ନିଲାମ ହେବ ଖଣି, ବିଭିନ୍ନ କମ୍ପାନୀ ତତ୍ପର

ଯୋଡ଼ା, ୨୦।୧୦(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ବିଭିନ୍ନ ଖଣି ଗୁଡିକରେ ଲିଜ୍‌ ଅବଧି ଶେଷ ହେବାକୁ ଥିବାରୁ ସେଗୁଡିକର ପୁନଃ ନିଲାମ ପାଇଁ ଘୋଷଣା ପରେ ଯୋଡା ଖଣି ମଣ୍ଡଳର ବିଭିନ୍ନ ଖଣି ଉପରେ ବଡ ବଡ କମ୍ପାନୀଗୁଡ଼ିକର ନଜର ପଡିଛି । ସେମାନଙ୍କର ପ୍ରତିନିଧିମାନେ ଯୋଡା ଖଣି ମଣ୍ଡଳରେ ନିଲାମ ହେବାକୁ ଥିବା ଖଣି ପରିଦର୍ଶନ କରିବା ସହିତ ଖଣିଜ ପଥରର ସ୍ଥିତି ଅନୁଧ୍ୟାନ ସହ ଗଚ୍ଛିତ ଖଣିଜର ଆକଳନ କରୁଥିବା ଜଣାପଡିଛି।
ରାଜ୍ୟ ସରକାରଙ୍କର ଖଣି ନିଲାମ ବ୍ୟବସ୍ଥାର ଦେଶର ବହୁ ବଡ କମ୍ପାନୀ ଖଣିଜ ବ୍ୟବସାୟରେ ପୁଞ୍ଜି ନିବେଶ କରିବାକୁ ତପତ୍ରତା ପ୍ରକାଶ କରିଛନ୍ତି। ଏସବୁ ବଡ କମ୍ପାନୀଗୁଡ଼ିକ ମଧ୍ୟରେ ଟାଟାଷ୍ଟିଲ, ଜେଏସଡବ୍ଲ୍ୟୁ, ଆଦାନି ଗ୍ରୁପ୍‌, ଆର୍ସେଲର ମିତଲ, ଟାଟାଷ୍ଟିଲ ଲଙ୍ଗ ପ୍ରଡକ୍ଟ ସ୍ପଞ୍ଜ ଲିମିଟେଡ୍‌, ଲଏଡ୍‌ ଷ୍ଟିଲ, ରିଓ ଟିଣ୍ଟୋ, ବେଦାନ୍ତ ଗ୍ରୁପ୍‌, ଷ୍ଟେମକୋର, ଟିଭିଏସ ଗ୍ରୁପ୍‌, ଜିନ୍ଦଲ ଷ୍ଟେନଲେସ୍‌, ଟିଏସ ଆଲଏଜ୍‌ ପ୍ରଭୃତି କମ୍ପାନୀର ପ୍ରତିନିଧିମାନେ ଯୋଡା ଖଣି ମଣ୍ଡଳରେ ଥିବା ବିଭିନ୍ନ ଖଣି ଲିଜ୍‌ ଅଞ୍ଚଳ ବୁଲି ଦେଖିଥିବା ସୂଚନା ମିଳିଛି। ଉଲ୍ଲେଖନୀୟ ଯେ, ୨୦୨୦ ମାର୍ଚ୍ଚ ୩୧ ତାରିଖରେ ଯୋଡା ଖଣି ମଣ୍ଡଳର ୮ଟି ଖଣିର ଲିଜ୍‌ ଅବଧି ଶେଷ ହେବ। ପ୍ରଥମ ପର୍ଯ୍ୟାୟରେ ଯୋଡା ଖଣି ମଣ୍ଡଳର ଜୁରୁଡିସ୍ଥିତ କଳିଙ୍ଗ ମାଇନିଂ କର୍ପୋରେଶନ ଖଣି, କେ.ଏନ ରାମ୍‌ ଖଣି, ରୋଇଡା-୨, ଜରିବାହାଲସ୍ଥିତ ପଟ୍ଟନାୟକ ମିନେରାଲ ପ୍ରାଇଭେଟ ଲିମିଟେଡ ଖଣି, ଜୁରୁଡିସ୍ଥିତ ଜିଲିଂ ଏସେଲ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ ଖଣି, ଜଜାଙ୍ଗ ରୁଙ୍ଗ୍‌ଟା ମାଇନ୍ସ ଖଣି, ରୁଙ୍ଗ୍‌ଟା ସନସ୍‌ର ସିଲଯୋଡା ଖଣି ଓ ନୂଆଗାଁର କେଜେଏସ ଆହଲୁଓ୍ବାଲିଆ ଖଣି, ଠାକୁରାଣୀର କେ.ପି ଏଣ୍ଟରପ୍ରାଇଜର୍ସ ଖଣି, ବଳଦାସ୍ଥିତ କାଳିମାଟି ସିରାଜୁଦ୍ଦିନ୍‌ ଖଣି ପ୍ରଭୃତି ୧୦ଟି ଖଣିର ନିଲାମ ପ୍ରକ୍ରିୟା ପାଇଁ ଇସ୍ପାତ ଖଣି ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ପୂର୍ବରୁ କାର୍ଯ୍ୟ କରୁଥିବା ଖଣି ଲିଜ୍‌ଧାରୀମାନଙ୍କର ଖଣିରେ ଥିବା ଖଣିଜର ମୂଲ୍ୟାୟନ ଏଯାଏ ହୋଇନାହିଁ। ଖଣି ଅଞ୍ଚଳରେ ଥିବା ସ୍ଥାୟୀ ସମ୍ପତ୍ତିର ମଧ୍ୟ ଆକଳନ କରାଯାଇନାହିଁ ା ରାଜ୍ୟ ସରକାର ଏଥିନିମନ୍ତେ ଏକ କମିଟି ଗଠନ କରିଥିଲେ ମଧ୍ୟ ଅଦ୍ୟାବଧି ଏହି କମିଟି ନିଲାମ ହେବାକୁ ଥିବା ଖଣି ଗୁଡିକରେ କାର୍ଯ୍ୟ ଆରମ୍ଭ କରି ନ ଥିବା ଜଣାପଡିଛି। ତେଣେ ଖଣିରେ ଗଚ୍ଛିତ ଥିବା ଖଣିଜଦ୍ରବ୍ୟର ଆକଳନକୁ କମ୍‌ କରି ଦେଖାଯାଇଥିବା ଅନ୍ୟ ଏକ ସୂତ୍ରରୁ ସୂଚନା ମିଳିଛି। ଏଥିପାଇଁ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଆଗାମୀ ଦିନରେ ଛଟେଇ ହେବାର ଆଶଙ୍କା ବ୍ୟକ୍ତ କରିଛନ୍ତି। ଖଣିଲିଜ୍‌ ପାଇବା ପରେ ସଂପୃକ୍ତ କମ୍ପାନୀ ସେମାନଙ୍କୁ ପୁନଃ ନିଯୁକ୍ତିର ବ୍ୟବସ୍ଥା କରିବ କି ନାହିଁ , କମ୍ପାନୀ ମେଶିନ୍‌ ଦ୍ୱାରା ସମ୍ପୂର୍ଣ୍ଣ ଖଣି କାର୍ଯ୍ୟ କରିବ କିମ୍ବା ଖଣିରେ ଆଂଶିକ ଯାନ୍ତ୍ରିକ କାର୍ଯ୍ୟ କରିବ ଏନେଇ ଶ୍ରମିକଙ୍କ ମଧ୍ୟରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଜନ୍ମଦିନକୁ ବିରୋଧ କରି ଚା’ ବିକିଲେ ଯୁବ କଂଗ୍ରେସ

କେନ୍ଦୁଝର,୧୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶରେ ହୁ ହୁ ହୋଇ ଶିକ୍ଷିତ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଯାହାକି ଯୁବତୀ, ଯୁବକମାନଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି।...

ଲଘୁଚାପ ଲଗାଣ ବର୍ଷା: ଭାଙ୍ଗିଲା ଘର, ବାସହରା ହେଲେ ପରିବାର

ମୋରଡ଼ା,୧୬।୯(ସ୍ମାରକ ମାଜୀ): ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୩ ଦିନ ହେବ ବର୍ଷା ଲାଗି ରହିଛି l ହେଲେ ପ୍ରବଳ ବର୍ଷାକୁ ଦୃଷ୍ଟିରେ...

ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଧାନ ବସ୍ତାରେ ଥିବା ଟଙ୍କା ଖାଇଗଲେ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ...

ସବୁଠି ଦେବଶିଳ୍ପୀଙ୍କୁ ଆହ୍ବାନ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଖଣି ଖାଦାନ ଜିଲା ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ...

ବ୍ରିଜ୍‌ ଉପରେ ୪ ଫୁଟର ପାଣି, କେନ୍ଦୁଝର-ମୟୂରଭଞ୍ଜକୁ ଯୋଗାଯୋଗ ବିଚ୍ଛିନ୍ନ

ପାଟଣା,୧୬ା୯(ବୀରକିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଦାମାହୁଦା ପଞ୍ଚାୟତ କୁମୂଳା ବାହାଳୀ ଓ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ...

‘ସୁଭଦ୍ରା ଯୋଜନାରେ ମହିଳାମାନେ ଠକାମିର ଶିକାର ନ ହୁଅନ୍ତୁ’

କେନ୍ଦୁଝର,୧୫।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ପ୍ରତ୍ୟେକ ମହିଳା ହେବେ ସ୍ବାବଲମ୍ବୀ ଏବଂ ସଶକ୍ତ, ଏହି ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା...

କାଠ ଫାଳିଆରେ ପିଟି ମା’ଙ୍କୁ ହତ୍ୟା

ଯୋଡ଼ା,୧୪ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ଲହଣ୍ଡା ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶନିବାର ସନ୍ଧ୍ୟା ୭ଟାରେ ସାହିର ଜନୈକ...

ଶୁଣିଲାନି ପ୍ରଶାସନ: ରାସ୍ତା ନିର୍ମାଣ କଲେ ମହିଳା ଗୋଷ୍ଠୀ

କେନ୍ଦୁଝର,୧୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତ ଅଧୀନ ଡୁମୁରିନାଳି ଗ୍ରାମର ମା’ ଜଙ୍ଗଲ ଜନନୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri