ଶ୍ରୀନଗର,୧୨।୮:ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଓ ୩୫(ଏ) ଉଚ୍ଛେଦ କରାଯିବା ପରେ ପ୍ରଥମ କରି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ପାଳନ କରାଯାଇଛି ଇଦ୍-ଉଲ୍-ଜୁହା। ନୂଆ କଶ୍ମୀରର ଏହି ପର୍ବ ସଭିଙ୍କ ମନରେ ଆନନ୍ଦ ଉଲ୍ଲାସ ଭରି ଦେଇଛି। ତେବେ ନୂଆ କଶ୍ମୀରରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ଉପୁଜିବା ଲକ୍ଷ୍ୟ କରି ସରକାରଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ରବିବାର ଏଠାକାର ବ୍ୟାଙ୍କ, ଏଟିଏମ୍ ଖୋଲା ରହିବା ସହ ଘର ନିକଟରେ ଲୋକଙ୍କୁ ପନିପରିବାଠାରୁ ଆରମ୍ଭ କରି ଗ୍ୟାସ ସିଲିଣ୍ଡର ପର୍ଯ୍ୟନ୍ତ ସବୁ ଯୋଗାଇ ଦିଆଯାଇଥିଲା। ଫଳରେ ଲୋକେ ନୂଆ କଶ୍ମୀରରେ ପ୍ରଥମ ଇଦ୍-ଉଲ୍-ଜୁହାକୁ ଶାନ୍ତି ପୂର୍ଣ୍ଣ ଭାବେ ପାଳନ କରିଛନ୍ତି।