ନିରାଡ଼ମ୍ବରରେ ଜନ୍ମଦିନ ପାଳିବେ ପ୍ରଭୁ ଶ୍ରୀରାମ

ଭୁବନେଶ୍ୱର,୨।୪(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ବନ୍ଦ ରହିଛି ରାଜ୍ୟର ସମସ୍ତ ମଠ, ମନ୍ଦିର ଓ ମସ୍‌ଜିଦ। ଏଭଳିସ୍ଥଳେ ଗୁରୁବାର ହେଉଛି ପବିତ୍ର ରାମନବମୀ। ସର୍ବସାଧାରଣଙ୍କ ପାଇଁ ସମସ୍ତ ମନ୍ଦିର ଦ୍ୱାର ବନ୍ଦ ରହିଥିବାବେଳେ ଠାକୁରଙ୍କର କେବଳ ନୀତିକାନ୍ତି କରାଯାଉଛି। ତେଣୁ ପ୍ରତିବର୍ଷ ଧୂମ୍‌ଧାମ୍‌ରେ ପାଳିତ ହେଉଥିବା ରାମ ନବମୀ ଏଥର ରାଜଧାନୀରେ ନରାଡ଼ମ୍ବରରେ କରାଯିବାକୁ ବିଭିନ୍ନ ମନ୍ଦିର କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ରାମ ମନ୍ଦିରରେ ଏଥର ଜମିବନି ଭିଡ଼ କି ଶୁଣିବାକୁ ମିଳିବନି ଶ୍ରଦ୍ଧାଳୁଙ୍କ ଜୟ ଶ୍ରୀରାମ ଧ୍ୱନି। ପ୍ରତିବର୍ଷ ଭକ୍ତଙ୍କ ଗହଣରେ ଜନ୍ମଦିନ ପାଳୁଥିବା ପ୍ରଭୁ ଶ୍ରୀରାମ ଏଥର କେବଳ ପୂଜକଙ୍କ ସହ ନିଜ ଜନ୍ମଦିବସ ମନାଇବେ। ଗୋଟିଏପଟେ ବୁଧବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦ୍ୱିତୀୟ ବଡ଼ପର୍ବ ରୁକୁଣା ରଥଯାତ୍ରାକୁ ବନ୍ଦ କରାଯାଇଥିବା ବେଳେ ରାମନବମୀରେ ମଧ୍ୟ ଅଙ୍କୁଶ ଲଗାଇଛି କରୋନା। ପୋଲିସ ପକ୍ଷରୁ ଗୁରୁବାର ରାମମନ୍ଦିର ଗେଟ୍‌ରେ ତାଲା ପକାଯିବ। କେବଳ ମନ୍ଦିର ଭିତରେ ସେବାୟତମାନେ ଠାକୁରଙ୍କ ରୀତିନୀତି ଅନୁଯାୟୀ ନୀତିକାନ୍ତି କରିବେ। ଭୋର ୪ଟାରୁ ଶୃଙ୍ଗାର ଆରତି କରାଯିବାପରେ ସକାଳ ୭ଟାରେ ପ୍ରଭୁ ଶ୍ରୀରାମଙ୍କର ମଙ୍ଗଳ ଆରତି କରାଯିବ। ଏହାପରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅବକାଶ ନୀତି, ମହାସ୍ନାନ, ସକାଳ ଧୂପ ଓ ବେଶ ଅନୁଷ୍ଠିତ ହେବ। ପରେ ଶ୍ରୀରାମ ଚରିତ ମାନସ ନବାଙ୍ଗ ପାରାୟଣର ପୂର୍ଣ୍ଣାହୁତି କରାଯିବ। ସେହିପରି ପୂର୍ବାହ୍ନ ୧୦ଟାରୁ ହୋମ ଯଜ୍ଞ, ମଧ୍ୟାହ୍ନରୁ ପ୍ରଭୁ ଶ୍ରୀରାମ ଜନ୍ମ ଉତ୍ସବ ପାଳନ ଓ ଏହାପରେ ଜୟନ୍ତୀ ଆଳତି ହେବ। ସନ୍ଧ୍ୟାରେ ସନ୍ଧ୍ୟା ଆଳତି ଓ ରାତି ୧୦ଟାରେ ଭୋଗ ଆରତି ଅନୁଷ୍ଠିତ ହେବ ବୋଲି ରାମ ମନ୍ଦିର ପରିଚାଳକ ମହାବୀର ପ୍ରସାଦ ଶର୍ମା କହିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱର ଇସ୍କନ ମନ୍ଦିରରେ ମଧ୍ୟ ପ୍ରଭୁଙ୍କର କେବଳ ନୀତିକାନ୍ତି ଅନୁଷ୍ଠିତ ହେବ। ଦିନ ୧୨ଟାରୁ ୧୨ଟା ୩୦ ମଧ୍ୟରେ ଅଭିଷେକ, ସନ୍ଧ୍ୟାରେ ନାମ କୀର୍ତ୍ତନ କରାଯିବା ସହ ଶ୍ରୀରାମଙ୍କ ଜନ୍ମାଭିଷେକ ଉପରେ ଆଲୋଚନା କରାଯିବ ବୋଲି ଇସ୍କନ ମନ୍ଦିରର ରାଧାକାନ୍ତ ଦାଶ ସୂଚନା ଦେଇଛନ୍ତି। ରାମନବମୀ କଟକଣାକୁ ଦୃଷ୍ଟିରେ ରଖି ମନ୍ଦିର ସମ୍ମୁଖରେ ପୋଲିସ ମୁତୟନ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କଲେଜରେ ଯୌନ ନିର୍ଯାତନା ରୋକିବାକୁ ଗଠନ ହେବ ଆଇସିସି

ଭୁବନେଶ୍ୱର,୨୪।୯: ରାଜ୍ୟ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯୌନ ନିର୍ଯାତନା ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏଣିକି ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ...

ରାତିରେ ଘରକୁ ଫେରି ନ ଥିଲେ: ସକାଳୁ କେନାଲରୁ କାର୍‌ ସହ ମିଳିଲା ମୃତଦେହ

ଫୁଲନଖରା,୨୪।୯(ସତ୍ୟରଞ୍ଜନ ଦାସମହାପାତ୍ର): କଟକ ସଦର ଥାନା ଅଧୀନ ନୁଆକାଚରାମାଳ ସ୍ଥିତ କେନାଲରୁ ମଙ୍ଗଳବାର କାର୍‌ ସହ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ...

ପୋଖରୀରେ ଭାସୁଛି ୨ ମୃତଦେହ: ପରିଚୟ ଖୋଜୁଛି ପୋଲିସ…

କଣ୍ଟାବାଞ୍ଜି,୨୪।୬: ବଲାଙ୍ଗୀର ଜିଲା ୫୯ ନମ୍ବର ଜାତୀୟ ରାଜପଥ ଭୋଇପଡ଼ା ବୁଲାଣି ପାଖ ଏକ ପୋଖରୀରେ ଭାସୁଛି ୨ ମୃତଦେହ। ଦୁର୍ଘଟଣା ପରେ ଦୁଇ ଯୁବକ...

ମୟୂରଭଞ୍ଜରେ ହାତୀ ଆତଙ୍କ: ଆକ୍ରମଣରେ ଦୁଇ ମୃତ, ତିନି ଗୁରୁତର

ମୋରଡ଼ା,୨୪।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ନିର୍ବାଚନମଣ୍ଡଳୀରେ ହାତୀ ଉପଦ୍ର ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

ଅନ୍ଧାରରେ ପଞ୍ଚପାଇକ ପୀଠ

ଖୋର୍ଦ୍ଧା,୨୪ା୯(ପ୍ରଭାତ ପାଣିଗ୍ରାହୀ): ବୀରତ୍ୱର ମାଟି ଖୋର୍ଦ୍ଧା। ବିଟ୍ରିଶ ବିରୋଧରେ ପ୍ରଥମ ଆନ୍ଦୋଳନର ସ୍ବର ଏଠାରୁ ଉଠିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଭାରତର ବିଭିନ୍ନ କୋଣ ଅନୁକୋଣକୁ ବ୍ୟାପିଥିଲା।...

ବଢ଼ିପାରେ ମାଟ୍ରିକ ପରୀକ୍ଷା ଫି’!

କଟକ,୨୩।୯: ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବେଳେ ଏଥର ଦେୟ ଦେବାକୁ ପଡ଼ିପାରେ। କୋଭିଡ୍‌ ପରଠାରୁ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବାବଦକୁ କୌଣସି ଦେୟ ଦେବାକୁ...

ବ୍ଲାକ୍‌ ଲିଷ୍ଟେଡ୍‌ କମ୍ପାନୀକୁ ପରୀକ୍ଷା ପରିଚାଳନା ଦାୟିତ୍ୱ…

ଭୁବନେଶ୍ୱର,୨୪ା୯ (ଅନୁରାଧା ମହାରଣା): ରାଜ୍ୟରେ ସରକାରୀ ପଦପଦବୀରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଛି ଦୁର୍ନୀତି ବିରୋଧୀ ଛାତ୍ର ସଂଗଠନ। ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଗଠନର...

ମା’ ଲଙ୍କେଶ୍ୱରୀଙ୍କ ବିଜୟର ପର୍ବ ଖଣ୍ଡାବସା

ଖଣ୍ଡାବସାର ନାମକରଣ: ଜୁନାଗଡ଼ ସହର ବଙ୍ଗଳା ଛକ ନିକଟରେ ଦୀର୍ଘ ଦଶନ୍ଧି ଧରି କୁଳଦେବୀ ଭାବରେ ମା’ ଲଙ୍କେଶ୍ୱରୀ ପୂଜା ପାଇଆସୁଛନ୍ତି। ପୂର୍ବକାଳରେ ନାଗବଂଶୀୟ ରାଜାମାନେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri