ଭୁବନେଶ୍ୱର,୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ କରୋନା ଭୂତାଣୁ(କୋଭିଡ-୧୯) ରୋଗୀ ଚିହ୍ନଟ ହେବା ପରେ ନିଲମ୍ବିତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ବିଧାନସଭା ଜୋନାଲ ଡିସପେନ୍ସନାରୀ ମେଡିକାଲ ଅଫିସର ଲଳିତ ବେହେରା ଶୁକ୍ରବାର ପୁଣିଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି।
ପ୍ରକାଶ ଯେ, ଗତ ମାର୍ଚ୍ଚ ୧୬ରେ କରୋନା ଆକ୍ରାନ୍ତ ରୋଗୀ ବିଧାନସଭା ଡିସପେନ୍ସନାରୀକୁ ଯାଇଥିଲେ। ଏ ନେଇ ବେହେରା କୌଣସି ସତର୍କତାମୂଳକ ପଦକ୍ଷେପ ନେଇ ନ ଥିଲେ। ଫଳରେ ରୋଗୀ ଜଣକ ବିଭିନ୍ନ ଡାକ୍ତରଖାନାକୁ ଯାଇଥିଲେ। ତାଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢିଯାଇଥିଲା। ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନାନୁମତିରେ ହେଡ କ୍ୱାର୍ଟର ଛାଡି ବାହାରକୁ ଯାଇ ପାରିବେ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ