ନିର୍ବାଚନ ପାଇଁ ପୋଲିସ କମିଶନରଙ୍କ ବୈଠକ: ଟ୍ବିନ୍‌ସିଟିରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,୨୧ା୪ (ବ୍ୟୁରୋ)- କଟକ ଓ ଭୁବନେଶ୍ୱରରେ ଶୃଙ୍ଖଳିତ ତଥା ସୁରକ୍ଷିତ ନିର୍ବାଚନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱର ପୋଲିସ ଜିଲାରେ ୫୦ ଓ କଟକରେ ୬୦ ମୋବାଇଲ୍‌ ପାର୍ଟି ଗଠନ କରାଯାଇଛି। ଗୋଟିଏ ମୋବାଇଲ୍‌ ପାର୍ଟି ଅଧୀନରେ ୧୨ ବୁଥ୍‌ ରହିଛି। ୧୦ ମୋବାଇଲ୍‌ ପାର୍ଟି ଦାୟିତ୍ୱରେ ଜଣେ ଏସ୍‌ପି ର଼୍ୟାଙ୍କର ଅଫିସର ରହିବେ। ପ୍ରତି ବୁଥ୍‌ରେ ଜଣେ ସେକ୍ଟର ଅଫିସର ରହିବେ। ସେହିଭଳି ଜୋନ୍‌ ସ୍ତରରେ  ଜୋନାଲ ଅଫିସର ରହିବେ। ଗୋଟିଏ ବିଧାନସଭା କ୍ଷେତ୍ର ପାଇଁ ଜଣେ ଡିସିପି ର଼୍ୟାଙ୍କ୍‌ର ଅଫିସର ଦାୟିତ୍ୱରେ ରହିବେ। ଅନ୍ୟପକ୍ଷରେ ସମ୍ବେଦନଶୀଳ ବୁଥ୍‌ରେ ସେଣ୍ଟ୍ରାଲ ଆର୍ମଡ୍‌ ପୋଲିସ ଫୋର୍ସ ରହିବେ। ସମୁଦାୟ ୬ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।

ଶନିବାର କମିଶନରେଟ ପୋଲିସ ମୁଖ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଆଲୋଚନା ଅନୁସାରେ, ବୁଥ୍‌ଗୁଡିକ ଦାୟିତ୍ୱରେ ଥିବା ସମ୍ପୃକ୍ତ ଅଧିକାରୀ ଶୀଘ୍ର କ୍ଷେତ୍ରସ୍ଥଳକୁ ଯିବେ। ଭୁବନେଶ୍ୱର ପୋଲିସ ଜିଲାରେ ୧୧୦୭ ବୁଥ୍‌ ମଧ୍ୟରୁ ୪୮୫ ସମ୍ବେଦନଶୀଳ। ଏଥିପାଇଁ ୨ଟି କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା କରାଯାଇଛି। ସେହିଭଳି ୨୦ ଜଣ ପ୍ରଥମ ସେକ୍ଟର ଅଫିସର ଓ ୯୪ ଜଣ ଦ୍ୱିତୀୟ ସେକ୍ଟର ଅଫିସର ରହିଛନ୍ତି। ୧୧ଜଣ ଅତିରିକ୍ତ ଡିସିପି ର଼୍ୟାଙ୍କ୍‌ର ଅଫିସର ସୁପରିଭିଜନରେ ରହିବେ। ୧୪ ଫ୍ଲାଇଂ ସ୍କ୍ବାଡ୍‌ ଓ ୧୪ ଷ୍ଟାଟିକ୍‌ ସର୍ଭିିଲାନ୍ସ ଟିମ୍‌ ରହିବ।  ୬ଜଣ ଅତିରିକ୍ତ ଡିସିପି, ୩୩ଜଣ ଇନ୍ସପେକ୍ଟର, ୨୮୪ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୨୦୩ ଜଣ ହାବିଲଦାର, ୧୩୯୯ ଜଣ କନ୍‌ଷ୍ଟେବଳ, ୩୮୪ ଏପିଆର, ହୋମ୍‌ଗାର୍ଡ ୧୧୨୧ ଓ ୧୧ଜଣ ଜିଆର ନିୟୋଜିତ ରହିବେ।

କଟକ ପୋଲିସ ଜିଲା ଅଧୀନରେ ୭୦୯ ବୁଥ୍‌ ମଧ୍ୟରୁ ୨୫୩ ସମ୍ବେଦନଶୀଳ। ଏଥିପାଇଁ ୨ କଣ୍ଟ୍ରୋଲ ରୁମ୍‌ ଖୋଲିଥିବାବେଳେ ୧୪ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌,  ୭ ଷ୍ଟାଟିକ୍‌ ସର୍ଭିଲାନ୍ସ ଟିମ୍‌ ଗଠନ କରାଯାଇଥିବାବେଳେ ୧୭ଜଣ ସେକ୍ଟର ଅଫିସର ଓ ୧୮ଜଣ ସୁପରିଭିଜନ ଅଫିସର ରହିବେ। ସେହିଭଳି ୧୦ଜଣ ଡିଏସ୍‌ପି, ୨୪ଜଣ ଇନ୍ସପେକ୍ଟର, ୨୦୭ ଏସ୍‌ଆଇ/ଏଏସ୍‌ଆଇ, ୭୨ ଜଣ ହାବିଲଦାର, ୬୦୦ଜଣ କନଷ୍ଟେବଳ, ୨୫୩ଜଣ ଏପିଆର, ୩୫୦ ଜଣ ଓଏପିଏଫ୍‌, ୪୩୦ ହୋମ୍‌ଗାର୍ଡ ଏବଂ ୧୨୪ ଜଣ ଜିଆର୍‌ ନିୟୋଜିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

ସେନା ଅଧିକାରୀ, ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ମାମଲା: ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ

ଭୁବନେଶ୍ୱର,୧୯।୯: ଶିଖ୍ ରେଜିମେଣ୍ଟର ଭାରତୀୟ ସେନା ଅଧିକାରୀ ମେଜର ଗୁରୁଭାନ୍ସ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ସହିତ ମାଡ଼ ମାରିବା ଘଟଣାରେ...

ପୁରୀରୁ ନବୀନଙ୍କୁ ସିଧା ଟାର୍ଗେଟ କଲେ ମୋହନ ମାଝୀ, କହିଲେ ପୁରୀରେ କରୁଥିଲେ ଏଇ ରାଜନୀତି…

ଭୁବନେଶ୍ୱର,୧୯।୯: ଓଡ଼ିଶାରେ ଭାଜପାର ୧୦୦ଦିନ ପୂରଣ ହେବା ନେଇ ପୁରୀରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ...

ସରକାରର ୧୦୦ ଦିନ ପୂର୍ତ୍ତିରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଯେଉଁମାନେ ସୁଭଦ୍ରା ପାଇନାହାନ୍ତି ସେମାନଙ୍କୁ…

ଭୁବନେଶ୍ୱର,୧୯।୯: ସରକାରର ୧୦୦ ଦିନ ପୂର୍ତ୍ତିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅଭିଭାଷଣ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କୁ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଶ୍ରୀମନ୍ଦିର...

ଭୁଟାନ ଆପଣାଇବ ବିଏମ୍‌ସି ମଡେଲ

ଭୁବନେଶ୍ୱର,୧୯ା୯ (ଅନୁରାଧା ମହାରଣା): ଭୁଟାନର ଏକ ପ୍ରତିନିଧି ଦଳ ୪ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ଏହି ଟିମ୍‌ରେ ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri