‘ନୀରବ ବିପ୍ଳବ ଆଣୁଛି ଏମ୍‌ଏସ୍‌ଏମ୍‌ଇ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ତୃଣମୂଳସ୍ତରରେ ଅଧିକ ରୋଜଗାର ସୃଷ୍ଟି କରିଥାଏ। ଏହାକୁ ଆରମ୍ଭ କରିବା ପାଇଁ ବୃହତ୍‌ ପୁଞ୍ଜିର ମଧ୍ୟ ଆବଶ୍ୟକତା ନ ଥାଏ। ତେଣୁ ଜାତୀୟସ୍ତରରେ ଏବଂ ଓଡ଼ିଶାରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଥିବା ଜଣାପଡିଛି। କେନ୍ଦ୍ରୀୟ ଯୋଜନା ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ(ପିଏମ୍‌ଇଜିପି) ମାଧ୍ୟମରେ ୬୫,୩୧୨ କ୍ଷୁଦ୍ର ଉଦ୍ୟୋଗ ସୃଷ୍ଟି କରାଯାଇଛି। ଏହା ଦ୍ୱାରା ୫,୨୨,୪୯୬ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ଏଥିପାଇଁ ସରକାରଙ୍କ ତହବିଲରୁ ୧୯୨୯.୮୩ କୋଟି ଟଙ୍କା ସବ୍‌ସିଡି ଅର୍ଥ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।
ଖଦି ଏବଂ ଗ୍ରାମ୍ୟୋଦ୍ୟୋଗ କମିଶନ ପକ୍ଷରୁ ଏକାକୀ ଗ୍ୟାସ ଅଥରଟି ଇଣ୍ଡିଆ ଲିଃ(ଜିଏଆଇଏଲ୍‌)ଠାରୁ ୫.୮୮ ଅର୍ଡର ଗ୍ରହଣ କରାଯାଇଛି। ସେହିପରି ନୂଆଦିଲ୍ଲୀର ପାୱାର ଫାଇନାନ୍ସ କର୍ପୋରେଶନ ପକ୍ଷରୁ ୭୫ ଲକ୍ଷ ଟଙ୍କାର କୁପନ ଆକାରରେ ଅଗ୍ରିମ ରଖାଯାଇଛି। ଜିଲା ଉଦ୍ୟୋଗ ସମାଗମ ପକ୍ଷରୁ ସାରା ଦେଶର ୭୩୧ ଜିଲା ପାଇଁ ୮୦ କୋଟି ଟଙ୍କାର ଅର୍ଥ ମଞ୍ଜୁର କରାଯାଇଛି। ଏହା ଦ୍ୱାରା ୩୫୦ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ନିକଟରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରୁ ଏହା ଜଣାପଡିଛି। ବାଲେଶ୍ୱର ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ଓଡ଼ିଆ ଆଇଏଏସ୍‌ ଅରୁଣ କୁମାର ପଣ୍ଡା ଏମ୍‌ଏସ୍‌ଏମ୍‌ଇ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସାରା ଦେଶର ୬୦ଟି ନୂଆ ଇଣ୍ଟେଲ୍ୟୁକ୍‌ଚୁଆଲ୍‌ ପ୍ରପର୍ଟି ଫାସିଲିଏସନ୍‌ ସେଣ୍ଟର(ଆଇପି) ପ୍ରତିଷ୍ଠା କରାଯିବ। ଏହା ଦ୍ୱାରା ବିଭିନ୍ନ ଉଦ୍ୟୋଗ ଟ୍ରେଡ୍‌ ମାର୍କ ଏବଂ ସ୍ବତ୍ୱାଧିକାର ପାଇଁ ଆବେଦନ କରିପାରିବେ। ମନ୍ତ୍ରଣାଳୟ ପକ୍ଷରୁ ୧୭ଟି ସାଧାରଣ ସୁବିଧା ଉପଲବ୍ଧ କେନ୍ଦ୍ର, ୧୪ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ସାରିଛି। ସେହିପରି ଆଗାମୀ ଦିନରେ ବିଭାଗ ପକ୍ଷରୁ ୨୪ ସାଧାରଣ ସୁବିଧା ଉପଲବ୍ଧ କେନ୍ଦ୍ର ଏବଂ ୨୫ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ କେନ୍ଦ୍ର ପ୍ରତିଷ୍ଠା ପାଇଁ ମଞ୍ଜୁର କରାଯାଇଛି। ପୂର୍ବରୁ ପ୍ରତିଷ୍ଠା ହୋଇଥିବା ୫୧ଟି କ୍ଲଷ୍ଟର ଇତିମଧ୍ୟରେ କାର୍ଯ୍ୟକ୍ଷମ ହୋଇଛି। ସୋଲାର ଚକ୍ର ମିଶନ ଦ୍ୱାରା ୧୧ଟି ପ୍ରକଳ୍ପର ଡିପିଆର ପ୍ରସ୍ତୁତ ହୋଇ ଅନୁମୋଦନ ହୋଇଛି। ଚଳିତ ବର୍ଷ ଫେବୃୟାରୀରୁ କ୍ରେଡିଟ୍‌ ଲିଙ୍କେଜ୍‌ ସବ୍‌ସିଡି ବ୍ୟବସ୍ଥା ମଧ୍ୟ ପ୍ରଦାନ କରାଯାଉଛି। ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ସହ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସହଭାଗିତାରେ ଡିଜାଇନ୍‌ ଶିଳ୍ପକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସାରା ଦେଶରେ ଜାତୀୟ ଡିଜାଇନ୍‌ ସଂସ୍ଥା ଆନୁକୂଲ୍ୟରେ ଆଗାମୀ ଦିନରେ ୮୦ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ଆବେଦନ ତାରିଖ ବୃଦ୍ଧି

ଭୁବନେଶ୍ୱର,୨୦।୧୧: ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆବେଦନ ତାରିଖକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆସନ୍ତା ଶିକ୍ଷାବର୍ଷ ପାଇଁ...

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୀତର ପ୍ରଭାବ, ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର, ୨୦।୧୧: ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଗତ ଦୁଇଦିନ ଧରି ତାପମାତ୍ରା ହ୍ରାସ ପାଇବା ଯୋଗୁଁ ଶୀତର ପ୍ରଭାବ ବୃଦ୍ଧି ପାଇଛି । ଆସନ୍ତା ୪...

ଫେବୃଆରୀ ୧୮ରୁ ଯୁକ୍ତଦୁଇ ପରୀକ୍ଷା

ଭୁବନେଶ୍ୱର,୨୦ା୧୧:  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ବୁଧବାର +୨ ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ଅନୁଯାୟୀ, ଫେବୃଆରୀ ୧୮ରୁ +୨ ପରୀକ୍ଷା...

୪ଦିନ ପରେ ସୁଭଦ୍ରା ଟଙ୍କା, କିନ୍ତୁ ଏମାନଙ୍କୁ ମିଳିବନି…

ଭୁବନେଶ୍ୱର,୨୦।୧୧: ଆପଣ ବି ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି କି, ଜାଣନ୍ତୁ ବଡ଼ ଅପଡେଟ । ସବୁ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା...

୬ରେ ଜନ୍ମମାଟିକୁ ବୁଲିଯିବେ ରାଷ୍ଟ୍ରପତି

ବାରିପଦା,୨୦ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୬ରେ ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ। ୩ରୁ ୭ ପର୍ଯ୍ୟନ୍ତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା...

ଏବେ କେଉଁ ଦଳରେ ଅଛନ୍ତି ସୁର ରାଉତରାୟ? ନିଜେ କଲେ ଖୁଲାସା

ତିର୍ତ୍ତୋଲ,୨୦।୧୧(ଗୌରାଙ୍ଗ ଚରଣ ସ୍ବାଇଁ):ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲଠାରେ ଚେଳିତୋଳ ବାଲିଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବର ମଙ୍ଗଳବାର ଚତୁର୍ଥ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବରିଷ୍ଠ...

୨୫ରେ ବିଧାନସଭା ସର୍ବଦଳୀୟ ବୈଠକ

ଭୁବନେଶ୍ୱର, ୨୦ା୧୧(ସୁନିତ୍‌ ମିଶ୍ର):ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୨୬ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ଭାଜପା ସରକାର ଆସିବା ପରେ ଏହା ଦ୍ୱିତୀୟ ବିଧାନସଭା...

ବଢ଼ିଲା ଯୁକ୍ତ୨ ପରୀକ୍ଷା ପଞ୍ଜୀକରଣ ଅବଧି

ଭୁବନେଶ୍ୱର,୨୦/୧୧ (ଅନୁରାଧା ମହାରଣା):ଶିକ୍ଷାବର୍ଷ ୨୦୨୪-୨୫ରେ ଯୁକ୍ତ୨ ପରୀକ୍ଷା ପାଇଁ ରେଗୁଲାର ତଥା ଏକ୍ସରେଗୁଲାର ଛାତ୍ରୀଛାତ୍ରଙ୍କ ନିମନ୍ତେ ପଞ୍ଜୀକରଣ ସମୟସୀମା ବୃଦ୍ଧି କରାଯାଇଛି। ବୁଧବାରଠାରୁ ଆସନ୍ତା ୨୫ତାରିଖ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri