Posted inବରଗଡ଼

ନିର୍ମାଣ ଶ୍ରମିକଙ୍କୁ ମିଳୁନି ସହାୟତା, ଶ୍ରମ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ

ବରଗଡ଼ ଅଫିସ୍‌,୮।୫-କରୋନା(କୋଭିଡ୍‌-୧୯) ଭୂତାଣୁ ପ୍ରତିହତ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରାଯାଇଛି। ଏପରିସ୍ଥିତିରେ କାମଧନ୍ଦା ବନ୍ଦ ହୋଇଯାଇ ଥିବା ଯୋଗୁ ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଉଛି। ମାତ୍ର କେତେକ ନିର୍ମାଣ ଶ୍ରମିକ ସେମାନଙ୍କ ପଞ୍ଜିକରଣକୁ ନବୀକରଣ କରିପାରି ନ ଥିବା ଯୋଗୁ ସେମାନେ ସହାୟତାରୁ ବଞ୍ଚିତ ହେଉଛନ୍ତି। ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘଦିନରୁ ଆବେଦନ କରିଥିଲେ ସୁଦ୍ଧା ବିଭାଗୀୟ ଅବହେଳା ଯୋଗୁ ସେମାନଙ୍କ ପଞ୍ଜିକରଣକୁ ନବୀକରଣ କରାଯାଉ ନ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏ ନେଇ ଶୁକ୍ରବାର ବରଗଡ଼ ବ୍ଲକ ବରଡ଼ୋଲ ପଞ୍ଚାୟତ ନଦୀପଡ଼ାର ନିର୍ମାଣ ଶ୍ରମିକମାନେ ବରଗଡ଼ ଜିଲା ଶ୍ରମ ଅଧିକାରୀ ହେମନ୍ତ କୁମାର ପ୍ରଧାନଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ଜିଲା ସଂଯୋଜକ ଭବାନୀ ପ୍ରସାଦ ସାହୁ,  ଯମୁନା ଗହୀର, ରୋହିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସହରମୁହାଁ ଦନ୍ତା ହାତୀ: ଏକାମ୍ର ଛକରେ ଆତଙ୍କ; ଦେଖନ୍ତୁ ଭିଡିଓ

ବରଗଡ,୭।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ସହରମୁହାଁ ହୋଇଛନ୍ତି ଦନ୍ତା ହାତୀ। ସହରର ଅନତିଦୂର ବରଗଡ-ବଲାଙ୍ଗୀର ରାସ୍ତାର ଏକାମ୍ର ଛକ ନିକଟରେ ବୁଲାବୁଲି କରୁଛନ୍ତି। ହାତୀ ଆସିଥିବା ଜଣାପଡିବା...

ଆଇନ ମନ୍ତ୍ରୀଙ୍କୁ ୪୮ ହିନ୍ଦୀ,ସଂସ୍କୃତ ଶିକ୍ଷକ ସଂଘର ଫେରାଦ

ବରଗଡ଼, ୭।୯( ପ୍ରେମାନନ୍ଦ ଖମାରୀ):୪୮ ହିନ୍ଦୀ/ସଂସ୍କୃତ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀଙ୍କୁ ଫେରାଦ ହୋଇଛନ୍ତି। ସଂଘର ନେତା ଅକ୍ଷୟ...

ବିକାଶକୁ ଉନ୍ନତିର ଶିଖରରେ ପହଞ୍ଚାଇଛି କଠିନ ପରିଶ୍ରମ

ବରଗଡ଼,୭।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବରାହଗୁଡ଼ାସ୍ଥିତ କ୍ରୀଷ୍ଣା ବିକାଶ ଶିକ୍ଷାନୁଷ୍ଠାନରେ ଗୁରୁ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳ ପ୍ରାର୍ଥନା ସଭାରେ ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍‌ଙ୍କ ପ୍ରତିଛବି...

୪ ଦଫା ଦାବିରେ ଗର୍ଜିଲେ ଇ.ସି ସଦସ୍ୟା: ଜିଲାପାଳଙ୍କ ଅଫିସ ଆଗରେ ଧାରଣା

ବରଗଡ଼,୭।୯(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ଜୀବିକା ମିଶନ ଇ.ସି ସଦସ୍ୟାଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ଓଡ଼ିଶା...

ଗୁରୁ ହିଁ ଜୀବନର ପଥ ପ୍ରଦର୍ଶକ

ବରଗଡ଼,୫।୯(ପ୍ରେମାନନ୍ଦ ଖମାରୀ):ଗୁରୁଙ୍କ ଆଶୀର୍ବାଦ ବିନା ଜୀବନ ନିରର୍ଥକ। ତେଣୁ ଗୁରୁ ହିଁ ଅଗ୍ରପୂଜ୍ୟ ଓ ଚିର ନମସ୍ୟ ବୋଲି ବରଗଡ଼ ରାଣାପ୍ରତାପ ସ୍କୁଲରେ ବୁଧବାର ଅନୁଷ୍ଠିତ...

କୃଷି କର୍ମଚାରୀମାନେ ନୂଆଖାଇ ପାଳନରୁ ବଞ୍ଚିତ ହେବାର ଆଶଙ୍କା

ବରଗଡ଼,୫।୯(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ଆସନ୍ତା ୮ତାରିଖ ଅନୁଷ୍ଠିତ ହେବ। ତେବେ ଉକ୍ତ ଦିନ ସିଏମ୍‌ କିଷାନ ସହାୟତା ପ୍ରଦାନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ...

୮୫୦ରୁ ଊର୍ଦ୍ଧ୍ୱ ଖଣିଜ ରତ୍ନପଥର ପ୍ରଦର୍ଶିତ, ବିଶ୍ୱ ରେକର୍ଡ ପାଇଁ ଆଶା ବାନ୍ଧିଛନ୍ତି ସଂଗ୍ରାହକ

ବରଗଡ଼,୪ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଗାନ୍ଧିଛକ ନିକଟ କଲ୍ୟାଣମଣ୍ଡପରେ ବୁଧବାର ‘ଦି ଓ୍ବାଣ୍ଡର ମିନେରାଲ୍ସ ପ୍ରୋଗ୍ରାମ’ ଜରିଆରେ ଖଣିଜ ରତ୍ନପଥର ଏବଂ ଜୀବାଶ୍ମ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି।...

ଆଧାର କାର୍ଡରେ ଅଛିକି ତ୍ରୁଟି, ସୁଭଦ୍ରା ଯୋଜନାରୁ ପଡ଼ିବେ….

ପଦ୍ମପୁର, ୪।୯ (ପ୍ରଦୀପ୍ତ ଦାଶ): ରାଜ୍ୟ ସରକାର ସୁଭଦ୍ରା ଯୋଜନା ଘୋଷଣା ପରେ ମହିଳାଙ୍କ ମଧ୍ୟରେ ଖୁସି ଦେଖାଦେଇଛି। ମାତ୍ର ଏବେ ଆଧାର କାର୍ଡକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri