ଶେରଗଡ଼,୮।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅଲାରିଗଡ଼ ପଞ୍ଚାୟତର ନିର୍ମାଣ ଶ୍ରମିକଙ୍କୁ ବିଡିଓ ସୁରଞ୍ଜନ କୁମାର ସାହୁ ବୁଧବାର ସହାୟତା ରାଶି ପ୍ରଦାନ ଆରମ୍ଭ କରିଛନ୍ତି। ପର୍ଯ୍ୟାୟ କ୍ରମେ ସମସ୍ତ ପଞ୍ଚାୟତରେ ଏହି ରାଶି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କ କରୋନା ମହାମାରୀ ନିମନ୍ତେ ଏହି ସହାୟତା ରାଶି ଘୋଷଣା କରାଯାଉଛି। ଏହି ସମୟରେ ଅଲାରିଗଡ଼ ସରପଞ୍ଚ ଅଶୋକ କୁମାର ସ୍ବାଇଁଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।