ନୂଆଦିଲ୍ଲୀ,୨୭।୬: ପଳାତକ ଘୋଷିତ ନୀରବ ମୋଦି ଏବଂ ତାଙ୍କ ଭଉଣୀ ପୂର୍ବୀ ମୋଦିଙ୍କର ୪ ସୁଇସ୍ ବ୍ୟାଙ୍କ ଖାତାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଚଳ କରି ଦିଆଯାଇଛି। ଏଥିରେ ୨୮୩.୧୬ କୋଟି ଟଙ୍କା ଜମା ଥିବା କୁହାଯାଉଛି। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କା ଠକି ନେଇ ନୀରବ ଭାରତ ଛାଡି ଚାଲିଯାଇଥିଲେ। ଏନେଇ ସୁଇସ୍ ବ୍ୟାଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ ଭାରତର ଅନୁରୋଧକ୍ରମେ ନୀରବ ଏବଂ ତାଙ୍କ ଭଉଣୀଙ୍କ ବ୍ୟାଙ୍କ ଜମା ଖାତାକୁ ଅଚଳ କରି ଦିଆଯାଇଛି।