ସମ୍ବଲପୁର, ୧୪।୪ (ବ୍ୟୁରୋ)- କରୋନା କଟକଣା ଓ ଲକ୍ ଡାଉନକୁ ଦୃଷ୍ଟିରେ ରଖି ସମ୍ବିଧାନ ପ୍ରଣେତା ଡା. ଭୀମରାଓ ଜୀ ଆମ୍ବେଡ଼କରଙ୍କ ଜୟନ୍ତୀ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ମୁଦିପଡା ଛକ ସ୍ଥିତ ପ୍ରତିମୂର୍ତ୍ତିରେ ସାମାଜିକ ଦୂରତ୍ୱ ବଜାୟ ରଖି ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ସମ୍ବଲପୁର ଭୀମ ଆର୍ମି ଓ ଆଲା ହଜରଦ୍ ୱେଲଫେୟାର କମିଟି ପକ୍ଷରୁ ରକ୍ତଦାନ ଶିବିର ହୋଇଥିଲା।