ନିର୍ମାଣାଧୀନ ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ କଲେ ସିଇସି

ଯୋଡ଼ା/ଚମ୍ପୁଆ,୩୦।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡରେ ନିର୍ମାଣାଧୀନ ପ୍ରକଳ୍ପର କ୍ଷେତ୍ରକୁ ବୁଧବାର ପୂର୍ବାହ୍ନରେ ସୁପ୍ରିମକୋର୍ଟ ଦ୍ୱାରା ଗଠିତ କେନ୍ଦ୍ରୀୟ କ୍ଷମତାସମ୍ପନ୍ନ କମିଟି(ସିଇସି) ପରିଦର୍ଶନ କରିଛନ୍ତି । ଏହି ଟିମ୍‌ ଚମ୍ପୁଆ ନିକଟସ୍ଥ ମିରିଗିସିଙ୍ଗାଠାରେ ବୈତରଣୀ ନଦୀରେ ନିର୍ମାଣାଧୀନ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସ୍ଥାନରେ ପହଞ୍ଚିଥିଲା। ଏହି ପ୍ରକଳ୍ପ ଓଡ଼ିଶା ଖଣିଜ ସମ୍ପଦ ଅଞ୍ଚଳ ବିକାଶ ନିଗମ (ଓଏମ୍‌ବିଏଡିସି) ଏବଂ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପକ୍ଷରୁ ପ୍ରାୟ ୧୦୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଉକ୍ତ ପ୍ରକଳ୍ପ ଜରିଆରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବାର ଲକ୍ଷ୍ୟ ରହିଛି । ଏହି କମିଟିକୁ ଜିଲା ପ୍ରଶାସନ ପକ୍ଷରୁ କେନ୍ଦୁଝର ଜିଲାପାଳ ଆଶିଷ ଠାକରେଙ୍କ ସମେତ ବିଭାଗୀୟ ଯନ୍ତ୍ରୀ ପ୍ରକଳ୍ପର କାର୍ଯ୍ୟ ଏବଂ ଏହାର ବିଶେଷତ୍ୱ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ସ୍ତ୍ରୀଙ୍କୁ ମାଡ଼ ମାରି ଘରୁ ବାହାର କଲେ: ପରେ ନାବାଳିକା ଝିଅଙ୍କୁ ବଳାତ୍କାର କଲେ ବାପା

ବିଞ୍ଝାରପୁର,୧୨ା୧୧(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କ ବାପା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାଙ୍କ ମା’...

ଲଗେଜ ବ୍ୟାଗରେ ଯାଉଥିଲା ଗୋମାଂସ ପରେ…

ଖଲ୍ଲିକୋଟ,୧୨ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନିର୍ମଳଝର ନିକଟରେ ମଙ୍ଗଳବାର ମଦ ଚୋରାଚାଲାଣ ରୋକିବାକୁ ଅବକାରୀ ବିଭାଗ ପକ୍ଷରୁ ଗାଡ଼ିମୋଟର ଯାଞ୍ଚ...

ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ ମହିଳା

ପୁରୀ,୧୨।୧୧: ଶ୍ରୀମନ୍ଦିରରେ ଅଣହିନ୍ଦୁ ମହିଳା ପ୍ରବେଶ କରିଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ଗୁମୁଟ ପର୍ଯ୍ୟନ୍ତ ମହିଳା ଜଣଙ୍କ ପଳାଇଛନ୍ତି। ସେଠାରେ ତାଙ୍କୁ ଜଗନ୍ନାଥ ଟେମ୍ପୁଲ ପୋଲିସ...

ମିଥ୍ୟା ସତ୍ୟପାଠ ମାମଲା: ହାଇକୋର୍ଟରେ ଜବାବ ଦାଖଲ ଅରୁଣ ସାହୁ

କଟକ,୧୨।୧୧(କାର୍ତ୍ତିକ ସାହୁ): ନୟାଗଡ଼ ବିଧାନସଭା ମିଥ୍ୟା ନିର୍ବାଚନୀ ମାମଲାରେ ମଙ୍ଗଳବାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଏହାସହ ଅରୁଣଙ୍କ ପକ୍ଷରୁ...

ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ: ଶ୍ରଦ୍ଧାଳୁଙ୍କ ଭିଡ଼

ସାକ୍ଷୀଗୋପାଳ,୧୨।୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): କାର୍ତ୍ତିକ ପଞ୍ଚୁକ ବ୍ରତ ମଙ୍ଗଳବାର ବଡ଼ ଏକାଦଶୀ ତୀଥିରୁ ଆରମ୍ଭ ହୋଇଛି। ଏହି ଅବସରରେ ଠାକୁର ସାକ୍ଷୀଗୋପାଳ ଏବଂ ମା’...

ଘରକୁ ଆସିଥିବା ଅତିଥିଙ୍କ ଗଳା କାଟିଦେଲେ…

କୋରାପୁଟ/ନନ୍ଦପୁର,୧୨।୧୧(ଅମିତାଭ ବେହେରା/ସୁନୀଲ ପଣ୍ଡା): ଦୁଇ ଜଣଙ୍କ ଗଳାକାଟିବା ପରେ ନିଜ ଗଳା କଟିଲେ ମାନସିକ ବିକୃତ ଯୁବକ। ଏଭଳି ଏକ ଘଟଣା ଘଟିଛି ଲମତାପୁଟ ଟିକରପଡା...

ବିଜୟଙ୍କୁ କଡ଼ା ଜବାବ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ: ରାଜନୀତି କରନାହିଁ

ଦାରିଙ୍ଗବାଡ଼ି,୧୨।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଆମ୍ବ ଟାକୁଆ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିଲା। ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri