ନୂଆଦିଲ୍ଲୀ,୨।୩: ନିର୍ଭୟା ଗଣବଳାତ୍କାର ମାମଲର ୪ ଦୋଷୀଙ୍କୁ ମଙ୍ଗଳବାର ସକାଳ ୬ଟାରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ତୃତୀୟ ଥର ଲାଗି ଡେଥ୍ ଓ୍ବାରେଣ୍ଟ ମଧ୍ୟ ଜାରି କରାଯାଇଛି। ମଙ୍ଗଳବାର ସକାଳେ ଫାଶୀ ଥିବାରୁ ଜହ୍ଲାଦ ପବନ ଏବେ ତିହାର ଜେଲରେ ପହଞ୍ଚି ସାରିଥିବା ଜଣପଡିଛି। ଏହାସହ ସୋମବାର ସେ ଫାଶୀର ଡମି ଦେଖାଇବେ ବୋଲି କୁହାଯାଉଛି। ସେପଟେ ଦୋଷୀଙ୍କ ପକ୍ଷରୁ ଫାଶୀ ଏଡାଇବାକୁ ଚାଲିଛି ଗୋଟିଏ ପରେ ଗୋଟିଏ ପ୍ରୟାସ। ଅନ୍ୟପଟେ ନ୍ୟାୟ ଅପେକ୍ଷାରେ ଦୀର୍ଘ ୭ ବର୍ଷ ହେବ ଅପେକ୍ଷା ରଖିଥିବା ନିର୍ଭୟାଙ୍କ ମା’ କେବେବି ଦୋଷୀଙ୍କୁ କ୍ଷମା ଦେଇ ପାରିବେ ନାହିଁ ବୋଲି କହିଛନ୍ତି।