ନିଲମ୍ବନ ପରେ ଚାକିରିରୁ ବିଦା

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ୍‌ ଓ୍ବେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି)ର ନିଲମ୍ବିତ ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କୁ ରାଜ୍ୟ ସରକାର ଗୁରୁବାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଅପାରଗତା ଓ ଦୁର୍ନୀତି ପାଇଁ ପ୍ରତାପଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୁର୍ନୀତିଗ୍ରସ୍ତ ଏବଂ ଅପାରଗ ଅଧିକାରୀଙ୍କ ବିରୋଧରେ ଶୂନ ସହିଷ୍ଣୁତା ନୀତି ଅବଲମ୍ବନ ସ୍ବରୂପ ରାଜ୍ୟ ସରକାର ଏଯାବତ୍‌ ପ୍ରତାପଙ୍କୁ ମିଶାଇ ୧୩୧ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରିରୁ ବହିଷ୍କାର କଲେଣି। ଅନ୍ୟପକ୍ଷରେ ମଙ୍ଗଳବାର ସାରୁ ତାଙ୍କୁ ଭିଜିଲାନ୍ସ ୨ ଦିନିଆ ରିମାଣ୍ଡରେ ଆଣି ଘନଘନ ଜେରା କରିଥିଲା। ତେବେ ଗୁରୁବାର ରିମାଣ୍ଡ ଅବଧି ସରିଯିବାରୁ ଭିଜିଲାନ୍ସର ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ପୁଣି ଜେଲ ହାଜତକୁ ପଠାଇ ଦିଆଇଛି।
ରିମାଣ୍ଡ ସମୟରେ ଭିଜିଲାନ୍ସ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ପ୍ରତାପ ରାଧାକୃଷ୍ଣ ପ୍ରଡକ୍ସନରେ ଦୁଇଟି ସିନେମା ତିଆରି କରିଥିବାବେଳେ ଏଥିରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବିନିଯୋଗ କରିଥିଲେ। ଉକ୍ତ ଦୁଇ ଫିଲ୍ମରେ ଅଣପଞ୍ଜୀକୃତ ଭାବେ ସ୍ତ୍ରୀ ସସ୍ମିତା ସାମଲ ଓ ଭଉଣୀ ନମିତା ଦାସଙ୍କୁ ପ୍ରଯୋଜକ ଦର୍ଶାଇଥିଲେ। ଏହି ଫିଲ୍ମରେ ବିପୁଳ ଅର୍ଥ ରୋଜଗାର ହୋଇଥିବା ଜଣାପଡ଼ିଛି। ପ୍ରତାପ ଓ ତାଙ୍କ ପରିବାର ସଦସ୍ୟଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ସନ୍ଦେହଜନକ ଭାବରେ ଦେଢ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜମା କରାଯାଇଥିବା ଉତ୍ସ ସଂକ୍ରାନ୍ତରେ ମଧ୍ୟ ଭିଜିଲାନ୍ସ ତଥ୍ୟ ହାସଲ କରିଛି। ଅଧିକ ତଥ୍ୟ ହାସଲ ପାଇଁ ଭଉଣୀ ନମିତା ଦାସଙ୍କୁ ଭିଜିଲାନ୍ସ ପଚରାଉଚରା କରିଛି। ତେବେ ଆବଶ୍ୟକ ପଡ଼ିଲେ ଭିଜିଲାନ୍ସ ପ୍ରତାପଙ୍କୁ ପୁନର୍ବାର ରିମାଣ୍ଡରେ ଆଣିପାରେ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସର ୧୦ଟି ଟିମ୍‌ ଗତ ୯ ତାରିଖ ସକାଳେ ପ୍ରତାପଙ୍କ ଭୁବନେଶ୍ୱରସ୍ଥିତ ଓପିଏଚ୍‌ଡବ୍ଲ୍ୟୁସି କାର୍ଯ୍ୟାଳୟ, ବାଲେଶ୍ୱର ସିମୁଳିଆସ୍ଥିତ ପୈତୃକ ଘର ସମେତ ୯ ସ୍ଥାନରେ ଚଢ଼ାଉ କରିଥିଲା। ଯାଞ୍ଚବେଳେ ପ୍ରତାପଙ୍କ ସମେତ ପରିବାର ସଦସ୍ୟଙ୍କ ନାମରେ ଅମାପ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ୫ କୋଠା ସହ ୨୭ ଅସ୍ଥାବର ସମ୍ପତ୍ତି, ଘରୁ ନଗଦ ୩୮.୧୨ ଲକ୍ଷ ଟଙ୍କା, ପ୍ରତାପ ଓ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧ କୋଟି ୬୧ ଲକ୍ଷ ୩୫ ହଜାର ୮୧୨ ଟଙ୍କା, ୫୭ ଲକ୍ଷ ୭୨ ହଜାର ୧୫୦ ଟଙ୍କାର ବୀମାରାଶି ଜବତ କରିଥିଲା ଭିଜିଲାନ୍ସ। ପ୍ରତାପ ନିଜ ଆୟର ୧୦୨୧ ପ୍ରତିଶତ ଅଧିକ ଅର୍ଥାତ୍‌ ମୋଟ ୧୪.୮୭କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ସ୍ପଷ୍ଟ କରିଥିଲା। ଏହାପରେ ଭିଜିଲାନ୍ସ ଉଭୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବା ସହ ସେମାନଙ୍କ ନାମରେ ଏକ ମାମଲା (ନଂ. ୩୪/୨୧) ରୁଜୁ କରିଥିଲା। ତେବେ ପ୍ରତାପ ଗିରଫ ହୋଇ ଜେଲ୍‌ ଯିବାପରେ ତାଙ୍କୁ ଚାକିରିରୁ ନିଲମ୍ବିନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଲାଞ୍ଚ ମାଗୁଛନ୍ତି କୃଷି କର୍ମଚାରୀ ଭିଡିଓ ଭାଇରାଲ…

ଚାନ୍ଦବାଲି,୧୯।୧୧(କିଷାନ ପାତ୍ର):ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର କ୍ଷତିପୂରଣ ପ୍ରଦାନ ପାଇଁ ଘୋଷଣା କରିବା ପରେ ଏବେ ଚାଷୀଙ୍କୁ ଶୋଷଣ କରାଯାଉଥିବା ଦେଖିବାକୁ ମିଳିଛି। କ୍ଷତିପୂରଣ ବାବଦରେ...

ପୁଣି ବାର୍‌ହା ଶିକାରକଲା ‘ଜିନତ୍‌’

ବାରିପଦା,୨୦।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ‘ଜିନତ୍‌’ ପୁଣି ବାର୍‌ହା ଶିକାର କରି ଖାଦ୍ୟ ଗ୍ରହଣ କରିଛି। ପାଣି...

ଶିମିଳିପାଳ ସୁରକ୍ଷାରେ ଏଆଇ କ୍ୟାମେରା

ବାରିପଦା,୨୦।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଜଗିଛି ଏଆଇ କ୍ୟାମେରା। କ୍ୟାମେରା ମାଧ୍ୟମରେ ଶିମିଳିପାଳକୁ ସୁରକ୍ଷିତ ରଖିବା ଓ ବନାଗ୍ନିରୁ ରକ୍ଷା କରିବା...

ଏବେ କେଉଁ ଦଳରେ ଅଛନ୍ତି ସୁର ରାଉତରାୟ? ନିଜେ କଲେ ଖୁଲାସା

ତିର୍ତ୍ତୋଲ,୨୦।୧୧(ଗୌରାଙ୍ଗ ଚରଣ ସ୍ବାଇଁ):ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲଠାରେ ଚେଳିତୋଳ ବାଲିଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବର ମଙ୍ଗଳବାର ଚତୁର୍ଥ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବରିଷ୍ଠ...

୨୫ରେ ବିଧାନସଭା ସର୍ବଦଳୀୟ ବୈଠକ

ଭୁବନେଶ୍ୱର, ୨୦ା୧୧(ସୁନିତ୍‌ ମିଶ୍ର):ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୨୬ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ଭାଜପା ସରକାର ଆସିବା ପରେ ଏହା ଦ୍ୱିତୀୟ ବିଧାନସଭା...

ବଢ଼ିଲା ଯୁକ୍ତ୨ ପରୀକ୍ଷା ପଞ୍ଜୀକରଣ ଅବଧି

ଭୁବନେଶ୍ୱର,୨୦/୧୧ (ଅନୁରାଧା ମହାରଣା):ଶିକ୍ଷାବର୍ଷ ୨୦୨୪-୨୫ରେ ଯୁକ୍ତ୨ ପରୀକ୍ଷା ପାଇଁ ରେଗୁଲାର ତଥା ଏକ୍ସରେଗୁଲାର ଛାତ୍ରୀଛାତ୍ରଙ୍କ ନିମନ୍ତେ ପଞ୍ଜୀକରଣ ସମୟସୀମା ବୃଦ୍ଧି କରାଯାଇଛି। ବୁଧବାରଠାରୁ ଆସନ୍ତା ୨୫ତାରିଖ...

ପରିବେଶ ପାଇଁ ବୈଶ୍ୱିକ ସ୍ବର ପାଲଟିଥିବା ଯୋଦ୍ଧା

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

ପଲ୍‌ସର୍‌ରେ ଆସିଲେ, ବ୍ଲାଙ୍କ୍‌ ଫାୟାରିଂ କରି କାର୍‌ରୁ ୮.୩୦ ଲକ୍ଷ ଲୁଟିନେଲେ

ବାଣପୁର,୧୯ା୧୧(ଦିଲୀପ କୁମାର ସ୍ବାଇଁ): ବାଣପୁର ଥାନା ଅଞ୍ଚଳରେ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ମଙ୍ଗଳବାର ସନ୍ଧ୍ୟାରେ ୧୬ ନମ୍ବର ଜାତୀୟ ରାଜପଥର ବାଣପୁର ଓଭରବ୍ରିଜ ନିକଟରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri