ନୂଆଦିଲ୍ଲୀ,୧୦।୫: କଟକଣା କୋହଳ ହେଉଥିବା ବେଳେ ଦେଶର ପ୍ରମୁଖ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ଏହାର ଶୋ’ରୁମ୍ଗୁଡିକରେ ଗ୍ରାହକ ସୁରକ୍ଷାକୁ ପ୍ରାଥମିକତା ଦେଉଛି। ଶୋ’ରୁମ୍ରେ ସୁରକ୍ଷା ଏବଂ ନିରାପତ୍ତା ବିହୀନ କ୍ରୟ ଅଭିଜ୍ଞତା ପ୍ରଦାନ ଉପରେ କମ୍ପାନୀ ବର୍ତ୍ତମାନ ପ୍ରୟାସ ଜାରି ରଖିଛି। ଡିଲରଶିପ୍ଗୁଡିକରେ ସାମାଜିକ ଦୂରତ୍ୱ, ସ୍ବଚ୍ଛତା, ସାମାଜିକ ଦୂରତ୍ୱ ନିୟମ ପାଳନ କରାଯାଉଛି। ସରକାରଙ୍କ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସେଜ୍ୟୁର(ଏସ୍ଓପି) ନିୟମ ଅନୁସାରେ କାର୍ଯ୍ୟକ୍ରମ ଜାରି ରହିଛି। ମାରୁତି ସୁଜୁକି ଇଣ୍ଡିଆ ସିଇଓ କେନିଚି ଆୟୁକାଓ୍ବା କହିଛନ୍ତି ଯେ, ଗ୍ରାହକ ସନ୍ତୁଷ୍ଟି ଏବଂ ସୁରକ୍ଷାକୁ କମ୍ପାନୀ ପ୍ରାଥମିକତା ଦେଇ ଆସିଛି। ଡିଲରଶିପଗୁଡ଼ିକରେ ସୁରକ୍ଷା ନେଇ ପ୍ରତିଶ୍ରୁତି ଗ୍ରାହକଙ୍କୁ ଦେଉଛୁ ବୋଲି ସେ ମତବ୍ୟକ୍ତ କରିଛନ୍ତି।