ଜେନେଭା,୧୪।୧୨: ଭାରତରେ ପ୍ରଣୀତ ହୋଇଥିବା ନୂଆ ନାଗରିକତା ଆଇନ ସମ୍ପୂର୍ଣ୍ଣ ଭାବେ ଭେଦଭାବ ପୂର୍ଣ୍ଣ ବୋଲି ଜାତିସଂଘର ମାନବାଧିକାର ଶାଖା ପକ୍ଷରୁ କୁହାଯାଇଛି। ଏନେଇ ଜାତିସଂଘ ମାନବାଧିକାର ମୁଖପାତ୍ର ଜେରେମୀ ଲରେନ୍ସ୍ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରିବା ଅବସରରେ କହିଛନ୍ତି। ଭାରତୀୟ ସମ୍ବିଧାନରେ ଆଇନ ସମ୍ମୁଖରେ ଧର୍ମ, ବର୍ଣ୍ଣ, ଲିଙ୍ଗ ଭେଦରେ ସଭିଏଁ ସମାନ ବୋଲି ଉଲ୍ଲେଖ ଥିବାବେଳେ ଏହି ଆଇନ ଏହାର ଉଲ୍ଲଂଘନ କରୁଥିବା ସେ କହିଛନ୍ତି। ଭାରତର ସୀମା ବିବାଦ ନିଜ ସ୍ଥାନରେ ରହିଥିବାବେଳେ ପ୍ରଣୀତ ହୋଇଥିବା ନୂଆ ଆଇନ ଜାତୀୟତା ବୋଧ ଉପରେ ଭେଦଭାବ ସୃଷ୍ଟି କରିଛି। ମାନବାଧିକାର ଅନୁସାରେ ସମସ୍ତ ଶରଣାର୍ଥୀଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଯିବା କଥା ବୋଲି ସେ କହିଛନ୍ତି।