ନିଶାଣ, ମହତାପରେ ପୁରୁଣା ପରମ୍ପରା ଛାପ

କଟକ ଅଫିସ : ଆସନ୍ତା ଅକ୍ଟୋବର ୪ ତାରିଖରେ ମହାଷଷ୍ଠୀ। ଦଶହରା ଆରମ୍ଭକୁ କିଛି ଦିନ ରହିଲା। ତେବେ କଟକର ପ୍ରସିଦ୍ଧ ଦଶହରା କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ ଭିନ୍ନ ଓ ଅନନ୍ୟ। ଏଠାରେ କେତେକ ସ୍ବତନ୍ତ୍ର ପରମ୍ପରା ଦେଖିବାକୁ ମିଳେ, ଯାହା ପ୍ରଥମ ଥର ଏହି ସହରରେ ଆରମ୍ଭ ହୋଇଥିଲା। ଗୋଟିଏ ହେଉଛି ନିଶାଣ ଓ ଅନ୍ୟଟି ହେଉଛି ମହତାପ ବାଣ। ୧୮୬୦ ମସିହାରେ କଟକରୁ ପ୍ରକାଶିତ ଏକ ପ୍ରଶ୍ନୋତ୍ତର ମୂଳକ ପତ୍ରିକାରେ ଉକ୍ତ ଦୁଇଟି ନାମ ଉଲ୍ଲେଖ ରହିଥିବା ଜଣାପଡ଼େ। ତେଣୁ ଉକ୍ତ ଦୁଇଟି ବିଶେଷ ପରମ୍ପରାର ଆରମ୍ଭ ପ୍ରାୟ ୧୮୦୦ ମସିହାରୁ ହୋଇଥିବା କୁହାଯାଏ।
ଭସାଣି ଯାତ୍ରା ବେଳେ ମେଢ଼ ଆଗରେ ପତାକା ଯାଏ। ବାଉଁଶରେ ବନ୍ଧା ହୋଇଥିବା ଏହି ପତାକାକୁ ‘ନିଶାଣ’ କୁହାଯାଏ। ରାଜରାଜୁଡ଼ା ଅମଳରୁ ନିଶାଣର ବ୍ୟବହାର ହୋଇଆସୁଛି। ରାଜା କିମ୍ବା ତାଙ୍କର କୌଣସି ଶୋଭାଯାତ୍ରା ଯିବାବେଳେ ନିଶାଣ ଆଗରେ ଯାଏ। ନିଶାଣରେ ସ୍ବତନ୍ତ୍ର ଚିହ୍ନ ଥାଏ। ଯେଉଁଥିରୁ ଜଣାପଡ଼େ ଯେ କେଉଁ ରାଜା ଆସୁଛନ୍ତି। କଟକରେ ଅନେକ ରାଜାଙ୍କ କୋଠା ଥିବାରୁ ଏଠାରେ ବହୁ ରାଜପରିବାର ରହୁଥିଲେ। ପ୍ରତ୍ୟେକ ରାଜାଙ୍କର ଭିନ୍ନ ଭିନ୍ନ ନିଶାଣ। ଏହି ପରମ୍ପରା ଦଶହରା ଭସାଣି ଯାତ୍ରାରେ ଯୋଡ଼ି ହୋଇଛି। ଏବେ କଟକରେ ୧୫୯ ପୂଜା କମିଟି। ପ୍ରତ୍ୟେକ ପୂଜା କମିଟି ଭସାଣି ଯାତ୍ରାରେ ଯିବାବେଳେ ନିଶାଣକୁ ଆଗରେ ନିଅନ୍ତି ଓ ନିଶାଣ ଦେଖି ହିଁ ଲୋକେ ଜାଣିପାରନ୍ତି କେଉଁ ପୂଜା କମିଟିର ମେଢ଼ ଆସୁଛି। ରଙ୍ଗ ଓ କିଛି ଚିହ୍ନକୁ ନେଇ ନିଶାଣର ଭିନ୍ନତା ଜଣାପଡ଼େ। ହଜାର ବର୍ଷର ସହର ପରିଚୟ ପାଇଥିବା କଟକରେ ଏହି ପରମ୍ପରା ଏବେ ବି ପ୍ରଚଳିତ।
ଆଉ ଗୋଟିଏ ନିଆରା ପରମ୍ପରା ଏଠାରେ ଦେଖିବାକୁ ମିଳେ, ତାହା ହେଲା ମହତାପ ବାଣ। ମହତ୍‌ ତାପ ଶବ୍ଦରୁ ଆସିଛି ମହତାପ। ବିନା ଶବ୍ଦରେ ଫୁଟୁଥିବା ଏହି ବାଣ ବେଶ୍‌ ଆକର୍ଷଣୀୟ। ବାଣରେ ନିଆଁ ଲାଗିଲେ କିଛି ମିନିଟ ଧରି ସ୍ଥାନୀୟ ପରିବେଶ ରଙ୍ଗମୟ ହୋଇଯାଏ। ଏଥିରୁ ରଙ୍ଗିନ ଧୂଆଁ ଉଠୁଥିବା ଦେଖିବାକୁ ମିଳେ। ବାରୁଦ ଓ କିଛି ରାସାୟନିକ ସାମଗ୍ରୀକୁ ନେଇ ଏହା ତିଆରି ହୋଇଥାଏ। ଏହି ବାଣ କଟକର ଦଶହରା ସହିତ ବହୁ ଆଗରୁ ଯୋଡ଼ି ହୋଇ ରହିଛି। ପୂର୍ବରୁ ହାତଗଣତି ଚାନ୍ଦିମେଢ଼ ଥିବା ବେଳେ ଅଧିକାଂଶ ଜରି ମେଢ଼ ରହୁଥିଲା। ଏଣୁ ସେ ସମୟରେ ଯେଉଁ ମହତାପ ବାଣ ବ୍ୟବହାର କରାଯାଉଥିଲା ସେ ସବୁରୁ କମ୍‌ ଧୂଆଁ ବାହାରୁଥିଲା। ଏବେ ପୁରୁଣା କ୍ବାଲିଟିର ମହତାପ ବାଣ ନାହିଁ। କ୍ବାଲିଟି ଖରାପ ହେଲାଣି ବୋଲି ସହରର ଜଣେ ପୁରୁଖା ବ୍ୟକ୍ତି କହିଛନ୍ତି। ଏହି ବାଣ ନିମଚୌଡ଼ି ଅଞ୍ଚଳରେ ତିଆରି ହୁଏ। ବିଭିନ୍ନ ରଙ୍ଗର ମହତାପ ବାଣ ରହିଥିବା ବେଳେ ନାଲି ରଙ୍ଗର ବାଣ ଅଧିକ ବ୍ୟବହାର ହେଉଥିବା ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଜଙ୍ଗଲ ୨୫.୧୭%କୁ ବୃଦ୍ଧି, ପ୍ରଥମ ତିନି ରାଜ୍ୟରେ ଓଡ଼ିଶା

ନୂଆଦିଲ୍ଲୀ,୨୧ା୧୨: ଭାରତରେ ମୋଟ ଜଙ୍ଗଲ ଏବଂ ବୃକ୍ଷଲତା ଥିବା ଜମି ପରିମାଣ ୨୦୨୩ରେ ମୋଟ ଭୌଗୋଳିକ ଅଞ୍ଚଳର ୨୫.୧୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୧ ପରେ...

ଧାନ କିଣାକୁ ନେଇ ଅଭିନୟ କରାଯାଉଛି: କୃଷକ କଲ୍ୟାଣ ମଞ୍ଚ

କୁନ୍ଦୁରା,୨୧ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ରେ ଚଳିତ ଖରିଫ ଋତୁରେ ଧାନମଣ୍ଡି ବିଭିନ୍ନ ସ୍ଥାନରେ ଶୁଭାରମ୍ଭ ହୋଇଥିବା ବେଳେ ମିଲର୍ସଙ୍କ ଦ୍ୱାରା ଧାନ ଉଠାଯାଉ...

ଚମାଖଣ୍ଡି ବିଭବ କେନ୍ଦ୍ରକୁ ବୁଲି ଦେଖିଲେ ୫ଟି ରାଜ୍ୟର ପ୍ରତିନିଧି ଦଳ

ଛତ୍ରପୁର, ୨୧ା୧୨(ଦିଲ୍ଲୀପ ସାମଲ): ଝାଡ଼ଖଣ୍ଡ, ବିହାର, ଗୁଜରାଟ, ୟୁପି ଓ ମଧ୍ୟପ୍ରଦେଶ ର ପ୍ରତିନିଧୀ ଦଳ ଶନିବାର ଗଂଜାମ ଜିଲା ଚମାଖଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ...

ଜାନୁଆରୀରୁ ମିଳିବ ମାସିକିଆ ପିଡିଏସ୍‌ ରାସନ, ୨୫ ସୁଦ୍ଧା ବଣ୍ଟନ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୧।୧୨: ଖାଦ୍ୟ ସୁରକ୍ଷା ଅଧିନରେ ଥିବା ହିତାଧିକାରୀମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାନୁୟାରୀ ୨୦୨୫ଠାରୁ ମାସିକିଆ ରାସନ ପ୍ରଦାନ କରାଯିବ। ଏଥି ନିମନ୍ତେ ରାଜ୍ୟ ସରକାର...

ଗାଁରେ ପହଞ୍ଚିଲା ଓଡ଼ିଆ ଶହୀଦ ଯବାନଙ୍କ ମୃତଦେହ

କୋରାପୁଟ,୨୧।୧୨(ଅମିତାଭ ବେହେରା): ଓଡ଼ିଆ ଶହୀଦ ଯବାନ ଈଶ୍ୱରଙ୍କ ମରଶରୀର ଶନିବାର ନିଜ ଜନ୍ମମାଟିରେ ପହଞ୍ଚିଛି। ମରଶରୀର ଗାଁରେ ପହଞ୍ଚିବା ପରେ ଶହୀଦ ଯବାନ ଅମର ରହେ...

ଭାଇଚାରା ସହ ବଡ଼ଦିନ ପାଳନ ପାଇଁ ବାର୍ତ୍ତା ଦେଲେ ଯୁବସଂଘ

ବ୍ରାହ୍ମଣୀଗାଁ,୨୧।୧୨(ମନୋରଞ୍ଜନ ରଣା)- ବଡ଼ଦିନ ପାଳନ ପାଇଁ କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି । ଏହି ପର୍ବ ପାଳନ ପାଇଁ ବିଭିନ୍ନ ସମ୍ପ୍ରଦାୟ...

ଡାବୁଲୁମାହାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ଜଣେ ନାବାଳକଙ୍କ ଜୀବନ, ୨ ଗୁରୁତର

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ୫୯ ନଂ ଜାତୀୟ ରାଜପଥର ଡାବୁଲୁମାହାଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇ ଜଣଙ୍କ ମୃତ୍ୟୁ...

ବର୍ଷା ପାଣିରେ ବୁଡିଲା ଅମଳ ଧାନ

ଛତ୍ରପୁର,୨୧ା୧୨(ସନ୍ତୋଷ ପାଢୀ): ଗଞ୍ଜାମ ଜିଲାରେ ଗତ ୩ଦିନ ହେଲା ଅଦିନିଆ ବର୍ଷା ଲାଗି ରହିଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନ୍ୟପକ୍ଷରେ ଅମଳ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri