ନୂଆଦିଲ୍ଲୀ,୫ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ଜେ୍ରିଓ୍ବାଲ ଯୁବତୀଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଚାହୁଁନାହାନ୍ତି। ସମାଜରେ ଘୃଣା ବିସ୍ତାର କରିବା ହେଉଛି ଉଭୟ ଭାଜପା ଏବଂ ଏଏପିର ଲକ୍ଷ୍ୟ, ଯାହାକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଥମଥର ପାଇଁ ଏକ ସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଦେଶର ଅର୍ଥନୀତି ଉଜୁଡ଼ିଗଲାଣି। ବେରୋଜଗାରୀ ସମସ୍ୟା ବଢ଼ିବାରେ ଲାଗିଛି। ହେଲେ ଭାଜପା ଏଥିପାଇଁ କିଛି କରୁନାହିଁ, ଅଥଚ ହିଂସାକୁ ପ୍ରୋତ୍ସାହନ ଦେଉଛି।