ନୂଆ ଟ୍ରାନ୍ସଫର୍ମର ଲଗାଯାଉନି: ମାସେ ହେଲା ଜଳ ଯୋଗାଣ ବନ୍ଦ

ବଇଣ୍ଡା, ୧୬ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧଡରପାଳ ପଞ୍ଚାୟତ ନତଡା ଗ୍ରାମରେ ଥିବା ଟ୍ରାନ୍ସଫର୍ମରଟି ମାସେ ହେଲା ପୋଡିଯାଇଛି। ହେଲେ ସେଠାରେ ନୂତନ ଟ୍ରାନ୍ସଫର୍ମର ଲଗାଯାଉ ନ ଥିବାରୁ ଗ୍ରାମକୁ ମାସେ ହେଲାଣି ଜଳଯୋଗାଣ ବନ୍ଦ ରହିଛି। ଏଥିଯୋଗୁ ଗ୍ରାମବାସୀ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ତୀବ୍ର ହେଉଛି।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ପ୍ରତିବର୍ଷ ଜଳାଭାବ ସମସ୍ୟା ଦେଖାଯିବାରୁ ୨୦୧୦ରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ନତଡାରେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଗ୍ରାମର ୧୮୫ ପରିବାର ଏଥିରୁ ଉପକୃତ ହେଉଥିଲେ। ହେଲେ ଏବେ ଟ୍ରାନ୍ସଫର୍ମରଟି ପୋଡିଯାଇଥିବାରୁ ଜଳଯୋଗାଣ ବନ୍ଦ ରହିଛି। ଗ୍ରାମରେ ଥିବା ୪ ନଳକୂଅରୁ ୨ ମାସ ହେବ ୨ଟି ଅଚଳ ହୋଇପଡିଛି। ଜଳସ୍ତର କମୁଥିବାରୁ ଗୋଟିଏରୁ ପାଣି ବାହାରୁନାହିଁ। ଫଳରେ ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି।

ଏ ସମ୍ପର୍କରେ ଧଡରପାଳ ସରପଞ୍ଚ ଚେର ପଲେଇ କୁହନ୍ତି, ନୂତନ ଟ୍ରାନ୍ସଫର୍ମର ଲଗାଇବା ପାଇଁ ବହୁବାର ବଇଣ୍ଡା ଓ ବାମୁର ସେସୁ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଛି। ହେଲେ ସେସୁ କର୍ମଚାରୀ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ପ୍ରଧାନ କୁହନ୍ତି, ଟ୍ରାନ୍ସଫର୍ମର ଅଚଳ ସମ୍ପର୍କରେ ଗ୍ରାମବାସୀ ମଙ୍ଗଳବାର ଅବଗତ କରାଇଛନ୍ତି। ତୁରନ୍ତ ପଦକ୍ଷେପ ନିଆଯିବ।  ଏ ନେଇ ସେସୁ ଏସ୍‌ଡିଓ ମୋହନ ନାୟକଙ୍କୁ ଯୋଗାଯୋଗ ସମ୍ଭବ ନ ହେବାରୁ ମତାମତ ମିଳିପାରିନାହିଁ। ଏ ସମ୍ପର୍କରେ ଏନ୍‌ଜେନ୍‌ ନରେଶ ନାୟକ କୁହନ୍ତି, ଟ୍ରାନ୍ସଫର୍ମର ଲଗାଇବା ଦାୟିତ୍ୱ ସେସୁର। ହେଲେ ଏ ବାବଦରେ ମୋ ନିକଟରେ ଖବର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri