍ଯ୍ୟ ସମୟ କ୍ଷତି ସହିବେ। ଏହା ୨୦୦୮-୦୯ ମାନ୍ଦାବସ୍ଥାର ପ୍ରଭାବଠାରୁ ବହୁଗୁଣ ଅଧିକ। ଏଥିଯୋଗୁ ରହିବା, ଖାଦ୍ୟ, ଉତ୍ପାଦନ, ଖୁଚୁରା କାରବାର, ବ୍ୟବସାୟ, ପ୍ରଶାସନିକ କାର୍ଯ୍ୟକଳାପ ଆଦି କ୍ଷେତ୍ର ସର୍ବାଧିକ କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଉଛି।
୨୦୨୦ରେ ବିଶ୍ୱରେ ସମ୍ଭାବ୍ୟ ବେରୋଜଗାରୀ ବୃଦ୍ଧି ବାସ୍ତବରେ ଭବିଷ୍ୟତର ବିକାଶ ଓ ନୀତିଗତ ପଦକ୍ଷେପ ଉପରେ ନିର୍ଭର କରିବ। ବେକାରି ବୃଦ୍ଧି କ୍ଷେତ୍ରରେ ଆଇଏଲ୍‌ଓର ପ୍ରାରମ୍ଭିକ ଆକଳନ ୨୫ ନିୟୁତ ଥିବାବେଳେ ବର୍ଷ ଶେଷକୁ ଏହି ସଂଖ୍ୟା ବୃଦ୍ଧି ଘଟିବା ଆଶଙ୍କା ରହିଛି। କାର୍ଯ୍ୟକ୍ଷେତ୍ର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ବନ୍ଦ ହେବା ଦ୍ୱାରା ୩.୩ ବିଲିୟନ ବିଶ୍ୱ ଶ୍ରମଶକ୍ତିର ପ୍ରତି ୫ଜଣଙ୍କ ମଧ୍ୟରୁ ୪ଜଣ(୮୧ପ୍ରତିଶତ) ପ୍ରଭାବିତ ହୋଇଛନ୍ତି।
ଆଇଏଲଓ ମହାନିର୍ଦ୍ଦେଶକ ଗାୟ ରାଇଡର୍‌ କହିଛନ୍ତି ଯେ, ‘ଉଭୟ ବିକଶିତ ଓ ବିକାଶଶୀଳ ଦେଶରେ ଶ୍ରମିକ ଏବଂ ବ୍ୟବସାୟୀମାନେ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି। ଏହାର ମୁକାବିଲା ପାଇଁ ଆମକୁ ଏକାଠି ହୋଇ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ପଡ଼ିବ। ଠିକ୍‌ ଓ ଜରୁରୀ ପଦକ୍ଷେପ ଜୀବନ ଓ ମରଣ ସମସ୍ୟାର ସମାଧାନ କ୍ଷେତ୍ରରେ ବାଟ ଫିଟାଇପାରେ।’
ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୧.୨୫ ବିଲିୟନ ଶ୍ରମିକ ନିୟୋଜିତ ଥିବା କେତେକ କ୍ଷେତ୍ର ଚିହ୍ନଟ ହୋଇଛି, ଯେଉଁଥିରେ ଚାକିରି ଛଟେଇ, ଦରମା ଏବଂ କାର୍ଯ୍ୟ ସମୟ ହ୍ରାସ ହେବା ଆଶଙ୍କା ରହିଛି। ବହୁ ସ୍ବଳ୍ପ ବେତନ ପ୍ରାପ୍ତ, ସ୍ବଳ୍ପ କୁଶଳୀ କର୍ମଚାରୀ ହଠାତ୍‌ ଆୟ ହରାଇ ପାରନ୍ତି, ଯାହା ସେମାନଙ୍କ ପାଇଁ ଘାତକ ସାଜିବ। ଏହି ବିପଦପୂର୍ଣ୍ଣ କ୍ଷେତ୍ରଗୁଡିକରେ ଆମେରିକାର ୪୩% ଏବଂ ଆଫ୍ରିକାରେ ୨୬% କର୍ମଚାରୀ ନିୟୋଜିତ ରହିଛନ୍ତି। ଏହି ଅଧ୍ୟୟନ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ, ସାମାଜିକ ନିରାପତ୍ତା ଅଭାବ, ଜନସଂଖ୍ୟାର ସାନ୍ଧ୍ରତା ଏବଂ ଆଫ୍ରିକୀୟ ଦେଶଗୁଡ଼ିକରେ ସାମର୍ଥ୍ୟର ଅଭାବ ସରକାରଙ୍କ ପାଇଁ ସ୍ବାସ୍ଥ୍ୟ ଏବଂ ଆର୍ଥିକ ଚ୍ୟାଲେଞ୍ଜ ଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଜାରେ ପ୍ରତି ଘଣ୍ଟାରେ ଜଣେ ଶିଶୁଙ୍କର ହେଉଛି ମୃତ୍ୟୁ: ଜାତିସଂଘ ଏଜେନ୍ସି

ଗାଜା,୨୫।୧୨: ମିଳିତ ଜାତିସଂଘର ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି ଫର ପାଲେଷ୍ଟାଇନ ଶରଣାର୍ଥୀ (UNRWA) ଅନୁଯାୟୀ, ଗାଜା ଘାଟିରେ ପ୍ରତି ଘଣ୍ଟାରେ ଜଣେ ଶିଶୁଙ୍କୁ ହତ୍ୟା...

WHOରୁ ଓହରିଯିବ ଆମେରିକା! ଜାଣନ୍ତୁ ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତି ପରେ ପଡ଼ିବ କି ପ୍ରଭାବ?

ଓ୍ବାଶିଂଟନ,୨୪।୧୨: ବିବାଦ ସହ ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କ ବେଶ ପୁରୁଣା। ଏବେ ତାଙ୍କର ଆଗାମୀ ପଦକ୍ଷେପକୁ ନେଇ ଆମେରିକୀୟ ଗଣମାଧ୍ୟମରେ ଆଲୋଚନା ସରଗରମ ରହିଛ। ଯଦି...

କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର...

ହିନ୍ଦୁ ପ୍ରସଙ୍ଗରେ ପୁଣି ବାଂଲାଦେଶକୁ ଆମେରିକାର ଚେତାବନୀ, ୟୁନୁସଙ୍କୁ ଆସିଲା ଫୋନ୍

ନୂଆଦିଲ୍ଲୀ, ୨୪ା୧୨: ବାଂଲାଦେଶରେ ଶେଖ ହସିନା ଯିବା ପରେ ହିନ୍ଦୁ ମାନଙ୍କ ଉପରେ ବଢୁଥିବା ଆକ୍ରମଣକୁ ନେଇ ଭାରତ ସମେତ ଆମେରିକା ମଧ୍ୟ ଲଗାତାର ଚିନ୍ତା...

କ୍ରିସ୍‌ମାସ୍‌ ପୂର୍ବ ସଂନ୍ଧ୍ୟାରେ ଅଘଟଣ: ଆଇଫିଲ୍‌ ଟାଓ୍ବାରରେ ଲାଗିଲା ନିଆଁ, ଫସି ରହିଲେ ହଜାର ହଜାର ପର୍ଯ୍ୟଟକ

ପ୍ୟାରିସ,୨୪।୧୨: ଆଇକନକ ଆଇଫିଲ୍‌ ଟାଓ୍ବାରରେ ଲାଗିଲା ନିଆଁ। ଏଥିନେଇ ପୁରା ଟାଓ୍ବାରକୁ ଶୀଘ୍ର ଖାଲି କରାଯାଇଥିଲା। ସେଠାରେ ଉପସ୍ଥିତ ପର୍ଯ୍ୟଟକମାନଙ୍କୁ ଐତିହାସିକ ସ୍ଥାନରୁ ଦୂରକୁ ନିଆଯାଇଥିଲା।...

ଛାଡ଼ପତ୍ର ପାଇଁ ଆବେଦନ କଲେ ରାଷ୍ଟ୍ରପତିଙ୍କ ସ୍ତ୍ରୀ

ମସ୍କୋ,୨୪ା୧୨:ସିରିଆର ବହିଷ୍କୃତ ରାଷ୍ଟ୍ରପତି ବଶର ଅଲ୍‌-ଅସାଦଙ୍କ ସ୍ତ୍ରୀ ଅସ୍‌ମା ଅଲ୍‌ ଅସାଦ୍‌ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ସେ ବ୍ରିଟେନ୍‌ ଫେରିଯିବାକୁ ଚାହୁଁଥିବା ଜଣାଇଛନ୍ତି। କ୍ଷମତାଚ୍ୟୁତ...

ପାକିସ୍ତାନର ସ୍ବପ୍ନ ଚୂରମାର କରିଦେଲା ଭାରତ

ନୂଆଦିଲ୍ଲୀ,୨୪।୧୨: ବ୍ରିକ୍ସରେ ସଦସ୍ୟତା ପାଇବାକୁ ଆଶା ରଖିଥିବା ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତର ଦୃଢ ବିରୋଧ ଯୋଗୁ ପାକିସ୍ତାନ କେବଳ ବ୍ରିକ୍ସର ସଦସ୍ୟତାରୁ...

ଶେଖ ହାସିନାଙ୍କୁ ଫେରାଇ ଆଣିବାକୁ ଚିଠି ଲେଖିଲା ବାଂଲାଦେଶ, ଭାରତ ଦେଲା ଏମିତି ଜବାବ

ବାଂଲାଦେଶ,୨୪।୨: ବାଂଲାଦେଶରେ ହିଂସା ପରେ ଅନେକ ମାସ ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀ ସରକାର ଶେଷରେ ଶେଖ ହାସିନାଙ୍କୁ ଭାରତରୁ ପ୍ରତ୍ୟପର୍ଣ କରିବାକୁ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri